Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ମୋଦି ସରକାରଙ୍କ ବଡ ନିଷ୍ପତ୍ତି: କରୋନା ଲକଡାଉନ୍‌ରେ୧୫ ପ୍ରକାର ଉଦ୍ୟୋଗଙ୍କୁ ମିଳିଲା କାର୍ଯ୍ୟକରିବାକୁ ଅନୁମତି, ରହିଛି ସର୍ତ୍ତ

13/04/2020 at 1:49 PM

ନୂଆଦିଲ୍ଲୀ ୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂ ଆଲୋଚନା କରିଥିଲେ। ଏହି ଆଲୋଚନାର ନିଷ୍କର୍ଷ ଅନୁସାରେ ଏବେ ପଦକ୍ଷେପ ନେଇଛନ୍ତି। ଏଥିରେ ସଂକ୍ରମଣ ନିୟନ୍ତ୍ରଣ ଲାଗି ରାଜ୍ୟମାନେ କାମ କରନ୍ତୁ ଓ ଅନ୍ୟପଟେ ଦେଶର ଅର୍ଥନୀତି ବି ବ୍ୟବସ୍ଥିତ ରହୁ ଏହି ନୀତିରେ ୧୫ ପ୍ରକାର ଉଦ୍ୟୋଗକୁ କାମ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ସବୁଜ ସଂକେତ ଦେଇଛନ୍ତି।

ଦେଶରେ କରୋନା ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ସରକାର ତରବରିଆ ଭାବେ ୨୧ ଦିନିଆ ଲକଡାଉନ୍‌ ଘୋଷଣା କରିଥିଲେ। ଦିନକ ପରେ ଜାତୀୟ ଲକଡାଉନର ଅବଧି ସମାପ୍ତ ହେବ। ତେବେ କିଛି ଜରୁରି ଉଦ୍ୟୋଗଙ୍କୁ ଆଂଶିକ ଲକଡାଉନ୍‌ ମୁକ୍ତ ରଖିବାକୁ ବିଭିନ୍ନ ରାଜ୍ୟ ସରକାରମାନେ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।  ସମସ୍ତ ପକ୍ଷଙ୍କ ବିଚାରକୁ ଧ୍ୟାନରେ ରଖି ସରକାର କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ ୧୫ ପ୍ରକାର ଉଦ୍ୟୋଗଙ୍କୁ ସିପ୍ଟରେ କାମ କରିବାକୁ ଅନୁମତି ଦେଇଛନ୍ତି।

କେଉଁ ଉଦ୍ୟୋଗକୁ ମିଳିଛି ଅନୁମତି
କେନ୍ଦ୍ର ଉଦ୍ୟୋଗ ସଚିବ ଗୁରୁପ୍ରସାଦ ମହାପାତ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ଲେଖିଥିବା ପତ୍ରରେ ଆର୍ଥିକ ସଞ୍ଚାଳନ ବର୍ତ୍ତମାନ ସମୟର ସବୁଠୁ  ଜରୁରି  ଆବଶ୍ୟକତା ବୋଲି ଉଲ୍ଲେଖ କରିଛନ୍ତି। ଏହା ଦ୍ୱାରା ଲୋକଙ୍କ ହାତରେ ନଗଦ ପଡିବ। ଉପୁଜିଥିବା ପରିସ୍ଥିତିରେ ରାଜ୍ୟ ସରକାରମାନଙ୍କର ଆର୍ଥିକ ଅବସ୍ଥା ଯାହା ଏଥିରେ ଲୋକେ ହାତବାନ୍ଧି ବସିଗଲେ ସରକାରଙ୍କ ଉପରେ ଚାପ ବଢିବ। ଏଥିରେ ବେକାର ସମସ୍ୟାର ସମାଧାନ ଲାଗି ଉଦ୍ୟୋଗ ସଚିବ ୧୫ ପ୍ରକାର ଉଦ୍ୟୋଗର ଏକ ସୂଚୀ କେନ୍ଦ୍ର ଗୃହ ସଚିବଙ୍କୁ ପ୍ରଦାନ କରିବା ସହ କାର୍ଯ୍ୟାରମ୍ଭ ଲାଗି ଅନୁମତି  ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି।

ଏଥିରେ ଉଦ୍ୟୋସଚିବ ଶ୍ରୀ ମହାପାତ୍ର ଅପ୍ଟିକ୍ ଫାଇବର କେବୁଲ, କମ୍ପ୍ରେସର ଏଣ୍ଡ କଣ୍ଡେନସର ୟୁନିଟି, ଇସ୍ପାତ ଏବଂ ଫେରୋ ଆଲୟ ମିଲ, ପାୱାର ଲୁମ, ପଲ୍ପ ଏଣ୍ଡ ପେପର ୟୁନିଟି, ସାର, ପେଣ୍ଟ, ପ୍ଲାଷ୍ଟିକ୍, ଭେଇକିଲ ୟୁନିଟ୍, ରତ୍ନ ଏବଂ ଆଭୂଷଣ ସାଙ୍ଗକୁ ଏସ୍ଇଜେଡ୍ ଓ ରପ୍ତାନୀ ସହ ସମ୍ପୃକ୍ତ କମ୍ପାନୀମାନଙ୍କୁ କାମ କରିବାକୁ ଅନୁମତି ପ୍ରଦାନ ନିମନ୍ତେ ନିବେଦନ କରିଥିଲେ।

ସେହି ଅନୁସାରେ କେନ୍ଦ୍ର ଗୃହମନ୍ତ୍ରାଳୟ ସମସ୍ତ କେନ୍ଦ୍ର ଶାସିତ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବମାନଙ୍କୁ ଏ ନେଇ ନିର୍ଦେଶ ଜାରି କରିଛନ୍ତି। ଗତ ଶନିବାର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କାଳରେ ଦେଶରୁ ଏକକାଳୀନ ଲକଡାଉନ୍‌ ହଟିସମ୍ଭବ ନୁହେଁ ବୋଲି ସହମତ ହୋଇଥିଲେ। ହେଲେ କିପରି ଧିରେ ଧିରେ ଲକଡାଉନରୁ ବାହାରି ହେବ ତାର ରାସ୍ତା ଖୋଜିବାକୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଲକଡାଉନ୍‌ ସମୟରେ କେଉଁ ସବୁ ଉଦ୍ୟୋଗ କାର୍ଯ୍ୟ କରିପାରିବେ ସେସବୁର ଚିହ୍ନଟ ଲାଗି ମଧ୍ୟ କହିଥିଲେ।

   Related Posts