Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କିଛି ଘଣ୍ଟାପରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ,କିନ୍ତୁ ଜାଣନ୍ତୁ କିପରି ଚାପରେ ଅଛନ୍ତି ତିହାର କର୍ତ୍ତୃପକ୍ଷ

19/03/2020 at 8:29 PM

ନୂଆଦିଲ୍ଲୀ ୧୯।୩: ସମସ୍ତ ଆଇନଗତ ବିକଳ୍ପ ଶେଷ ହେବା ପରେ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଅପରାଧୀଙ୍କ ଜୀବନର ଆଉ ମାତ୍ର କିଛି ଘଣ୍ଟା ବାକି। କୋର୍ଟଙ୍କ ଡେଥ୍ ୱାରେଣ୍ଟ ଅନୁସାରେ ମାର୍ଚ୍ଚ୨୦ ତାରିଖ ଶୁକ୍ରବାର ସକାଳ ୫ଟାରୁ ୬ଟା ମଧ୍ୟରେ ୪ ଅପରାଧୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଦୋଷୀଙ୍କ ଦଣ୍ଡ ଟାଳିବା ଲାଗି ସେମାନଙ୍କ ଓକିଲ ଗୁରୁବାର ଦିନ ତମାମ ଯେତେବେଳେ କୋର୍ଟରେ ଲଢୁଥିଲେ ସେତେବେଳେ ଅପରାଧୀଙ୍କ ଦଣ୍ଡବିଧାନ ଲାଗି ତିହାର କର୍ତ୍ତୃପକ୍ଷ ଜେଲରେ ସେମାନଙ୍କ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି। 

ମିଳିଥିବା ସୂଚନା ଅନୁସାରେ ଦୋଷୀଙ୍କ ଦଣ୍ଡବିଧାନ ଲାଗି ଜେଲରେ ଗୁରୁବାର ଶେଷ ଡମି ଟ୍ରାୟଲ ସରିଛି। ସେହିପରି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଯେଉଁ ଅଫିସରମାନେ ରହିବେ ସେମାନଙ୍କୁ ଶୁକ୍ରବାର ପ୍ରତ୍ୟୁଷ ସୁଧା ଜେଲ ପହଞ୍ଚିବା ଲାଗି ଆଦେଶ ଜାରି ହୋଇଥିବା ବେଳେ ଦଣ୍ଡବିଧାନ ପ୍ରକ୍ରିୟା ଶେଷ ହେବାମାତ୍ରେ ଘାତକକୁ ସୁରକ୍ଷିତ ମିରଟ ପଠାଇବାର ବି ବ୍ୟବସ୍ଥା ସରିଥିବା ଜେଲ ମହାନିରୀକ୍ଷକ ରାଜକୁମାରଙ୍କ ସୂତ୍ରରୁ ଜଣାପଡିଛି।  ତିହାରରେ ମୃତ୍ୟୁଦଣ୍ଡବିଧାନ କିଛି ନୂଆ କଥା ନୁହେଁ। ହେଲେବି କୋର୍ଟଙ୍କ ଆଦେଶ ପାଳନ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାପାର ବୋଲି କହିଛନ୍ତି ମହାନିରୀକ୍ଷକ।

ଡେଥ୍ ୱାରେଣ୍ଟ କାର୍ଯ୍ୟକାରୀ କରିବା ଲାଗି ଫାଶୀଘରେ କେଉଁମାନେ ରହିବେ ତାହା ଚୂଡାନ୍ତ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ସୂଚୀ ମଧ୍ୟ ପ୍ରସ୍ତୁତ ହୋଇଗଲାଣି। ସେହିପରି କେଉଁ ସୁରକ୍ଷା କର୍ମୀ କେଉଁ କୈଦୀଙ୍କୁ କେଉଁ ସେଲରୁ କେତେବେଳେ କାଢିବେ ଓ କେଉଁ ରାସ୍ତାରେ ଆଣି ଫାଶୀଘରେ ପହଞ୍ଚାଇବେ ତାର ମଧ୍ୟ ରେକି ହୋଇଛି। ତେବେ ତମାମ କାର୍ଯ୍ୟକ୍ରମର ସୂଚନା କେବଳ ଜେଲ ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ, ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲଙ୍କ ମଧ୍ୟରେ ଗୋପନ ରହିଛି।

ଦଣ୍ଡବିଧାନ ବେଳେ ଉପସ୍ଥିତ ଡାକ୍ତର ୪ ଜଣଙ୍କୁ ମୃତ ଘୋଷିତ କରିବେ। ପରେ ସେମାନଙ୍କ ଶବକୁ ତିହାର ଜେଲ ନିକଟରେ ଥିବା ଦିନଦୟାଲ ହସ୍ପିଟାଲ ଶବ ଗୃହକୁ ପଠାଯିବ। ସେଠାରେ ୪ ଜଣଙ୍କ ଶବକୁ ବିଧି ବିଜ୍ଞାନ ବିଶେଷଜ୍ଞ (ଫରେନସିକ୍ ସାଇନ୍ସ ଏକ୍ସପର୍ଟ) ବ୍ୟବଚ୍ଛେଦ କରିବେ। ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତରଣ କରାଯିବ। ଯଦି କାହା ପରିବାର ଶବ ଗ୍ରହଣ ଲାଗି ରାଜି ନ ହେବେ ସେ ନେଇ ମଧ୍ୟ ବ୍ୟବସ୍ଥା କରିସାରିଛନ୍ତି ତିହାର କର୍ତ୍ତୃପକ୍ଷ।

   Related Posts