Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଫିଡେ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ : ୨୦୨୧ ଦୁବାଇ ଏକ୍ସପୋ ସମୟରେ ହୋଇପାରେ ଆୟୋଜନ

29/06/2020 at 2:11 PM

ନୂଆଦିଲ୍ଲୀ ୨୯/୦୬ : ବିଶ୍ୱ ଚାମ୍ପିଅନ ମ୍ୟାଗନେସ କାର୍ଲସନଙ୍କୁ ଆଗାମୀ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିବ | ବିଶ୍ୱ ଚେସର ସର୍ବୋଚ୍ଚ ସଂସ୍ଥା ଫିଡେ ଚଳିତ ବର୍ଷ ଡିସେମ୍ବରରେ ହେବାକୁଥିବା ବିଶ୍ୱ ଚାମ୍ପିଅନସିପକୁ ଆସନ୍ତା ବର୍ଷ ଯାଏଁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି | ବିଶ୍ୱ ଚାମ୍ପିଅନସିପ ମୁକାବିଲାର ଆୟୋଜନ ଚଳିତ ବର୍ଷ ଡିସେମ୍ବର ୨୦ ତାରିଖରୁ ଦୁବାଇରେ ହେବାରଥିଲା | ଏଥିରେ ନରୱେର ବିଶ୍ୱ ଚାମ୍ପିଅନ କାର୍ଲସନଙ୍କ ମୁକାବିଲା କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟର ବିଜେତାଙ୍କ ସହିତ ହେବାରଥିଲା | କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ମାସରେ ଋଷରେ ଖେଳ ଯାଉଥିଲା | କିନ୍ତୁ କରୋନା ମହାମାରୀ ଯୋଗୁଁ ତାକୁ ଅଧାରେ ବନ୍ଦ କରିବାକୁ ପଡିଥିଲା |

ଫିଡେର ମହାନିର୍ଦେଶକ ଇମିଲ ସୁତବସ୍କି କହିଛନ୍ତି ଯେ, କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟକୁ ଚଳିତ ବର୍ଷ ଶେଷ ଆଡକୁ ଆୟୋଜନ କରିବାକୁ ଯୋଜନା ରହିଛି | କିନ୍ତୁ ବିଶ୍ୱ ଚାମ୍ପିଅନସିପକୁ ରଦ୍ଦ କରିଦିଆଯାଇଛି | ସୁତବସ୍କି ଚେସ 24 କୁ କହିଛନ୍ତି ଯେ, ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚଳିତ ବର୍ଷ ବିଶ୍ୱ ଚାମ୍ପିଅନସିପ ଆୟୋଜନ କରିବ ଅସମ୍ଭବ | ବର୍ତ୍ତମାନ ତାଙ୍କ ପାଖରେ ଦୁଇଟି ବିକଳ୍ପ ଅଛି | ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ଅକ୍ଟୋବର ମାସରେ ବିଶ୍ୱ ଚାମ୍ପିଅନସିପ ଆୟୋଜନ କରାଯିବ ବୋଲି ସେ କହିଛନ୍ତି |

ଚଳିତ ବର୍ଷ ବିଶ୍ୱ ଚାମ୍ପିଅନସିପ ଆୟୋଜନ ଦୁବାଇ ଏକ୍ସପୋ ସମୟରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ କିଛି ମାସ ପୂର୍ବରୁ ଏହାକୁ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି | ନୂଆ କାର୍ଯ୍ୟକ୍ରମ ଅନୁଯାୟୀ, ଦୁବାଇ ଏକ୍ସପୋର ଆୟୋଜନ ୨୦୨୧ ମସିହା ଅକ୍ଟୋବର ମାସରେ ହେବ | 

   Related Posts