କରୋନା ସଙ୍କଟ: ଭାରତରେ ହେବାକୁ ଥିବା FIFA UN-19 ମହିଳା ବିଶ୍ଵ କପ୍ ସ୍ଥଗିତ

Published By : Prameya-News7 Bureau | April 04, 2020 IST

ନ୍ୟୁୟର୍କ ୦୪।୦୪: କୋଭିଡ୍-୧୯ ମହାମାରୀ କାରଣରୁ ନଭେମ୍ବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା  ବିଶ୍ଵ କପକୁ ସ୍ଥଗିତ କରାଯାଇଛି। ଏହି ଟୂର୍ଣ୍ଣାମେଣ୍ଟ ଚଳିତ ବର୍ଷ ନଭେମ୍ବର ୨ରେ ଭାରତରେ ଆୟୋଜନ ହେବାର ଥିଲା। ନୂତନ ତାରିଖ ପରେ ଘୋଷଣା କରାଯିବ ବୋଲି ଫିଫା କହିଛି। ଫିଫା ଅଣ୍ଡର ୧୭ ମହିଳା ବିଶ୍ଵ କପକୁ ସ୍ଥଗିତ ରଖିବାର ନିର୍ଣ୍ଣୟ ଫିଫା କନଫେଡେରେସନ ଓ୍ଵାର୍କିଂ ଗ୍ରୁପ ନେଇଛି। ଫିଫା କାଉନସିଲ ବ୍ୟୁରୋ, କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ନିକଟରେ ଏହି ଗ୍ରୁପର ସ୍ଥାପନା କରିଥିଲା।

ଫିଫାର ଓ୍ଵାର୍କିଂ ଗ୍ରୁପ ଫିଫା-୨୦ ମହିଳା ବିଶ୍ଵ କପ, ପନାମା/କୋଷ୍ଟା ରିକା ୨୦୨୦କୁ ସ୍ଥଗିତ ରଖିବାକୁ ନିର୍ଣ୍ଣୟ ନେଇଛି। ଏହି କ୍ରୀଡାର ଆୟୋଜନ ୨୦୨୦ ଅଗଷ୍ଟ/ସେପ୍ଟେମ୍ବରରେ ହେବାର ଥିଲା। ଏହା ସହିତ ଭାରତରେ ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ଵ କପକୁ ମଧ୍ୟ ସ୍ଥଗିତ କରାଯାଇଛି।

ଟୂର୍ଣ୍ଣାମେଣ୍ଟକୁ ଆହୁରି ଅନେକ ମାସ ବାକି ରହିଛି। ବିଶ୍ଵ ସ୍ଵାସ୍ଥ୍ୟ ସଙ୍କଟ କାରଣରୁ ଏ ପର୍ଯ୍ୟନ୍ତ  କିଛି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ହୋଇ ପାରିଛି। ଘାତକ କରୋନା ଭାଇରସ୍ କାରଣରୁ ବିଶ୍ଵରେ ଅଦ୍ୟାବଧି ୫୦ ହଜାରରୁ  ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି।

ଫିଫା ଅଣ୍ଡର-୧୭ ମହିଳା ବିଶ୍ଵ ନଭେମ୍ବର ୨ ରୁ ନଭେମ୍ବର ୧୭ ପର୍ଯ୍ୟନ୍ତ ଦେଶର ପାଞ୍ଚ ସହର କୋଲକାତା, ଗୌହାଟୀ, ଭୁବନେଶ୍ଵର, ଅହମ୍ମଦାବାଦ ଓ ନଭି ମୁମ୍ବାଇରେ ଆୟୋଜନ ହେବାର ଥିଲା।

ଏହି ଟୂର୍ଣ୍ଣାମେଣ୍ଟରେ ୧୬ ଦଳ ଅଂଶଗ୍ରହଣ କରିବାର ଥିଲା। ଏଥିରେ ଆୟୋଜକ ଦଳ ଭାବେ ଭାରତ ପୂର୍ବରୁ ଯୋଗ୍ୟତା ଅର୍ଜନ କରି ସାରିଥିଲା। ଭାରତରେ ପ୍ରଥମ ଥର ଅଣ୍ଡର-୧୭ ମହିଳା ବିଶ୍ଵ ଆୟୋଜନ ହେବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.