ଜିତୁଙ୍କ ହତ୍ୟା ଘଟଣା: ବରଗଡ଼ ଜିଲ୍ଲା ଭେଡେନ ପୋଲିସ୍ ଓ ଗ୍ରାମବାସୀ ମୁହାଁମୁହିଁ, ୨ ଆହତ

Published By : Prameya-News7 Bureau | November 17, 2020 IST

ବରଗଡ଼୧୭/୧୧: ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ଲୋକଙ୍କ ଢେଲା ମାଡ଼ରେ ଦୁଇ ଜଣ ପୋଲିସ କନେଷ୍ଟବଳ ଆହତ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡେଇବା ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଛି। ଏଥିରେ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ  କୌଣସି ବରିଷ୍ଠ ଅଧିକାରୀ ଏଯାଏଁ ପହଞ୍ଚି ନଥିବା ବେଳେ ଏ ବେବି ଉତ୍ତେଜନା ଲାଗି ରହିଛି ।

ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ବୁର୍ଦ୍ଦା ଗ୍ରାମର ଲିଙ୍ଗରାଜ ନାଏକଙ୍କ ପୁଅ ଗିରିଧରି ନାଏକ ଓରଫ ଜିତୁ ନାଏକ ହତ୍ୟା ଘଟଣାରେ ପୋଲିସ ତଦନ୍ତ ଶିଥିଳତାକୁ ନେଇ ଗତକାଲି ଠାରୁ ଧାରଣାରେ ବସିଥିଲେ ଜିତୁଙ୍କ ପରିବାର ଓ ବୁରଦା  ଗ୍ରାମବାସୀ । ଗତ ଜୁଲାଇ ୧୮ ତାରିଖ ଦିନ ଗିରିଧାରୀ ଓରଫ ଜିତୁ ଘରୁ ନିଖୋଜ ହୋଇଥିବା ନେଇ ଭେଡେନ ପୋଲିସ ଥରେ ଲିଖିତ ଅଭିଯୋଗ କରିଥିଲେ ପରିବାର ବର୍ଗ । ତେବେ ବହୁତ ଖୋଜାଖୋଜି କରିବା ପରେ ଜିତୁର କ୍ଷତ ବିକ୍ଷତ ଶବକୁ ତାଙ୍କ ଖଳାରେ ଉଦ୍ଧାର କରାଯାଇଥିଲା।

ଏହାପରେ ଭେଡେନ ପୋଲିସ ଏକ ହତ୍ୟା ମାମଲା ରଜୁ କରି ଅନୁସନ୍ଧାନ ଜାରି ରଖିଥିଲା । ପରେ ଜିତୁଙ୍କ ପରିବାର ବର୍ଗ ଜାଣିବାକୁ ପାଇଥିଲେ ଯେ ତାଙ୍କ ପୁଅର ପ୍ରେମ ସମ୍ପର୍କ ସେହି ଗ୍ରାମର ଜଣେ ଜନୈକ ଯୁବତୀଙ୍କ ସହ ଥିଲା। ତେଣୁ ହୁଏତ ପାୟଲର ପରିବାର ଵର୍ଗ ଏହି ହତ୍ୟା ମାମଲାରେ ସମ୍ପୃକ୍ତି ଥିବା ନେଇ ଭେଡେନ ପୋଲିସକୁ ସୂଚନା ଦେଇଥିଲେ । ମାତ୍ର ଭେଡେନ ପୋଲିସ ପକ୍ଷରୁ ଦୀର୍ଘ ଦିନ ହେବ କୌଣସି ପ୍ରକାର ତଦନ୍ତ ଅଗ୍ରଗତି କରିନଥିଲା ।

ଜିତୁ ହତ୍ୟା ମାମଲା ସମ୍ପର୍କରେ ବରଗଡ଼ ଏସପିଙ୍କୁ ମଧ୍ୟ ବାରମ୍ବାର ଅଭିଯୋଗ କରିଥିଲେ ବୁର୍ଦ୍ଦା ଗ୍ରାମବାସୀ। ଏହି ଘଟଣାର ତଦନ୍ତ ଲାଗି ପୂର୍ବ ସୂଚନା ଅନୁଯାୟୀ ଆଜି ଜିତୁର ପରିବାର ଵର୍ଗ ଓ ବୁର୍ଦ୍ଦା ଗ୍ରାମବାସୀ ଆମରଣ ଅନଶନରେ ବସିଥିଲେ । ଏହି ଅନଶନ ହଟାଇବାକୁ ନେଇ ପୋଲିସ ଓ ଜନତା ହୋଇଥିଲେ ମୁହାଁମୁହିଁ । ଭେଡେନ ଥାନାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୃତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.