ଭଦ୍ରକ୨୯/୪: ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ ସେୟାର କରି ୧୫ ଗିରଫ। ମୋଟ୍ ୧୧ଟି ମାମଲା ରୁଜୁ ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ସୋସିଆଲ ମିଡିଆରେ କୌଣସି ଗୁଜବ ସୃଷ୍ଟି ନ କରିବାକୁ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବାରମ୍ବାର ଚେତବନୀ ଦେବା ସତ୍ତ୍ବେ ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ କିଛି ୟୁଜର୍ସ କାହା କଥା ନମାନି ମନଇଚ୍ଛା ପୋଷ୍ଟ କରୁଛନ୍ତି। କେବଳ ଭଦ୍ରକ ନୁହେଁ, ଏହା ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଏବଂ ଗୁଜବ ପ୍ରଚାର କରି କେତେଜଣ ଗିରଫ ହୋଇଥିବାର ନଜୀର ମଧ୍ୟ ରହିଛି। ବୁଧବାର ଭଦ୍ରକରେ ମଧ୍ୟ ସେହିଭଳି ଏକ ଘଟଣା ଘଟିଛି। ସୋସିଆଲ ମିଡିଆରେ ବିଭ୍ରାନ୍ତକାର ପୋଷ୍ଟ କରି ୧୫ ଗିରଫ ହୋଇଥିବା ଭଦ୍ରକ ଜିଲ୍ଲା ପୋଲିସ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
ସମ୍ବଲପୁରରେ ଜମୁଛି ମହାଲଢେଇ, ଦେବଗଡ଼ରେ ବବି ଏବଂ ଆଠମଲ...