ସିଏଏ ଓ ଏନ୍‌ଆର୍‌ସିକୁ ନେଇ ତେଜିଲା ରାଜନୀତି, ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

Published By : Prameya-News7 Bureau | January 14, 2020 IST

ସୁନ୍ଦରଗଡ଼୧୪/୧: ସିଏଏ ଓ ଏନ୍‌ଆର୍‌ସି ନିୟମକୁ ନେଇ ସୁନ୍ଦରଗଡ଼ରେ ତେଜିଲା ରାଜନୀତି। ଏହି ନିୟମକୁ ବିରୋଧ କରି ଶୋଭାଯାତ୍ରା କରିବା ବେଳେ ବିଜେପି କର୍ମୀମାନେ ବିକ୍ଷୋଭକାରୀଙ୍କୁ ଆକ୍ରମଣ କରିଛନ୍ତି। ଏହି ସମୟରେ ମୁସ୍‌ଲମାନ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଟାଣି ନେଇ ବିଜେପି ସମର୍ଥିତ କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।

ଏମିତି କିଛି ସମୟ ଗଣ୍ଡଗୋଳ ଲାଗି ରହିଥିଲା। ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଗଣ୍ଡଗୋଳ ଥମିଥିଲା। ରାତ୍ରି ୧୦ ଟାରେ ରିଜେଣ୍ଟ ମାର୍କେଟ ଛକଠାରେ ଦୁଇ ଗୋଷ୍ଟି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପୋଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। 

ତେବେ ଗଣ୍ଡଗୋଳକୁ ଲକ୍ଷ୍ୟ କରି ବଜାରର ଛକ ଛକରେ ପୋଲିସ୍‌ କର୍ମୀମାନେ ଜଗି ରହିଥିଲେ। ମସ୍‌ଜିଦ ପଡା ଓ ଘାଷିପଡା ମଧ୍ୟରେ ପାଟିତୁଣ୍ଡ ସହ ଶୀତଲ ଲଢେଇ ଚାଲିଥିଲା ମଙ୍ଗଳବାର ଅର୍ଥାତ ଆଜି ଦିନ ୧୨ଟାରୁ ଦୁଇ ଗୋଷ୍ଠୀ ମାଧ୍ୟରେ ପଥର ମାଡ଼ ହୋଇଥିଲା। ଜଟିଳ ପରସ୍ଥିତି ସୃଷ୍ଟି ହେବାରୁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃଦୁ ଲାଠି ଚାଳନା କରିଥିଲା। ଏହା ପରେ ଉକ୍ତ ସ୍ଥାନରୁ ଉଭୟ ଗୋଷ୍ଠୀର ଲୋକମାନେ ଫେରାର୍‌ ହୋଇଯାଇଥିଲେ। ବର୍ତ୍ତମାନ ସୁନ୍ଦରଗଡର ଏସପି ଘଟଣାସ୍ଥଳରେ ପହଞ୍ଚି  ଫ୍ଲାଗ୍ ମାର୍କ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.