ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଉଭୟ ପକ୍ଷରୁ ୫ ଲେଖାଏଁ ଗୁରୁତର

Published By : Prameya-News7 Bureau | June 17, 2020 IST

ଚାନ୍ଦବାଲି୧୭/୬: ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ଟେକା ପଥର ମାଡ଼ କରିଥିଲେ। ଏହାସହ ସହ ଘର ଦ୍ବାର ମଧ୍ୟ ଭଙ୍ଗାରୁଜା ମଧ୍ୟ ହୋଇଛି। ଉଭୟ ପକ୍ଷରୁ ୫ ଜଣ ଲେଖାଏଁ ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ବାଂଶଡ଼ା ଥାନାରେ ଅଭିଯୋଗ ହେବା ସହ ଏହି ଗୋଷ୍ଠୀ ସଂଘର୍ଷରେ ସ୍ଥାନୀୟ ସରପଞ୍ଚଙ୍କ ନାମରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.