Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆଜି ଅପରାହ୍ନରେ ପୁଣି କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ପ୍ରେସ୍‌ମିଟ୍‌

14/05/2020 at 2:17 PM

ନୂଆଦିଲ୍ଲୀ ୧୪।୦୫: ଲକ୍ ଡାଉନ ପାଇଁ କେନ୍ଦ୍ର ସରକାରର ଘୋଷଣା କରିଥିବା ଆର୍ଥିକ ପ୍ୟାକେଜର ଦ୍ବିତୀୟ ପର୍ଯ୍ୟାୟ ଘୋଷଣା ଆଜି କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସୋମବାର ପ୍ରଧାନମନ୍ତ୍ରୀ ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ଏହାର ସବିଶେଷ ରୂପରେଖ ଅର୍ଥମନ୍ତ୍ରୀ ସୂଚନା ଦେଉଛନ୍ତି। ଗତକାଲି ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଥିଲେ। ଆଜି ମଧ୍ୟ ସମାନ ସମୟରେ ଉଭୟ ସୂଚନା ଦେବେ।

ଗତକାଲି ଅର୍ଥମନ୍ତ୍ରୀ ୬ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ବାବଦରେ ସୂଚନା ଦେଇଥିଲେ।  କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଯୋଜନା ଘୋ।ଷଣା କରାଯାଇଥିଲା। ସେହିପରି ଅଣବ୍ୟାଙ୍କିଙ୍ଗ ସେକ୍ଟର ଏବଂ ଗୃହ ଯୋଜନା ପାଇଁ ୩୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ବାବଦରେ ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ। ତେଣୁ ଆଜି ଅର୍ଥମନ୍ତ୍ରୀ କେଉଁ କେଉଁ ସେକ୍ଟର ପାଇଁ କିକି ଘୋଷଣା କରୁଛନ୍ତିତାହା ଉପରେ ସାରା ଦେଶ ନଜର ରଖିଛି। ଆଜି ଅପରାହ୍ନ ୪ଟ ବେଳେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

   Related Posts