Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

ବିରିୟାନି ପାଇଁ ଗଣ୍ଡଗୋଳ: ୮ ଆହତ, ୫ ବାଇକ୍ ଭାଙ୍ଗି ଚୁର୍‌ମାର

31/07/2020 at 7:56 AM

ଭଦ୍ରକ୩୧/୭:  ବିରିୟାନି ଖାଇବାକୁ କେନ୍ଦ୍ର କରି ଦୁଇ ପକ୍ଷ ପିଟାପିଟି । ଉଭୟ ପକ୍ଷରୁ ୮ ଆହତ ହୋଇଥିବା ବେଳେ ୫ ବାଇକ ଭାଙ୍ଗିଛି । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା  ଜଗନ୍ନାଥସାହି ଗ୍ରାମରେ ଏମିତି ଘଟଣା ଘଟିଛି । ଗାଁ ରେ ଥିବା ଏକ ଦୋକାନରେ ବିରିୟାନି ଖାଇବାକୁ କେନ୍ଦ୍ରକରି ଦୁଇପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।  ପରେ ସନ୍ଧ୍ୟାରେ ସେହି ଗଣ୍ଡଗୋଳର ସମାଧାନ ପାଇଁ ବୈଠକ ବସିଥିବା ବେଳେ ଦୁଇ ଗୋଷ୍ଟି ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି । ଏଥିରେ ଉଭୟ ପକ୍ଷରୁ ୮ ଜଣ  ଆହତ ହୋଇଛନ୍ତି ।

ଗଣ୍ଡଗୋଳ ବେଳେ ଉଭୟ ପକ୍ଷ  ୫ ଟି ମୋଟର ସାଇକେଲ ଭଙ୍ଗାରୁଜା କରିବା ସହ ଘର ମଧ୍ୟ ଭଙ୍ଗାରୁଜା ହୋଇଛି । ଘଟଣା ସ୍ଥଳରେ ଉଭୟ ପକ୍ଷଙ୍କ ଇଟା ପଥର, ବାଡ଼ିରେ ପିଟାବାଦ ଯୋଗୁ ବହୁ ଆହତ ହୋଇଥିବା ସୂଚନା ମିଳିଛି ।  ଖବର ପାଇ ଧୂଷୁରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ତେବେ ଗ୍ରାମରେ ଚାପା ଉତେଜନା ଲାଗି ରହିଛି । ସୂଚନା ଅନୁସାରେ ଗ୍ରାମରେ ଏକ ଉଠା ଦୋକାନରେ ବିରିୟାନି ବିକ୍ରି କରାଯାଉଥିବା ବେଳେ ପ୍ରତିପକ୍ଷ  ଦୋକାନକୁ ଆସି ଗଣ୍ଡଗୋଳ କରିଥିଲେ । ଯାହାର ଶେଷ ପରିଣତି ଉଭୟ ପକ୍ଷର ଏପରି ଗଣ୍ଡଗୋଳ ହୋଇ ତାହା ଉଗ୍ର ରୂପ ନେଇଥିଲା । ଆହତ ମାନେ ୱେବବ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

   Related Posts