Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଦେଶରେ ପଞ୍ଚମ କରୋନା ମୃତ୍ୟୁ, ଜୟପୁରରେ ପ୍ରାଣ ହରାଇଲେ ଇଟାଲୀ ନାଗରିକ

20/03/2020 at 5:45 PM

ନୂଆଦିଲ୍ଲୀ ୨୦।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି । ଏଥିରୁ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶୁକ୍ରବାର ଲକ୍ଷ୍ନୌରେ ଚାରି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଲକ୍ଷ୍ନୌର କେଜିଏମୟୁ ହସ୍ପିଟାଲରେ ଏବେ ୯ ଜଣଙ୍କ ଚିକିତ୍ସା ଜାରି ରହିଛି । ଦେଶର ୨୦ ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଚାଲିଛି । ସବୁଠୁ ଅଧିକ ମହାରାଷ୍ଟ୍ର ପ୍ରଭାବିତ ହୋଇଛି ।

କରୋନା ଭାଇରସ୍ ରେ ଆନ୍ଧ୍ରପ୍ରଦେଶରେ ୩, ଦିଲ୍ଲୀରେ ୧୨ଜଣ, ହରିୟାଣାରେ ୧୭, କର୍ଣ୍ଣାଟକରେ ୧୫, କେରଳରେ ୨୮, ମହାରାଷ୍ଟ୍ରରେ ୫୨, ପଞ୍ଜାବରେ ୨, ରାଜସ୍ଥାନରେ ୯, ତାମିଲନାଡୁରେ ୩, ତେଲେଙ୍ଗାନାରେ ୧୬, ଜମ୍ମୁକାଶ୍ମୀରରେ ୪, ଲଦାଖରେ ୧୦, ଉତ୍ତରପ୍ରଦେଶରେ ୨୩, ଉତ୍ତରାଖଣ୍ଡରେ ୩, ଓଡିଶାରେ ୨, ଗୁଜୁରାଟରେ ୫, ଚଣ୍ଡୀଗଡରେ ଜଣେ, ପୁଡୁଚେରୀରେ ଜଣେ ଏବଂ ଛତିଶଗଡରେ ଜଣେ ଆକ୍ରାନ୍ତ ହୋଇଛନ୍ତି ।
କରୋନା ଯୋଗୁଁ ୫ ଜଣ ପ୍ରାଣ ହରାଇଛନ୍ତି। ପ୍ରଥମ ମୃତ୍ୟୁ କର୍ଣ୍ଣାଟକର କଲବର୍ଗୀରେ ହୋଇଥିଲା । ଏହାପରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଦ୍ବିତୀୟ ମୃତ୍ୟୁ ଘଟିଥିଲା । ତୃତୀୟ ମୃତ୍ୟୁ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ହୋଇଥିଲା ଏବଂ ଚତୁର୍ଥ ମୃତ୍ୟୁ ଗତକାଲି ଅର୍ଥାତ୍ ଗୁରୁବାର ଦିନ ପଞ୍ଜାବରେ ହୋଇଥିଲା । ବିଶେଷ କଥା ହେଉଛି ମୃତ୍ୟୁବରଣ କରିଥିବା ୪ଜଣଙ୍କର ବୟସ ୬୦ ବର୍ଷରୁ ଅଧିକ ଥିଲା। ଏହା ବ୍ୟତୀତ ଶୁକ୍ରବାର ରାଜସ୍ଥାନରେ ଜଣେ ଇଟାଲୀ ନାଗରିକଙ୍କର ମୃତ୍ୟୁ ହୋଇଛି। ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ଦାବି କରିଛନ୍ତି। ସେ କରୋନା ସଂକ୍ରମଣରୁ ଅସୁସ୍ଥ ହୋଇଥିଲେ।

ଲକ୍ଷ୍ନୌର କେଜିଏମୟୁରେ କରୋନାର ୯ ରୋଗୀ ଚିକିତ୍ସିତ ହେଉଛନ୍ତି। ପଜିଟିଭ୍ ରୋଗୀଙ୍କ ସଂଖ୍ୟା ଯଦି ଜିଲ୍ଲା ଅନୁଯାୟୀ ଦେଖାଯାଏ ୮ ଜଣ ଲକ୍ଷ୍ନୌର ହୋଇଥିବାବେଳେ ଜଣେ ରୋଗୀ ଲକ୍ଷ୍ମୀପୁର ଖେରୀର | ବର୍ତ୍ତମାନ କେଜିଏମୟୁରେ ମୋଟ୍ ୯ଜଣ କରୋନା ପଜିଟିଭ ରୋଗୀ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୟୁରୋପରୁ ଫେରିଥିବା ଗୋଟିଏ ପରିବାରର ୩ ଜଣ ଲୋକ ଅଛନ୍ତି। ଆଜି ପିଜିଟିଭ ରିପୋର୍ଟ ଆସିଥିବା ୪ଟି ମାମଲା ମଧ୍ୟରୁ ୨ ଜଣ ମହିଳା, ୨୦ ଏବଂ ୨୮ ବର୍ଷ ହୋଇଥିବାବେଳେ ପୁରୁଷ ୩୫ ଏବଂ ୩୭ ବର୍ଷ ବୟସ୍କ ଅଟନ୍ତି।

   Related Posts