ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ଯକ୍ରମ ସମୟରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ, ଯୁବ କଂଗ୍ରେସ ସଭାପତିଙ୍କୁ ମାଡ଼ ଅଭିଯୋଗ

Published By : Prameya-News7 Bureau | November 02, 2021 IST

ସମ୍ୱଲପୁର, ୦୨/୧୧: କୁଚିଣ୍ଡାରେ କଂଗ୍ରେସ କର୍ମୀଙ୍କୁ ମାଡ ଅଭିଯୋଗ | ଆଜି ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ଯକ୍ରମ ସମୟରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ | ଏହି ସମୟରେ କୁଚିଣ୍ଡା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ କିଛି ବିଜେଡି କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି | ସେହିପରି ବିକାଶମୂଳକ କାର୍ଯ୍ଯକ୍ରମରେ ମୁଖ୍ଯମନ୍ତ୍ରୀଙ୍କୁ ବିରୋଧ କରିବାରୁ ତାତିଥିଲେ ତଳସ୍ତର କର୍ମୀ | ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ | ବିଜେପି ସାରାଦେଶରେ ଗୁଣ୍ଡାଗର୍ଦ୍ଦି କରୁଥିବା ମନ୍ତ୍ରୀ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.