Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

‘ଏକାଠି କରୋନା ବିରୋଧରେ ଲଢିବା’, ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

2/04/2020 at 12:19 PM

ନୂଆଦିଲ୍ଲୀ, ୦୨|୦୪:  କରୋନା ସଂକଟ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ନେଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ମୋଦୀ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିଛନ୍ତି । ଏହାସହ କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି । ସମସ୍ତ ରାଜ୍ୟ ସହ କେନ୍ଦ୍ର ସରକାର ରହିଛନ୍ତି ବୋଲି ମୋଦୀ ଆଶ୍ୱାସନା ଦେଇଛନ୍ତି । ମିଳିତ ଭାବେ ମୁକାବିଲା କରିବା ପାଇଁ ସେ ସମସ୍ତ ରାଜ୍ୟକୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ମୋଦୀ ସାଧାରଣ ଲୋକଙ୍କ ନିକଟରେ ସମସ୍ତ ଜରୁରୀ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ କିପରି ପହଁଚୁଛି ସେନେଇ ତଦାରଖ କରିଛନ୍ତି । ଏହାସହ ଲକଡାଉନକୁ ରାଜ୍ୟରେ କଡାକଡି ପାଳନ କରିବା ପାଇଁ ସେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଯେଉଁରାଜ୍ୟକୁ ଜମାତର ଲୋକ ଯାଇଛନ୍ତି ସେମାନଙ୍କୁ ଅତିଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମେଡିକାଲ ସୁବିଧା ବାବଦରେ ତଥ୍ୟ ନେବେ ଓ ରାଜ୍ୟ ସରକାର କେନ୍ଦ୍ରଠୁ କେଉଁ ସାହାଯ୍ୟ ଚାହୁଁଛି ସେନେଇ ମଧ୍ୟ ଆଲୋଚନା କରାଯିବ । ଶ୍ରମିକଙ୍କ ପଳାୟନକୁ ରୋକିବା ପାଇଁ ମୋଦୀ କହିଛନ୍ତି ।ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଶ୍ରମିକମାନେ ରାସ୍ତାକୁ ନବାହାରିବା ପାଇଁ ସେ ଅପିଲ କରିଛନ୍ତି ।

   Related Posts