Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କଂଗ୍ରେସ ଓ ବିଜେପି କର୍ମୀ ବାଡାବାଡି, ବାଦ୍ ପଡିଲେନି ସାଂସଦ, ପୋଲିସ ସମେତ ଅନେକ କାର୍ଯ୍ୟକର୍ତ୍ତା ଆହତ

25/09/2021 at 7:33 PM

ପ୍ରତାପଗଢ ୨୫।୦୯:  ବାଡାବାଡି ହେଲେ କଂଗ୍ରେସ ଓ ବିଜେପି କର୍ମୀ। ବାଦ୍  ପଡିଲେନି ବିଜେପି ସାଂସଦ ସଙ୍ଗମଲାଲ ଗୁପ୍ତା। ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରତାପଗଢ ସାଙ୍ଗୀପୁରରେ ଏକ କାର୍ଯ୍ୟକ୍ରମରେ। କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରଥମେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପଥରମାଡ ଓ ଲାଠି ମାଡରେ ସାଂସଦ ସଙ୍ଗମଲାଲ ଗୁପ୍ତାଙ୍କ ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି। ଏପରିକି ଅନେକ କର୍ମୀ ଓ ପୋଲିସର ଅନେକ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି।

ସିଙ୍ଗାପୁର ବିକାଶ ଖଣ୍ଡରେ ଆୟୋଜିତ ଆରୋଗ୍ୟ ମେଳାରେ ବିଜେପି ସାଂସଦ ପହଞ୍ଚିବା ନେଇ ହଙ୍ଗାମା ଆରମ୍ଭ ହୋଇଥିଲା। ର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସର  ବରିଷ୍ଠ ନେତା ପ୍ରମୋଦ ତିଓ୍ଵାରୀ ଓ ବିଧାୟକ ଆରଧନା ମିଶ୍ର ମୋନା ପହଞ୍ଚିଥିଲେ। ଧିରେ ଧିରେ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା। କର୍ମୀ ଯିଏ ଯାହାକୁ ପାରିଲେ ପିଟି ଚାଲିଲେ। ଏହି ଘଟଣା ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସଂଖ୍ୟା ଅଧିକ ଥିବାରୁ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି।

ଏହି ମାମଲାରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଟ୍ଵିଟ୍ କରି କହିଛନ୍ତି, ବିଜେପି ସରକାରରେ ଯେଉଁଭଳି ହିଂସାକାଣ୍ଡକୁ ପ୍ରୋତ୍ସାହନ ଦିଆଯାଉଛି, ତାର ପରିଣାମ ନିଜର ସାଂସଦ ଓ ବିଧାୟକଙ୍କୁ ଭୋଗିବାକୁ ପଡିଛି। ବିଜେପି ନିଜର ଜନ ପ୍ରତିନିଧିଙ୍କୁ ମଧ୍ୟ ସୁରକ୍ଷା ଦେଇ ପାରୁ ନାହିଁ। ବିଜେପି ସରକାରରେ ଉତ୍ତର ପ୍ରଦେଶରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ  ହୋଇ ପଡିଛି। ଜନଆକ୍ରୋଶ ହିଂସାତ୍ମକ ହୋଇ ଉଠିବା ଭଲ ସଙ୍କେତ ନୁହେଁ  ବୋଲି ଅଖିଳେଶ ଯାଦବ କହିଛନ୍ତି।

   Related Posts