କୋଟପାଡରେ ଏଥର ବଦଳିବ କି ସମୀକରଣ ? ଲଢେଇ ଅଭିଜ୍ଞ ବନାମ ନବାଗତ

Published By : Prameya-News7 Bureau | March 29, 2019 IST

କୋରାପୁଟ ଜିଲ୍ଲାର ଅନ୍ୟତମ ବିଧାନସଭା ଆସନ  କୋଟପାଡରେ ଏଥର ବଦଳିବ କି ସମୀକରଣ ? ବିଜୁ ଜନତା ଦଳର ମହିଳା ପ୍ରାର୍ଥୀ ତାଙ୍କ ପ୍ରତିପକ୍ଷଙ୍କୁ ଦେବେ କି କଡ଼ା ଟକ୍କର ?  ତେବେ ଏସବୁ ପ୍ରଶ୍ନର ଉତ୍ତର ଯାହା ବି ହେଉନା କାହିଁକି, ଏହା କିନ୍ତୁ ସ୍ପଷ୍ଟ ଯେ, କୋଟପାଡ ବିଧାନସଭା ଆସନରେ ଏଥର ଲଢେଇ ଅଭିଜ୍ଞ ବନାମ ନବାଗତ ।

{"id":98124}

କଂଗ୍ରେସ ଟିକଟରେ ଦିତୀୟ ଥର ପାଇଁ ମୈଦାନଙ୍କୁ ଓହ୍ଲାଇଛନ୍ତି ବର୍ତ୍ତମାନର ବିଧାୟକ ଚନ୍ଦ୍ର ଶେଖର ମାଝୀ। ଆଉ ଚନ୍ଦ୍ରଶେଖରଙ୍କୁ ମୁକାବିଲା କରିବା ଲାଗି ବିଜେଡି ପଦ୍ମନୀ ଦିଆନଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଟିକଟ ଧରି ପ୍ରଥମଥର ଲାଗି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଖଗେଶ୍ୱର ମାଝୀ ।ତେବେ ସ୍ୱାଧୀନତା ପରଠୁ କଂଗ୍ରେସର ଗଡ଼ ଭାବେ ପରିଚିତ କୋଟପାଡରେ ଦୁର୍ଗ ଅପରାଜେୟ ରହିବ କି ଦୁର୍ଗ ପତନ ହେବ, ତାହା ଉଭୟ କଂଗ୍ରେସ ଏବଂ ବିରୋଧିଙ୍କ ଲାଗି ଚ୍ୟାଲେଞ୍ଜ୍ । କିନ୍ତୁ ଏହା ଭିତରେ ଶକ୍ତି ବୃଦ୍ଧି ଅଭିଯାନରେ ଥିବା ବିରୋଧିଙ୍କ ରଣନୀତି ମୁକାବିଲାକୁ ଜୋରଦାର  କରିବାର ବେଶି ସମ୍ଭାବନା ସୃଷ୍ଟି କରୁଛି ।

{"id":98125}

କିଏ ଜିତିବ କୋଟପାଡ ?  କଂଗ୍ରେସ ତାର ଦୁର୍ଗକୁ ଅପରାଜେୟ ରଖିବ ନା ବିରୋଧି ଦେଖାଇବେ ଦବଦବା ? ମହିଳା ପ୍ରାର୍ଥୀଙ୍କ ନେତୃତ୍ୱରେ ବିଜେଡି ୪୫ ବର୍ଷ ପରେ ଭାଙ୍ଗିବ କି ଧାରା ? ଏମିତି ଅନେକ ପ୍ରଶ୍ନ କୋରାପୁଟର କୋଟପାଡ ବିଧାନସଭା ନିର୍ବାଚନକୁ ନେଇ । ଗତ ୫ ଥର ହେଲା କଂଗ୍ରେସ ପ୍ରାର୍ଥୀ କୋଟପାଡରୁ ଜିତି ଆସୁଛନ୍ତି । ୨୦୧୪ ନିର୍ବାଚନରେ ବିଜୟୀ କଂଗ୍ରେସ ପ୍ରାର୍ଥୀ ଏବଂ ନିକଟତମ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ଥିଲା ୩୧,୩୨୧। ତେବେ ଏହି ୫ ବର୍ଷରେ କେତେ ପରିବର୍ତ୍ତନ । ତେଣୁ ସବୁ ଦଳ ଓ ସବୁ ପ୍ରାର୍ଥୀ ସମସ୍ତେ ୨୦୧୯ ନେଇ ଆଶାବାଦୀ ।

{"id":98126}

କୋଟପାଡ ନିର୍ବାଚନ ମଣ୍ଡଳୀ କୋରାପୁଟ ଜିଲ୍ଲାର ହୋଇଥିଲେ ବି, ଏହା ନବରଙ୍ଗପୁର ଲୋକସଭା ଆସନ ଅଧିନ ।କୋଟପାଡ ମ୍ୟୁନିସିପାଲିଟି ସହ କୋଟପାଡ ବ୍ଲକ, କୁନ୍ଦୁରା ବ୍ଲକ , ବୋରିଗୁମ୍ମା ବ୍ଲକର ୧୧ ପଞ୍ଚାୟତ ଏବଂ ବୈପାରିଗୁଡା ବ୍ଲକର ୭ ପଞ୍ଚାୟତକୁ ନେଇ ଏହି ବିଧାନସଭା ଗଠିତ ।ତେବେ ୧୯୬୧ରେ ଗଠିତ ଏହି ବିଧାନସଭା ଆସନଟି କଂଗ୍ରେସର ଦୁର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଆଜି ସୁଦ୍ଧା ମୋଟ ୧୩ ଥର ନିର୍ବାଚନରୁ ୧୧ ଥର ଜିତିଛି କଂଗ୍ରେସ ।

