Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

୨୦୨୦ରୁ ଆଉ ଦେଖିବାକୁ ମିଳିବନି ମୁମ୍ବାଇର ପରିଚୟ ପାଲଟିଥିବା ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି

12/10/2019 at 10:18 PM

ମୁମ୍ବାଇ : କ୍ୟାଲେଣ୍ଡରରେ ୩୧ ଡିସେମ୍ବର ୨୦୧୯ ସହ ଦେଶର ଅନେକ ପରିବର୍ତ୍ତନର ଆଭାସ ମିଳିଲାଣି। ୨୦୨୦ ଆଗମନରେ  ଆର୍ଥିକ ରାଜଧାନୀ ମୁମ୍ବାଇର ପରିଚୟ ପାଲଟିଥିବା କଳା ହଳଦିଆ ଫିଆଟ୍ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ରାସ୍ତାରୁ ହଟିଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ୨୦୦୦ ମସିହାରେ ଦେଶରେ ଏହି ଟ୍ୟାକ୍ସିର ଉତ୍ପାଦନ ବନ୍ଦ ହୋଇଯାଇଥିଲା। ତଥାପି ମୁମ୍ବାଇରେ ୩ ହଜାରରୁ ଊର୍ଦ୍ଧ୍ୱ ଟ୍ୟାକ୍ସି ରାସ୍ତାଘାଟରେ ସେବା ଦେଇ ଆସୁଥିଲେ। ହେଲେ ପ୍ରଡକ୍ସନ ବନ୍ଦ ପରଠାରୁ ଯନ୍ତ୍ରାଂଶ ଅଭାବ ଯୋଗୁ ଅନେକ ଟ୍ୟାକ୍ସି ରାସ୍ତାରୁ ହଟିଯାଇଥିବା ବେଳେ ଏବେ କେବଳ ୫୦ଟି ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ସେବା ଯୋଗାଇ ଦେଉଛନ୍ତି।

୧୯୬୪ ମସିହାରେ ଫିଆଟ କାର ‘ଫିଆଟ ୧୧୦୦’ ନାମରେ ମୁମ୍ବାଇ ରାଜରାସ୍ତାରେ ଟ୍ୟାକ୍ସି ସେବା ଆରମ୍ଭ କରିଥିଲା। ୧୯୭୪ ମସିହାରେ ରାଣୀ ପଦ୍ମିନୀଙ୍କ ନାମରେ କାର ନୂଆ ମଡେଲ ବଜାରରେ ଉପସ୍ଥାପନ କରିବା ପରେ ମୁମ୍ବାଇ ଟ୍ୟାକ୍ସି ବ୍ୟବସାୟକୁ ଏହି କାର ବେଶ ପ୍ରୋତ୍ସାହିତ କରିଥିଲା। ଦୀର୍ଘ ୩୦ ବର୍ଷ ଧରି ମୁମ୍ବାଇ ରାସ୍ତାମାନଙ୍କରେ ପ୍ରିମିୟର ପଦ୍ମିନୀ ଲୋକଙ୍କୁ ଟ୍ୟାକ୍ସି ସେବା ଯୋଗାଇ ଆସିଥିଲା।  ଫିଆଟର ଏହି ମଡେଲ ମୁମ୍ବାଇ ରାସ୍ତାଘାଟ ଲାଗି ବେଶ ଉତ୍ତମ ଥିଲା। ଭିଡ ଟ୍ରାଫିକରେ ବି ଡ୍ରାଇଭର ବେସ୍ ଆରାମରେ ଟ୍ୟାକ୍ସିକୁ ବାହାର କରିନେଉଥିଲେ। ହେଲେ ଏବେ ବଜାରରେ ମିଳୁଥିବା କାର ସେଭଳି ସୁବିଧାଜନକ ହେଉ ନାହିଁ।

୨୦୧୩ ମସିହାରେ ପ୍ରଦୂଷଣ ଯୋଗୁ ସରକାର ୨୦ ବର୍ଷ ପୁରୁଣା ଯାନବାହନକୁ ରାସ୍ତାରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ବିଏସ୍ ଷ୍ଟେଜ୍ ସିକ୍ସ ଉପରେ ସରକାର ପ୍ରାଥମିକତା ଦେଉଥିବାରୁ ଏବେ ସହରରେ ଚାଲୁଥିବା ଅଳ୍ପ କିଛି ପଦ୍ମିନୀ ଟ୍ୟାକ୍ସି ବି ବନ୍ଦ ହୋଇଯିବେ ବୋଲି ସହରର ଅନେକ ଟ୍ୟାକ୍ସି ଚାଳକ କୋହ ଭରା କଣ୍ଠରେ କହିଛନ୍ତି। ତେବେ ଯାହା ବି ହେଉନା କାହିଁକି ବୈଷୟିକ ବିକାଶ ପୂର୍ବରୁ ମୁମ୍ବାଇର ଏହି ଟ୍ୟାକ୍ସି ସେବା କେବଳ ଦେଶରେ ନୁହେଁ ବିଦେଶରେ ବି ଭାରତକୁ ପରିଚିତ କରାଇଥିଲା ବୋଲି ଟ୍ୟାକ୍ସି ଚାଳକମାନେ କହିଛନ୍ତି।

   Related Posts