ଉପ- ନିର୍ବାଚନ ପୂର୍ବରୁ ଦଳ ବଦଳ ରାଜନୀତି ସରଗରମ୍: ତିର୍ତ୍ତୋଲରେ ନିର୍ବାଚନ ଅଫିସ୍ ଉଦ୍‌ଘାଟନ ବେଳେ ବିଜେପି ଗୋଷ୍ଠୀ କନ୍ଦଳ ରାସ୍ତାରେ ପଡିଲା, ଅସନ୍ତୁଷ୍ଟ ଗର୍ଜିଲେ

Published By : Prameya-News7 Bureau | October 07, 2020 IST

ଜଗତସିଂହପୁର୭/୧୦: ତିର୍ତ୍ତୋଲରେ ଉପନିର୍ବାଚନ ତାରିଖ ଯେତିକି ନିକଟତର ହେବାରେ ଲାଗିଛି ଦଳ ଡିଆଁ ଓ ମିଶ୍ରଣ ପର୍ବ ସେତିକି ରୋଚକ ହେବାରେ ଲାଗିଛି । ଏହି କସରତରେ କଂଗ୍ରେସ ଏବଂ ବିଜେପି ଆଗରେ । ସରଗରମ୍‌ ହେବାରେ ଲାଗିଛି ରାଜନୀତି । ପ୍ରାର୍ଥୀ ଚୟନ ନେଇ ଶାସକ ବିଜେଡି ଏବଂ ବିରୋଧୀ ବିଜେପି - କଂଗ୍ରେସ ତିନି ଦଳରେ ଅଙ୍କ କଷା ଜୋର ଦାର। ସେପଟେ କିନ୍ତୁ ପ୍ରଚାର  ସହ ସଂଗଠନ ରଣନୀତି ନେଇ ମଧ୍ୟ ଜୋର କସରତ ଚାଲିଛି।

wp:html /wp:html

୨ ଥର ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ବେଳେ ଅଧ୍ୟାପନରୁ ୨୦୧୪ରେ ବିଜେପିରୁ ରାଜନୀତି ଆରମ୍ଭ କରିଥିବା ରମାକାନ୍ତ ଭୋଇ ଏବେ ବିଜେପି ଛାଡିଛନ୍ତି। ସେ ୨୦୧୯ରେ ଥିଲେ ୨ ନମ୍ବର ପ୍ରତିଦ୍ବନ୍ଦୀ। କିନ୍ତୁ ରାଜକିଶୋରଙ୍କ ବିଜେପି ଆଗମନରେ ଅସୁରକ୍ଷିତ ମଣି ସେ ବିଜେପି ଛାଡିଛନ୍ତି। ରମାକାନ୍ତଙ୍କ ସମର୍ଥକମାନେ ମଧ୍ୟ ବିଜେପି ନେତୃମଣ୍ଡଳୀ ଉପରେ କ୍ଷୁବ୍ଧ। ତିର୍ତ୍ତୋଲରେ ବୁଧବାର ଅନୁଷ୍ଠିତ ଏକ ବିଜେପି କର୍ମୀ ସମ୍ମିଳନୀରେ ବିଜେପିର ଏହି ଗୋଷ୍ଠୀ କନ୍ଦଳ ପ୍ରତିଫଳିତ ହୋଇନି, ହାଟ ପଡି ରାସ୍ତାର ଗଡିଛି।

