ରାତି ଅଧରେ ବୁଲୁଥିଲେ କିନ୍ନର, ଅଟକାଇବାରୁ ପୋଲିସ ସହ ହାତାହାତି : ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଭିଡିଓ

Published By : Prameya-News7 Bureau | September 02, 2021 IST

ପୁରୀ ୨।୯: ପୁରୀରେ କିନ୍ନର ଓ ପୋଲିସ ମଧ୍ୟରେ ମାଡ ମରାମରି ହୋଇଛନ୍ତି । ଏଭଳି ଘଟଣା ଘଟିଛି ପୁରୀ ସମୁଦ୍ରକୂଳ ଥାନା ସୁବାଷ ବୋଷ ଛକ ନିକଟରେ । ଭିଡିଓରେ ଦୁଇ ଜଣ କିନ୍ନରଙ୍କ ସହ ପୋଲିସ କର୍ମଚାରୀ ମୁଥ ମରାମରି ଓ ମାରପିଟର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ବିଳମ୍ବିତ ରାତିରେ ବୁଲୁଥିବା ନେଇ କିନ୍ନରମାନଙ୍କୁ ସୁବାଷ ବୋଷ ଛକ ନିକଟରେ ପୋଲିସ ଅଟକାଇଥିଲା । କେଉଁ କାରଣରୁ କିନ୍ନରମାନଙ୍କୁ ପୋଲିସ ଅଟକାଇଲା ବୋଲି ସେମାନେ ପ୍ରଶ୍ନ କରିବା ସହ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ କିନ୍ନର ଓ ପୋଲିସଙ୍କ ମଧ୍ୟରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ହାତାହାତି ଯାଏଁ କଥା ଯାଇଥିଲା । ହାତାହାତିରେ ପୋଲିସ ଓ କିନ୍ନର ଉଭୟ ଆହତ ହୋଇଛନ୍ତି। ପ୍ରାଥମିକ ଭାବେ ଯାହା ଜଣାପଡିଛି ଉଭୟ କିନ୍ନରଙ୍କୁ ସମୁଦ୍ର କୂଳ ଥାନାରେ ଅଟକ ରଖାଯାଇଛି । ଏଥିସହ ଘଟଣାର ସତ୍ୟାସତ୍ୟ କଣ ରହିଛି ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି । ତେବେ କିନ୍ନରଙ୍କ ସହ ପୋଲିସର ଏଭଳି ଧସ୍ତାଧସ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପୁରୀ ସହରରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.