ବାସି ଭାତ ଖାଇ ୫୦ରୁ ଅଧିକ ଶିଶୁ ଅସୁସ୍ଥ

Published By : Prameya-News7 Bureau | December 10, 2018 IST

ଆଠଗଡ ୧୦|୧୨:  ବାସି ଭାତ ଖାଇ ୫୦ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି । ଆଠଗଡ଼ ପାର୍ବତୀପୁର ମୁଣ୍ଡା ସାହିରେ ଏଭଳି ଏଭଳି ଶିଶୁ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଶିଶୁମାନଙ୍କୁ ଆଠଗଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗାଁରେ ଗତକାଲି ଜଣେ ବ୍ୟକ୍ତିଙ୍କ ସୁଧଘର ଭୋଜି ଥିଲା । ଭୋଜି କିଛି ବଳିଯାଇଥିବାରୁ ଗାଁର ପିଲାମାନଙ୍କୁ ଡାକି ଆଜି ସକାଳୁ ବାସି ଭାତ ଖାଇବାକୁ ଦେଇଥିଲେ । ଖାଇବା ପରେ ପିଲାମାନଙ୍କର ବାନ୍ତି ହୋଇଥିଲା । ଫଳରେ ସମସ୍ତ ଶିଶୁଙ୍କୁ ୧୦୮ ଆମ୍ବୁଲାନ୍ସରେ ଆଣି ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁ ମାନଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଆଠଗଡ ମେଡିକାଲ ଅଫିସର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.