Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ପୁରୀରେ ବିଜେଡି ବିଜେପି ମଧ୍ୟରେ ହେବ ଲଢେଇ, ମହେଶ୍ବରଙ୍କ ବିରୋଧରେ ପୁରୁଣା ସହଯୋଗୀ : ବାଟବଣା କଂଗ୍ରେସ

2/04/2019 at 1:32 PM

ପୁରୀ ୨|୪ (ଚିତରଂଜନ ମହାନ୍ତି ): ପୁରୀ ବିଧାନସଭା ଆସନରେ ଜମିବ ଲଢ଼େଇ । ୩ ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି । ବିଜେଡି ପୁଣି ମହେଶ୍ବର ମହାନ୍ତିଙ୍କୁ ମଇଦାନକୁ ଉତ୍ତାରିଛି । ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଜୟନ୍ତ ଷଡ଼ଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଛି । ଦୁଇ ପୁରୁଣା ସହଯୋଗୀଙ୍କ ମଧ୍ୟରେ ଜୋରଦାର ଫାଇଟ୍ ହେବ । ସେହପରି ସବୁ ଚର୍ଚ୍ଚା, ଆଲୋଚନାକୁ ପଛରେ ପକାଇ, କଂଗ୍ରେସ କ୍ୟାଣ୍ଡିଡେଟ୍ ହୋଇଛନ୍ତି ଅରୋପ୍ରସାଦ ମିଶ୍ର । ଅରୋପ୍ରସାଦ ପ୍ରାର୍ଥୀ ହେବା ପରେ ଦଳୀୟ କନ୍ଦଳ ଜୋର ଧରିଲାଣି । ତେବେ ପୁରୀ ରାଜନୀତି କେଉଁ ମୋଡ଼ ନେବ ଚାଲନ୍ତୁ ଜାଣିବା ।

ପୁରୀରେ କାହାର ହେବ ଜିତାପଟ । ୩ ଦଳ ସେମାନଙ୍କ ପ୍ରାର୍ଥୀଙ୍କୁ ମଇଦାନକୁ ଉତ୍ତାରିସାରିଛନ୍ତି । ବିଜେଡ଼ି ପୁଣି ମହେଶ୍ବର ମହାନ୍ତିଙ୍କ ଉପରେ ଭରସା କରିଛି । ତେବେ ଏଠିକା ରାଜନୀତି ପୁରା ରୋଚକମୋଡ଼ ନେଇଛି । କାରଣ ବିଜେଡି ଟିକେଟ୍‌ରୁ ପୁରୀ କିମ୍ବା ସତ୍ୟବାଦୀ ଆସନରୁ ଲଢ଼ିବାକୁ ଆଶାୟୀ ଥିଲେ ଜୟନ୍ତ ଷଡ଼ଙ୍ଗୀ । ତେବେ ଆଶା ପୂରଣ ନହେବାରୁ ନିଜର ଅସନ୍ତୋଷ ଜାହିର କରିବା ସହ ଜୟନ୍ତ ପଦ୍ମ ପୋଖରୀକୁ ଡେଇଁଛନ୍ତି । ବିଜେପି ବି ଜୟନ୍ତଙ୍କୁ ପୁରୀରୁ ପ୍ରାର୍ଥୀ ଘୋଷଣା କରିଛି । ଦିନେ ପୁରୁଣା ସହଯୋଗୀ ଏବେ ମହେଶ୍ବର ଏବଂ ଜୟନ୍ତ ଏବେ ପରସ୍ପରକୁ ଟକ୍କର ଦେବେ । ତେବେ ମହେଶ୍ବର କହୁଛନ୍ତି ଜୟନ୍ତ ବିଜେପି ପ୍ରାର୍ଥୀ ହେଲେ ବି କିଛି ଫରକ ପଡ଼ିବନି।

ଗତ ନିର୍ବାଚନରେ ମହେଶ୍ୱର ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଉମ୍ମାବଲ୍ଲଭ ରଥଙ୍କୁ ପ୍ରାୟ ୩୪ ହଜାର ଭୋଟରେ ହରାଇଥିଲେ । ମହେଶ୍ୱରଙ୍କ ଠାରୁ ୫ ଥର ହାରିବା ପରେ ଏବେ ଆଠଗଡ଼ରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଉମାବଲ୍ଲଭ । ଉମାବଲ୍ଲଭ  ଆଠଗଡ଼ ମୁହାଁଇବା ପରେ ପୁରୀ ବିଧାନସଭା ଆସନ ପାଇଁ କଂଗ୍ରେସରେ ବହୁ ଆଶାୟୀ ଥିଲେ । ହେଲେ ଦଳ ଜଣେ ସଂପୁର୍ଣ୍ଣ ନୂଆ ମୁହଁ ଅରୋପ୍ରସାଦ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ଅରୋପ୍ରସାଦଙ୍କ ପାର୍ଥୀତ୍ବକୁ ନେଇ ଦଳରେ ତୀବ୍ର ଅସନ୍ତୋଷ ରହିଛି । ଅରୋପ୍ରସାଦ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି କହିଲେ ଭୁଲ ହେବ ନାହିଁ । ପୂର୍ବରୁ ଅରୋ ପ୍ରସାଦ ପୁରୀ କଂଗ୍ରେସ ସହ ସଂପୃକ୍ତ ନଥିଲେ । ସେ ମଧ୍ୟ ବାହାରେ ରହୁଥିଲେ । ହଠାତ୍‌ କଂଗ୍ରେସ କେଉଁ ଆଧାରରେ ଓ କାହିଁକି ତାଙ୍କୁ ପ୍ରାର୍ଥୀ କରିଛି ତାହା ଅନେକେ ବୁଝି ପାରୁ ନାହାନ୍ତି । ସେପଟେ ବିଜେଡ଼ିରୁ ଆସିଥିବା ଜୟନ୍ତ ଷଡ଼ଙ୍ଗୀଙ୍କୁ ବିଜେପି କର୍ମୀମାନେ ସହଯୋଗ କରୁଥିବାରୁ ବିଜେପି ଓ ବିଜେଡ଼ି ଭୋଟ ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି।

ଷଷ୍ଠଥର ପାଇଁ ପୁରୀ ଆସନରୁ ନିର୍ବାଚନ ଲଢ଼ୁଛନ୍ତି ମହେଶ୍ୱର । ଦେଖାଯାଉ ଜୟନ୍ତ ଯିବା ବିଜେଡି ପାଇଁ ଘାତକ ହେଉଛି ନା ବରଦାନ ପାଲଟୁଛି ।  

   Related Posts