ବଲାଙ୍ଗୀର: ଯୁବକ ନିଖୋଜ ଘଟଣାକୁ ନେଇ ରାଜନୀତି, ବିଜେଡି- କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଖଣ୍ଡ ଯୁଦ୍ଧ

Published By : Prameya-News7 Bureau | January 09, 2021 IST

ବଲାଙ୍ଗୀର୯/୧: ବଲାଙ୍ଗୀର ସଦର ଥାନା ମାଙ୍କଡ ଚୁଆଁର ଯୁବକଙ୍କ ନିଖୋଜ ପରେ ଆରମ୍ଭ ହୋଇଯାଇଛି ରାଜନୀତି। ଏହି ଘଟଣା ଥମିବାର ନାଁ ଧରୁନି। ନିଖୋଜ ଯୁବକଙ୍କ ପତ୍ତା ମିଳିବା ପରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଖଣ୍ଡ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଗତକାଲି କଂଗ୍ରେସ ଥାନା ଘେରାଇ କରିବା ସହ ସାମ୍ବାଦିକ ସମ୍ବିଳନିରେ ବିଜେଡି ଯୁବ ସଭାପତି ତଥା ସରପଞ୍ଚ ରାଜେନ୍ଦ୍ର ହୋତାଙ୍କ ବହିସ୍କାର ସହ ତାଙ୍କୁ ଗିରଫ ଦାବି ପରେ ଆଜି ସାମ୍ବାଦିକ ସମ୍ବିଳନର କରି ନିଜ ମତ ରଖିଛନ୍ତି ଯୁବ ସଭାପତି ତଥା ସରପଞ୍ଚ ରାଜେନ୍ଦ୍ର ହୋତା। ରାଜନୈତିକ ଆକ୍ରୋଶ ରଖି ଏଭଳି ତାଙ୍କୁ ବଦନାମ କରି ରାଜେନୖତିକ ଫାଇଦା ନେବା ପାଇଁ କଂଗ୍ରେସର ଏକ ଚାଲ ବୋଲି କହିଛନ୍ତି ରାଜେନ୍ଦ୍ର।

ଏଥିସହ ଆଇନକୁ ସମ୍ମାନ ଜଣାଇବା ସହ ପୋଲିସ ଯେକୌଣସି ସମୟରେ ଯାହା ବି ଘଟଣାକୁ ତଦନ୍ତ କରିବ ତାକୁ ସ୍ବାଗତ କରିବା ସହ ସେଥିରେ ସହଯୋଗ କରିବେ ବୋଲି ଦେଇଛନ୍ତି ମତ। ତା ସହ ଏଭଳି ହୀନ ରାଜନୀତି କରୁଥିବା କଂଗ୍ରେସ ଦଳ ଉପରେ ଆଣିଛନ୍ତି ବିଭିନ୍ନ ପ୍ରକାର ଆରୋପ। ତେବେ ଆଗାମୀ ଦିନରେ ଏଭଳି ଘଟଣା ଘଟାଇବାରୁ କଂଗ୍ରେସ ଦଳ ନିଜକୁ ଦୂରରେ ନ ରଖିଲେ ତାହାର ପରିଣାମ ଭୟାବହ ହେବ ଓ ତାହାର ଉଚିତ୍ ଜବାବ ଦିଆଯିବ ବୋଲି କହିଛି ଜିଲ୍ଲା ବିଜେଡି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.