ନାଲକୋ କର୍ମଚାରୀଙ୍କ ମଧ୍ୟରେ ମାରପିଟ୍‌: ୨ଜଣ ମିଶି ଜଣଙ୍କୁ ନିର୍ଧୁମ ଛେଚିଲେ, ସିସିଟିିଭିରେ ଦୃଶ୍ୟ ରେକର୍ଡ

Published By : Prameya-News7 Bureau | October 21, 2020 IST

 ଅନୁଗୋଳ୨୧/୧୦: କର୍ମଚାରୀଙ୍କ ମଧ୍ୟରେ ମାରପିଟ୍ ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।  ଅନୁଗୋଳ ନାଲକୋନଗର ଅଞ୍ଚଳର ଏକ ହୋଟେଲରେ ତିନି ନାଲକୋ କର୍ମଚାରୀ କୌଣସି କାରଣକୁ ନେଇ ପ୍ରଥମେ ବଚସା ପରେ ଦୁଇ ସାଙ୍ଗ ଅନ୍ୟ ଜଣକୁ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି।

{"id":348405,"sizeSlug":"large"}

 ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଥିବା ଦୃଶ୍ୟ ମୁତାବକ,  ଜଣେ ପ୍ରାଣବିକଳରେ ଚାଲିଯିବା ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ୩ଜଣ ଯୁବକ ହୋଟେଲ ସାମ୍ନା ଚଟାଣରେ ତାଙ୍କୁ ଗୋଡ଼େଇ ଗୋଡ଼େଇ ପିଟୁଛନ୍ତି।  ଏ ତମାମ ଦୃଶ୍ୟ ସିସିଟିଭି ଫୁଟେଜରେ ରେକର୍ଡ଼ ହୋଇଛି। ଆକ୍ରମଣ ଶିକାର ହୋଇ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଏ ସଂପର୍କରେ ନାଲକୋ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ତେବେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ। ଘଟଣା କେବେର ମଧ୍ୟ ଜଣା ପଡ଼ିନାହିଁ। ଏବେ ଏହି ଭିଡିଓ ଏ ମୋବାଇଲରୁ ସେ ମୋବାଇଲ ଭାଇରାଲ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.