Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଓ ଅଟୋ ମଧ୍ୟରେ ଧକ୍କା, ୧୬ ମୃତ

8/06/2021 at 10:49 PM

କାନପୁର ୦୮।୦୬: ଉତ୍ତର ପ୍ରଦେଶର କାନପୁରରେ ମଙ୍ଗଳବାର ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏସି ବସ୍ ଓ ଅଟୋ ମଧ୍ୟରେ ଭୀଷଣ ଧକ୍କା ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଞ୍ଚ ଜଣଙ୍କ ଅବସ୍ଥା ଶୋଚନୀୟ ରହିଛି। ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଆମ୍ବୁଲାନ୍ସ ଜରିଆରେ ଆହତଙ୍କୁ ନିକଟତମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିଜନ ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, କାନପୁରର ସଚେଣ୍ଡିର କିସାନ ନଗରରେ ଭାରତ ଏଜେନ୍ସି ସାମ୍ନାରେ ବୀପରିତ ଦିଗରୁ ଆସୁଥିବା ଯାତ୍ରୀରେ ଭରା ଅଟୋ ଓ ଶତାବ୍ଦୀ ନାମକ ଏକ ଏସି ବସ ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ,  ଅଟୋର ଉପର ଅଂଶ ଉଡି ଯାଇଥିଲା। ଦୁର୍ଘଟଣା ପରେ ଦୁଇ ଗାଡି ରାସ୍ତା ତଳକୁ ଓଲଟି ପଡିଛି। ସମସ୍ତ ମୃତକ ଅଟୋରେ ଯାତ୍ରା କରୁଥିଲେ। ଏହି ସବୁ ଲୋକ ବିସ୍କୁଟ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିଲେ।

ଘଟଣାର ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଛି। ଆହତଙ୍କୁ ତୁରନ୍ତ ହ୍ୟାଲେଟ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ଗାଡି ତଳେ ଦବି ରହିଛନ୍ତି, ସେମାନଙ୍କୁ କାଢିବାକୁ ଉଦ୍ୟମ ଜାରି ରହିଛି। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଓଭରଟେକ୍ କରିବା ଚକ୍କରରେ ଏହି ଭୟାନକ ଦୁର୍ଘଟଣା ଘଟିଛି। ମୃତକ ଏବଂ ଆହତଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯଥାସମ୍ଭବ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଜିଲ୍ଲା ଏବଂ ପୋଲିସ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ସହିତ ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିଜନ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତାର ରାଶି ଘୋଷଣା କରିଛନ୍ତି।

କାନପୁର ରେଞ୍ଜ ଆଇଜି ମୋହିତ ଅଗ୍ରଓ୍ଵାଲ କହିଛନ୍ତି, ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବସ୍‌ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ତେବେ କାନପୁରର ସଚେଣ୍ଡିର କିସାନ ନଗରରେ ବସ୍ ଏବଂ  ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୀଷଣ ଥିଲା ଯେ, ଅଟୋ ସଂପୂର୍ଣ୍ଣ ଭାଙ୍ଗି ଚୁରମାର  ହୋଇ ଯାଇଛି।

   Related Posts