{"id":98127}

୧୯୯୦ ମସିହାରେ ଜନତା ଦଳ ପ୍ରାର୍ଥୀ ସଦନ ନାଏକ କୋଟପାଡରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତା ପୂର୍ବରୁ ୧୯୭୧ ରେ ସ୍ୱତନ୍ତ୍ର ପାର୍ଟି ସଦସ୍ୟ ଧନସାୟୀ ରାନ୍ଧାରୀ ଜିତିଥିଲେ କୋଟପାଡ । କିନ୍ତୁ କୋଟପାଡର ଦିବଙ୍ଗତ ବିଧାୟକ ବାସୁଦେବ ମାଝିଙ୍କୁ ଅପ୍ରତିଦ୍ୱନ୍ଦୀ ନେତା କୁହାଯାଏ। ସେ ଏହି ଆସନରୁ ବିଧାନସଭାକୁ ୮ ଥର ପ୍ରତିନିଧିତ୍ୱ କରିଛନ୍ତି ।

{"id":98128}

ତେବେ ତାଙ୍କ ବିୟୋଗ ଯୋଗୁଁ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେଲେ ସ୍ବର୍ଗତ ବାସୁଦେବଙ୍କ ଭାଇ ଚନ୍ଦ୍ର ଶେଖର ମାଝୀ , ଏବଂ  ବିଜୟୀ ମଧ୍ୟ ହେଲେ । ଏଥର ବି ସେ କଂଗ୍ରେସ ପ୍ରାର୍ଥୀ । ରାସ୍ତା ଠାରୁ ଆରମ୍ଭ କରି ପିଇବା ପାଣି ଓ ଶିକ୍ଷା କ୍ଷେତ୍ରରେ ଅନେକ କାମ କରିଥିବାରୁ ଭୋଟର ତାଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି।

{"id":98129}

ଲଗାତର ପରାଜୟ ସତ୍ତ୍ୱେ, ଅଶା ଛାଡି ନାହିଁ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନ ବେଳଠୁ କୋଟପାଡରେ କଂଗ୍ରେସ ବିରୋଧୀଙ୍କ ସ୍ଥିତିରେ ଅନେକ ସୁଧାର ଆସିଛି । ଏଥର କୋଟପାଡରେ ଭିନ୍ନ ସ୍ଥିତିଟି ହେଲା, ବିଜେଡି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ରାଜନୈତୀକ ପରିବାରରୁ ଆସିଥିବା ପଦ୍ମିନୀ ଦିଆନ ହେଉଛନ୍ତି ନବରଂଗପୁର ବିଧାୟକ ମନୋହର ରନ୍ଧାରୀଙ୍କ ଭଉଣୀ । ତାଙ୍କୁ ମଇଦାନରେ ଉତ୍ତାରି ଥିବା ବିଜେଡି ଏଥର ସମୀକରଣ ଓଲଟାଇବାକୁ କିଛି ବି ଅପ୍ସନ ଛାଡୁନି ।

{"id":98130}

ଆଦିବାସୀଙ୍କ ଲାଗି ସଂରକ୍ଷିତ ଏହି ଆସନରେ କଂଗ୍ରେସର ପାରମ୍ପରିକ ଭୋଟରେ ବିଭାଜନ କରିବାକୁ ଣନୀତି କରିଛି ଦଳ । ତେବେ ଲୋକଙ୍କ ଆସ୍ଥା ଜିଣି ଜିତିବାର ଲକ୍ଷ୍ୟରେ ଦଳ ର କର୍ମୀ କାମ କରୁଥିବା ନେତା କହୁଛନ୍ତି । ବିଭିନ୍ନ ସ୍ଥାନରେ ଲୋକଙ୍କୁ ରାଜ୍ୟ ସରକାରଙ୍କ କଲ୍ୟାଣ ଯୋଜନା ସଂପର୍କରେ ବୁଝାଇ ଭୋଟ ଭିଡିବାର ଲକ୍ଷ୍ୟ ରଖିଛି ଦଳ ।ବିକାଶ ମୁଖ୍ୟ ପ୍ରସଙ୍ଗ ।ଆଉ ଏହି ଅଭିଯାନରେ ଜନତାଙ୍କୁ ଜିୀତିବାର ଦମ୍ଭେକ୍ତି କରନ୍ତି ବିଜେଡି ପ୍ରାର୍ଥୀ ।

{"id":98131}

ବିଜେପି ବି ନାହିଁ ପଛରେ । ଯୁବନେତା ଖଗେଶ୍ୱରୀ ପୁଜାରୀଙ୍କୁ ବିଜେପି ଏଥର ପ୍ରାର୍ଥୀ କରିଛି।ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲଥିଲା ।  ପ୍ରଥମ ଥର ପାଇଁ କୋଟପାଡ ଜୋନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇ ଖାତା ଖୋଲିଥିଲେ।ତେଣୁ ଏଥର ପରିବର୍ତ୍ତନର ହାୱାରେ  ବିଜେପି ଭଲ କରିବାର ଆଶା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.