Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ମଞ୍ଚ ଉପରେ ପରସ୍ପରକୁ ପ୍ରଶଂସା କଲେ ନେତା, ମଞ୍ଚ ତଳେ ବିଜେପି-ବିଜେଡି କର୍ମୀ ହେଲେ ଠେଲାପେଲା: କଂଗ୍ରେସ କହିଲା, ‘ଭଡାରେ ଦୁହେଁ ଆଣିଥିଲେ ଟୋକା’

9/01/2021 at 5:09 PM

ଭୁବନେଶ୍ବର୯/୧: ମଞ୍ଚରେ ନେତା-ନେତାଙ୍କୁ କଲେ ପ୍ରଶଂସା। ମଞ୍ଚ ତଳେ ବିଜେପି-ବିଜେଡି କର୍ମୀଙ୍କ ଭିତରେ ନାରାବାଜି ପ୍ରତିଯୋଗିତା। ସ୍ବଛ ବିନ୍ଦୁ ସାଗର ପ୍ରକଳ୍ପ ଉଘାଟନ୍ ବେଳେ ବିଜେପି ଓ ବିଜେଡି କର୍ମୀଙ୍କ ଭିତରେ ବଳ କଷାକଷି ହୋଇଛନ୍ତି। ଗୋଟିଏ ପଟେ ନବୀନ ଜିନ୍ଦାବାଦ ଧ୍ବନୀ ଆଉ ଅନ୍ୟପଟେ ମୋଦି ମୋଦି ନାରା ପୁରା ପରିବେଶକୁ ଉଷ୍ମ କରିଛି। ସ୍ବଛ ବିନ୍ଦୁ ସାଗର ପ୍ରକଳ୍ପ ଉଦଘାଟନ୍ ବେଳେ ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଏହି ପ୍ରକଳ୍ପକୁ ଉଦ୍‌ଘାଟନ୍ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟର ଆର୍ଥିକ ସହାୟତାରେ ସ୍ବଛ ବିନ୍ଦୁ ସାଗର ପ୍ରକଳ୍ପ କାମ କରାଯାଇଛି। ଯଦି ବା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକଳ୍ପକୁ ନେଇ କୌଣସି ପଲିଟିକାଲ କାର୍ଡ ଖେଳିନଥିଲେ କିନ୍ତୁ ସାଂସଦ ଅପରାଜିତା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଭିତରେ ଆକ୍ଷେପ ପ୍ରତିଆକ୍ଷେପ ହୋଇଥିବା ଦେଖିବାକୁ ମିଳିଥିଲା।

ମଞ୍ଚ ତଳେ ବି ଉଭୟ ଦଳର କର୍ମୀଙ୍କ ଭିତରେ ନାରାବାଜି ପାଇଁ ଯେମିତି ପ୍ରତିଯୋଗୀତା ଚାଲିଥିଲା। କୁହାଯାଉଛି ଯେ ଆଗକୁ ପୌର ନିର୍ବାଚନ ସେଥିପାଇଁ ୨ ଦଳ ପତିଆରା ଦେଖେଇବାକୁ ଏଭଳି ଆୟୋଜନ କରିଥିଲେ। ସେପଟେ ଏହାକୁ କଂଗ୍ରେସ ନେତା ସୁରେଶ ରାଉତରାୟ ସମାଲୋଚନା କରିଛନ୍ତି। କହିଛନ୍ତି ଭଡାରେ ଦୁଇ ଦଳ ଟୋକା ନେଇଛନ୍ତି । ବିନ୍ଦୁ ସାଗର ଉନ୍ନତି ପାଇଁ ବାଜପେୟୀଙ୍କ ସମୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଥିବା ଜଗମୋହନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଓ ଜାନକୀ ପଟନାୟକଙ୍କର ଯୋଗଦାନ ରହିଛି।  

   Related Posts