ବିବାହ ପୂର୍ବରୁ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ ଯୁବତୀ, ଜାଣନ୍ତୁ କାରଣ

Published By : Prameya-News7 Bureau | July 19, 2019 IST

ଡୁନ: ଉତ୍ତରାଖଣ୍ଡ ଇନ୍ଦୋର ରୋଡର ସୁଖମୟାଙ୍କ ସହ ନେହରୁ କଲୋନୀର ନୌକାଦୌଡୱାଲା ନିବାସୀ ସୂରଜ ଥପ୍ପାଙ୍କ ବିବାହ ନିମନ୍ତେ ପ୍ରାୟ ୬ ମାସ ପୂର୍ବେ ନିର୍ବନ୍ଧ ହୋଇଥିଲା। ତିଥି ନିର୍ଦ୍ଧାରିତ ହୋଇଥିଲେ ସେମାନଙ୍କର ବିବାହ ହୋଇଥାନ୍ତା। ତେବେ ଉଭୟ ବିବାହ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ଆତ୍ମହତ୍ୟାକର କାରଣ ମଧ୍ୟ ତାଜ୍ଜୁବ କଲାଭଳି। କାରଣ ସୂରଜ ନିଶାଭ୍ୟସ୍ତ ଥିଲା, ଏହା ଜାଣିବା ପରେ ସୁଖମୟା ପ୍ରାୟ ଚିନ୍ତିତ ରହିବା ସହ ଶେଷରେ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲା।

{"id":135472,"align":"center","width":463,"height":602}

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୂରଜ ଓ ସୁଖମୟା ମଧ୍ୟରେ କୌଣସି କଥାକୁ ନେଇ ମତଭେଦ ଦେଖାଦେଇଥିଲା। ଯାହା ସମାଧାନ ନ ହୋଇ ପାରିବାରୁ ସୁଖମୟା ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଘରେ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା। ପରିବାର ଲୋକେ ଦେଖି ତାକୁ ଉଦ୍ଧାର କରିବା ସହ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। ତେବେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

{"id":135473,"align":"center","width":461,"height":760}

ସେପଟେ ସୁଖମୟାର ମୃତ୍ୟୁ ଖବର ଶୁଣି ସୂରଜ ହତାସ ହୋଇପଡିଥିଲା। ଅପରାହ୍ଣ ପ୍ରା ୩ଟା ବେଳେ ଘରେ କେହି ନଥିବା ବେଳେ ଏକ ଓଢଣୀକୁ ଫନ୍ଦା କରି ଗଳାରେ ଲଗାଇ ଆତ୍ମହତ୍ୟା କରିଛି। ଘଟଣା ଉଭୟ ପରିବାରରେ ଦୁଃଖ ଖେଳାଇ ଦେଇଥିବା ବେଳେ ସାମାନ୍ୟ ନିଶାଭ୍ୟାସ ଯୋଗୁ ବିବାହ ପୂ୍ର୍ବରୁ ଆତ୍ମହତ୍ୟା ସମସ୍ତଙ୍କୁ ନିରାଶ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.