ଫିଫା ବିଶ୍ୱକପର ଚତୁର୍ଥ ଦିନରେ ବଡ ବିପର୍ଯ୍ୟୟ

Published By : Prameya-News7 Bureau | June 18, 2018 IST

ଫିଫା ବିଶ୍ୱକପର ଚତୁର୍ଥ ଦିନରେ ବଡ ବିପର୍ଯ୍ୟୟ । ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଛି ଗତଥରର ଚମ୍ପିଆନ୍ ଜର୍ମାନୀ। ରବିବାର ଗ୍ରୁପ୍ ‘ଏଫ୍’ର ଏକ ହାଇ ଭୋଲଟେଜ୍ ମ୍ୟାଚ୍ ରେ ମେକ୍ସିକୋ ୧-୦ ଗୋଲ୍ରେ ଜର୍ମାନୀକୁ ପରାସ୍ତ କରିଛି। ମ୍ୟାଚ୍ ରେ ଜର୍ମାନୀ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ପ୍ରଥମାର୍ଦ୍ଧରେ ହରର୍ଭିଙ୍ଗ୍ ଲୋଜାନୋଙ୍କ ଗୋଲ୍ ବଳରେ ମେକ୍ସିକୋ ବିଜୟୀ ହୋଇଛି। ଫଳରେ କ୍ରମାଗତ ଭାବବେ ୩ଟି ବିଶ୍ୱକପ୍ରେ ଚମ୍ପିଆନ୍ ଦଳ ପ୍ରଥମ ଲିଗ୍ ମ୍ୟାଚ୍ ଜିତି ପାରିନାହିଁ। ୨୦୦୬ର ଚମ୍ପିଆନ୍ ଇଟାଲୀ ୨୦୧୦ରେ ପ୍ରଥମ ମ୍ୟାଚ୍ ରେ ପାରାଗୁଏ ସହ ମ୍ୟାଚ୍ ୧-୧ ଗୋଲ୍ ରେ ଡ୍ର ରଖିଥିଲା। ୨୦୧୦ର ଚମ୍ପିଆନ୍ ସ୍ପେନ୍ ୨୦୧୪ରେ ପ୍ରଥମ ମ୍ୟାଚ୍ ରେ ନେଦରଲାଣ୍ଡଠାରୁ ୧-୫ ଗୋଲ୍ ରେ ହାରିଥିଲା। ପୁଣି ଥରେ ଏହି ଇତିହାସ ଦୋହରାଇଛି ମେକ୍ସିକୋ । ମ୍ୟାଚ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ତେବେ ୩୫ମିଟ ପରେ ପରେ ମେକ୍ସିକୋ ମ୍ୟାଚକୁ ଫେରିଥିଲା । ସେପଟେ ଆଉ ଏକ ମ୍ୟାଚରେ ୫ଥର ବିଶ୍ୱକପ ଚାମ୍ପିଆନ ବ୍ରାଜିଲ ପ୍ରଥମ ମ୍ୟାଚରେ ପଏଣ୍ଟ ଭାଗ କରିଛି । ବ୍ରାଜିଲ ଏବଂ ସ୍ବିଜରଲ୍ୟାଣ୍ଡ ଭିଚରେ ମ୍ୟାଚ ୧-୧ ଗୋଲରେ ଡ୍ର ରହିଥିଲା । ପ୍ରଥମାର୍ଦ୍ଧରେ ବ୍ରାଜିଲ ୧-୦ଗୋଲରେ ଆଗୁଆ ରହିଥିଲା । ଦ୍ବିତୀୟାର୍ଦ୍ଧରେ ସ୍ବିଜରଲାଣ୍ଡ ଆକ୍ରମଣ ଆରମ୍ଭ କରି ୫ମିନିଟ ଭିତରେ ଗୋଲ ସୁଝାଇ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.