ବେକାବୁ କରୋନା ବଢ଼ାଇଛି ଚିନ୍ତା, ମହାରାଷ୍ଟ୍ର ସମେତ ୩ ରାଜ୍ୟକୁ ୫୦ ଉଚ୍ଚସ୍ତରୀୟ ଟିମ୍ ପଠାଇଲା କେନ୍ଦ୍ର
5/04/2021 at 10:47 PM

ନୂଆଦିଲ୍ଲୀ ୫/୪: ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହୋଇପଡ଼ିଛି। ଏବେ କେନ୍ଦ୍ର ସରକାର ଆକ୍ସନ ମୋଡ୍ରେ ଆସିଥିବା ଦେଖବାକୁ ମିଳିଛି। ସରକାର ମହାରାଷ୍ଟ୍ର, ଛତିଶଗଡ଼ ଏବଂ ପଞ୍ଜାବରେ କରୋନା ସଂକ୍ରମଣକୁ କାବୁ କରିବା ପାଇଁ ଏବଂ କଣ୍ଟେନମେଣ୍ଟ ଉପାୟ ଅବଲମ୍ବନ କରିବାକୁ ୫୦ ଉଚ୍ଚସ୍ତରୀୟ ଟିମ୍କୁ ଏହି ସବୁ ରାଜ୍ୟକୁ ପଠାଇଛନ୍ତି।
ଏହି ଟିମ୍ କହାରାଷ୍ଟ୍ରରେ ୩୦, ଛତଶଗଡ଼ରେ ୧୧ ଜିଲ୍ଲା ଏବଂ ପଞ୍ଜାବର ୯ ଜିଲ୍ଲାରେ ସ୍ଥିତି ପରଖିବେ। ଦେଶରେ ୨୪ ଘଣ୍ଟାରେ ୧ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଟପିବା ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ଭୂତାଣୁର ଦ୍ବିତୀୟ ଲହର ମହାରାଷ୍ଟ୍ର ସହିତ ଦେଶର କିଛି ରାଜ୍ୟରେ ବେକାବୁ ହୋଇଥିବା ଦେଖିବାକୁ ମିଳିଛି।
ମହାରାଷ୍ଟ୍ରରେ ସୋମବାର ୪୭ ହଜାର ୨୮୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତବର୍ଷ ଭଳି ସ୍ଥିତି ଦେଖାଯାଇଛି। ୪୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟରେ ୧୫୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ରାଜ୍ୟରେ ଏବେ ୪,୧,୩୭୫ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।