Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନା ବିରୋଧରେ ଲଢନ୍ତୁ, ପ୍ରଧାନମନ୍ତ୍ରୀଙ୍କ ସହ ନୁହେଁ… ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଡ. ହର୍ଷବର୍ଦ୍ଧନଙ୍କ ଜବାବ

7/05/2021 at 4:32 PM

ନୂଆଦିଲ୍ଲୀ ୦୭।୦୫: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଟ୍ଵିଟ୍‌କୁ ନେଇ ବାକ୍‌ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ସୋରେନ୍ ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ‘ମନ୍‌ କି ବାତ୍ ‘ କରୁଥିବା ଅଭିଯୋଗ କରିଥିଲେ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡଃ. ହର୍ଷବର୍ଦ୍ଧନ ଶୁକ୍ରବାର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ନଲଢି କରୋନା ମୁକାବିଲା ପ୍ରତି ଧ୍ୟାନ ଦେବା ଉଚିତ୍।

କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ରର୍ଷବର୍ଦ୍ଧନ କହିଛନ୍ତି, ହେମନ୍ତ ସୋରେନ ଜୀ, ବୋଧହୁଏ ନିଜ ପଦର ଗରିମାକୁ ଭୁଲି ଯାଇଛନ୍ତି। କରୋନାରେ ଦେଶରେ ଉତ୍ପନ ସ୍ଥିତିକୁ ନେଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ବୟାନ ଦେବା ସମୟରେ ଏହା ଭୁଲିବା ଉଚିତ୍ ନୁହେଁ ଯେ, ମହାମାରୀର ମୁକାବିଲା ସାମୂହିକ ପ୍ରୟାସରେ ହିଁ ସମ୍ଭବ। ନିଜର ବିଫଳତା ଲୁଚାଇବା ପାଇଁ ନିଜ କ୍ରୋଧ ପ୍ରଧାନମନ୍ତ୍ରୀଙ୍କ ଉପରେ ଜାହିର କରିବା ନିନ୍ଦନୀୟ ଅଟେ।

ସେ କହିଛନ୍ତି, କେନ୍ଦ୍ର ସରକାର କରୋନା ସଙ୍କଟ ସମୟରେ ଯେଉଁଠି ଗରିବ ଓ  ଜନତାଙ୍କ ପାଇଁ ଖଜାନା ଖୋଲି ଦେଇଛନ୍ତି ସେଠି ଝାରଖଣ୍ଡ ସରକାର ନିଜ ଖଜାନା ବନ୍ଦ କରି ରଖିଛନ୍ତି। ହେମନ୍ତ ସୋରେନ ଚାହୁଁଛନ୍ତି ପ୍ରତି କାମ କେନ୍ଦ୍ର ସରକାର କରନ୍ତୁ। କରୋନା ସହ ଲଢନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହ ନୁହେଁ ବୋଲି ଡ.  ହର୍ଷବର୍ଦ୍ଧନ କହିଛନ୍ତି।

   Related Posts