Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସ୍ୱାସ୍ଥ୍ୟ ପାଇଁ ହିତକର ଫିଗ୍: ରକ୍ତଚାପ ନିୟନ୍ତ୍ରିତ କରିବା ସହ ହାଡ ମଜବୁତ ରଖେ

26/10/2021 at 5:37 PM

ଭୁବନେଶ୍ୱର୨୬/୧୦ : ଅଞ୍ଜିର ବା ଫିଗ ଏକ ହାଇଫ୍ରୁଟ। ଯାହା ହାଲକା ହଳଦିଆ ଓ ଗାଢ଼ ସୁନେଲି ରଙ୍ଗର । ଏହି ଫଳ ଫୋଷକ ତତ୍ୱରେ ଭରା । ଏହା ଖାଇବାକୁ ବେଶ କୁରକୁରା ଲାଗିଥାଏ । ଏହା ବହୁତ ରୋଗର ଉପଚାର ମଧ୍ୟ କରିଥାଏ । ଅଞ୍ଜିରରେ ଜିଙ୍କ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଆଇରନ୍ ପରି ପୋଷକ ତତ୍ୱ ରହିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଫାଇବର ମଧ୍ୟ ରହିଛି । ଅଞ୍ଜିରରେ ବହୁ ମାତ୍ରାରେ ପୋଟାସିୟମ ଥାଏ ଯାହା ଶରୀରରେ ଶର୍କରାସ୍ତରକୁ ନିୟନ୍ତ୍ରଣ କରିଥାଏ । ଅଞ୍ଜିର ଖାଇବା ଦ୍ୱାରା ଟାଇପ-୨ ମଧୁମେହ ରୋଗର ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ । କେବଳ ମଧୁମେହ ନୁହଁ ଅନ୍ୟାନ୍ୟ କେତେକ ରୋଗକୁ ମଧ୍ୟ ଅଞ୍ଜିର ନିୟନ୍ତ୍ରଣ କରିଥାଏ ।

ଫାଇବର ଭରା ଅଞ୍ଜିର ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଫଳରେ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୁର ହୋଇଥାଏ। କୋଷ୍ଠକାଠିନ୍ୟକୁ ଦୁର କରିବା ପାଇଁ ଅଞ୍ଜିରକୁ ଆପଣ କ୍ଷିରରେ ପକାଇ ପିଇ ପାରିବେ ।

କମ ପୋଟାସିୟମ ଓ ଅଧୀକ ସୋଡ଼ିୟମ ଯୋଗୁ ହାଇପରଟେନ୍ସନ ସମସ୍ୟା ଦେଖାଯାଏ । ଅଞ୍ଜିରରେ ଅଧୀକ ପୋଟାସିୟମ ଓ କମ ସୋଡ଼ିୟମ ରହିଥାଏ। ତେଣୁ ଏହା ହାଇପର ଟେନ୍ସନରୁ ମୁକ୍ତି ଦିଏ।

ଅଞ୍ଜିରରେ ବହୁମାତ୍ରାରେ କ୍ୟାଲସିୟମ ରହିଥାଏ। ତେଣୁ ଏହାକୁ ସବୁବେଳେ ଖାଇବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ ।

ଆସ୍ଥାମା ରୋଗିଙ୍କ ପାଇଁ ଏହା ବହୁତ ଉପଯୋଗି । ଏହା ଛାତିରେ ଜମିଥିବା କଫକୁ ସହଜରେ ବାହାରକୁ ଆଣିବା ପାଇଁ ସାହାଯ୍ୟ କରେ। ଫଳରେ ରୋଗିକୁ ଆରାମ ମିଳେ। ୨ରୁ୪ଟି ଶୁଖିଲା ଅଞ୍ଜିକୁ ସକାଳେ ସଂଧ୍ୟାରେ ଦୁଗ୍ଧ ସହ ଗରମ କରି ପିଇବା ଦ୍ୱାରା କଫ କମିଯାଏ ।

ପାଣିରେ ପାଞ୍ଚଖଣ୍ଡ ଅଞ୍ଜିର ପକାଇ ଏହାକୁ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଛାଣି କିଛିଦିନ ପର୍ଯ୍ୟନ୍ତ ପିଅନ୍ତୁ। ଧୀରେ ଧୀରେ ଶରୀରରୁ ଥଣ୍ଡା ଭଲ ହୋଇଯିବ।

   Related Posts