ପ୍ରେମିକାର ଭୟଙ୍କର ପ୍ରତିଶୋଧ : କାର ଭିତରେ ବସିଥିବା ପ୍ରେମିକକୁ ଜୀବନ୍ତ ନିଆଁ ଲଗାଇଦେଲା

Published By : Prameya-News7 Bureau | May 19, 2019 IST

ରାଞ୍ଚି ୧୯/୫ : ରାଞ୍ଚି ରାତୁ ଥାନା ଅନ୍ତର୍ଗତ ଝକରାଟାଣ୍ଡରେ ଆପୋସ ବିବାଦ ଯୋଗୁଁ ପ୍ରେମିକା ନିଜ ପ୍ରେମିକଙ୍କୁ କାର ସହିତ ଜିଅନ୍ତା ଜାଳିଦେବାକୁ ଚେଷ୍ଟା କରିଛି । ଯୁବକଙ୍କ ଭୟଙ୍କର ଭାବେ ପୋଡିଯାଇଛନ୍ତି । ଯୁବକଙ୍କ କାର ସମ୍ପୂର୍ଣ ଜଳିଯାଇଛି । କାରରେ ନିଆଁ ଲଗାଇ ପ୍ରେମିକା ନିଜେ କାରରୁ ବାହାରି ଯାଇଥିଲେ । ଯୁବକଙ୍କୁ ସ୍ଥାନୀୟ ଲୋକ କାରରୁ ବାହାରକରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ରିମ୍ସ ସ୍ଥାନାନ୍ତର କରାଯାଇଛି ।

ଯିବା ପୁର୍ବରୁ ସେ ଏକ ଚିଠି ଘଟଣାସ୍ଥଳରେ ଫୋପାଡି ଚାଲିଯାଇଥିଲେ । ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କୁ ଏକ ଚିଠି ମିଳିଥିଲା । ଚିଠିରେ ଲେଖାଯାଇଥିଲା, “ ମୋ ଜୀବନରେ ଗୋଟିଏ ଛୋଟ ଶିଶୁ ଆସିଛି, ଆଉ ସେଥିପାଇଁ ମୁଁ ବହୁତ ଖୁସୀ । ମୁଁ ତାକୁ ଦୁନିଆକୁ ଆଣିବାକୁ ଚାହୁଁଛି । ମୁଁ ଗର୍ଭବତୀ ଅଛି । ମୁଁ ଯେତେବେଳେ ମୋ ପ୍ରେମିକ ଦୀପକ ଏ ସମ୍ପର୍କରେ ଜଣାଇଲି ସେ କହିଲା ସେ କିଛି ଜାଣିନାହିଁ । ନିଜ ଜୀବନ ବଞ୍ଚାଇବାକୁ ଚାହୁଁଥିଲେ ମତେ ଭୁଲିଯାଅ ନଚେତ ଜୀବନରେ ମାରିଦେବି । “

{"id":113676,"width":577,"height":363}

ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଦୀପକଙ୍କ ବୟାନ ରେକର୍ଡ କରିଛି । ଯୁବତୀଙ୍କ ନାଁ ସୁଶୀଳା କୁମାରି । ଉଭୟ ଯୁବକ ଯୁବତୀ ପଡୋଶୀ । ଯେଉଁ କାରରେ ନିଆଁ ଲଗାଇଯାଇଥିଲା, ସେହି କାର କିଣିବା ପାଇଁ ମଧ୍ୟ ସୁଶୀଳା ଆର୍ଥିକ ସହାୟତା କରିଥିଲେ ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସୁଶୀଳା ଦୀପକଙ୍କୁ ମାରିବା ପାଇଁ ପୁରା ପ୍ଲାନ କରି ଆସିଥିଲେ । ଦୀପକଙ୍କ ବାପା ଜଣେ କାଠ ମିସ୍ତ୍ରୀ ଭାବେ କାମ କରନ୍ତି । ସେ କହିଛନ୍ତି ଯେ, ଦୀପକ ସୁଶୀଳାଙ୍କ ଠାରୁ ୩୫ ହଜାର ଟଙ୍କା କରଜ କରିଥିଲେ । ସେ ବାରମ୍ବାର ଦୀପକଙ୍କୁ ସେହି ଟଙ୍କା ଫେରାଇବା ପାଇଁ କହୁଥିଲେ । ଏଥିରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.