{"id":340277,"sizeSlug":"large"}

ବୁଧବାର ତିର୍ତ୍ତୋଲ ବଜାରରେ ବିଜେପି ଦଳର ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟନ୍ ସମୟରେ ଏପରି କିଛି ଘଟିଛି।  ଏହି କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ଓ ରାଜ୍ୟ ସ୍ତରୀୟ ନେତା  ମାନେ ଯୋଗଦେଇ ନିର୍ବାଚନ କାର୍ଯ୍ୟାଳୟକୁ ଉଦଘାଟନ କରିବା ସହିତ ଉପସ୍ଥିତ ଦଳୀୟ କର୍ମୀ ମାନଙ୍କୁ ସଂଗଠିତ ହେବା ପାଇଁ ଆହ୍ଵାନ କରିଥିଲେ । ଗତକାଲି ରମାକାନ୍ତ ଭୋଇଙ୍କ ସହ କିଛି ଦଳୀୟ ନେତା ବିଜେପିରୁ ଇସ୍ତଫା ଦେଇ ଥିବା ବେଳେ ଆଜି  ବିଭିନ୍ନ ଦଳରୁ ଆସିଥିବା ବହୁ ଦଳ ଡିଆଁଙ୍କୁ ମଧ୍ୟ ଫୁଲତୋଡା ଦେଇ ବିଜେପିରେ ସ୍ବାଗତ କରାଯାଇଥିଲା । ଚଳିତ ଉପନିର୍ବାଚନରେ ତିର୍ତ୍ତୋଲରେ ବିଜେପି ବିଜୟ ହାସଲ କରିବ ବୋଲି ଦଳୀୟ ନେତାମାନେ ଦୃଢ଼କ୍ତି ପ୍ରକାଶ କରିବା ସହ ରମାକାନ୍ତଙ୍କ ଇସ୍ତଫା ଦଳରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଛାମୁଆ ନେତା ଦୃଢ଼କ୍ତି କରିଥିବା ବେଳେ ରମାକାନ୍ତ ଭୋଇ କ୍ୟାମେରା ଆଗରେ ତାଙ୍କ ଅସନ୍ତୋଷ ଓଗାଳିଛନ୍ତି।

{"id":340278,"sizeSlug":"large"}

ବୈଠକ ସ୍ଥଳରେ ରମାକାନ୍ତ ଭୋଇଙ୍କର କିଛି ସମର୍ଥକ ହୋହଲା କରିବା ସହିତ ଧସ୍ତାଧସ୍ତି ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। ଦଳ ସେମାନଙ୍କୁ ଅଣଦେଖା କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ବିଜେପିର ନିର୍ବାଚନୀ କାର୍ଯ୍ୟାଳୟ ଉଦ୍‌ଘାଟନ ସ୍ଥଳରେ ତମ୍ବି ତୋଫାନ ସୃଷ୍ଟି ହୋଇଥିଲା।ସେପଟେ ଦୀର୍ଘ ଦିନ ହେଲା ତିର୍ତ୍ତୋଲରେ ଦଳୀୟ ସଙ୍ଗଠନକୁ ମଜବୁତ କରି ଆସି ଥିଲେ ମଧ୍ୟ ଦଳ ତାଙ୍କୁ ହତାଦର କରିଥିବାରୁ ସେ ଇସ୍ତଫା ଦେଇ ଥିବାର ରମାକାନ୍ତ କହିଛନ୍ତି।ନିର୍ବାଚନ ପୂର୍ବରୁ ଦଳ ଡିଆଁ ରାଜନୀତି ସରଗରମ୍‌ ହେଉଥିବା ବେଳେ ତିନି ପ୍ରମୁଖ ଦଳଙ୍କ ପ୍ରାର୍ଥୀ ତାଲିକା ଏଯାଏଁ ପ୍ରକାଶ ପାଇନି। ରାଜକିଶୋର ବିଜେପି ଟିକେଟ ପାଇବାକୁ ଆଶା ବାନ୍ଧି ବସିଥିବା ବେଳେ ରମାକାନ୍ତ ଓ ତାଙ୍କ ସମର୍ଥକ ବିଜେଡି ଆଡ଼କୁ ଢ଼ଳିବା ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ସେପଟେ କଂଗ୍ରେସରୁ ଅଧିକ ନେତା ଇସ୍ତଫା ଦେଇଥିବା ବେଳେ ଦଳ କିନ୍ତୁ ଷ୍ଟ୍ରାଟେଜିରେ ପଛରେ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.