‘ହାୱଡି ମୋଦି’ରେ ଆକର୍ଷଣର କେନ୍ଦ୍ର ରହିବ ଏହି ବାଳକ, ଜାଣନ୍ତୁ କିଏ

Published By : Prameya-News7 Bureau | September 22, 2019 IST

ହ୍ୟୁଷ୍ଟନ: ଟେକ୍ସାସ ହ୍ୟୁଷ୍ଟନସ୍ଥିତ ଏନଆରଜି ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭ୍ୟର୍ଥନା ଲାଗି ରବିବାର ଅନୁଷ୍ଠିତ ହେଉଛି ‘ହାୱଡି ମୋଦି’ କାର୍ଯ୍ୟକ୍ରମ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଯୋଗଦେବା ସହ ସମାବେଶକୁ ସମ୍ବୋଧିତ ମଧ୍ୟ କରିବେ । ତେବେ ଏହି କାର୍ଯ୍ୟକ୍ରମର ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି ଏକ ବାଳକ। ଭାରତୀୟ ମୂଳ ବାଳକ ସ୍ପର୍ଷ ଶାହ କାର୍ଯ୍ୟକ୍ରମ ଅବସରରେ ଜାତୀୟ ସଙ୍ଗୀତ ପରିବେଷଣ କରିବେ। ଏହା ସହ ସେ ମୋଦିଙ୍କୁ ଭେଟିବା ଲାଗି ମଧ୍ୟ ବିଶେଷ ଆଗ୍ରହୀ ଅଛନ୍ତି। ହେଲେ ସ୍ପର୍ଷ ଜନ୍ମରୁ ଦୂରାରୋଗ୍ୟ ବ୍ୟାଧିରେ ପୀଡିତ। ଆସନ୍ତୁ ଜାଣିବା ସ୍ପର୍ଷଙ୍କ ସମ୍ପର୍କରେ ।

{"id":161134}

ଏବେ ଏନଆରଜି ଷ୍ଟାଡିୟମରେ ସ୍ପର୍ଷଙ୍କ ଲାଗି ଏତେ ଆକର୍ଷଣ ତାଙ୍କ ରୋଗଗ୍ରସ୍ତ ଶରୀର କି ସଙ୍ଗୀତ କଳା ନୁହେଁ କେବଳ ତାଙ୍କର ପ୍ରତିଭା ଲାଗି।  ହ୍ୱିଲ ଚେୟାରରେ ସମୟ କଟାଉଥିବା ସ୍ପର୍ଷଙ୍କ ବୟସ ମାତ୍ର ୧୬ ବର୍ଷ । ତେବେ ସେ ମୋଦିଙ୍କ ଇଭେଣ୍ଟରେ ଜାତୀୟ ସଙ୍ଗୀତ ଗାନ କରିବେ। ଜନ୍ମରୁ ଅଷ୍ଟିଓଜେନେସିସ୍ ରୋଗରେ ଆକ୍ରାନ୍ତ ସ୍ପର୍ଷଙ୍କ ଶରୀରର ସମସ୍ତ ହାଡ ଭାଙ୍ଗି ଯାଇଛି। ଏଣୁ ସେ ହ୍ୱିଲ ଚେୟାରରେ ହିଁ ଜୀବନ ଆରମ୍ଭ କରିଥିଲେ। ଦୁର୍ବଳ ରୋଗଗ୍ରସ୍ତ ଶରୀର  ତାଙ୍କ ପ୍ରତିଭାକୁ ପ୍ରଭାବିତ କରିପାରିନି। ମାତ୍ର ୬ ବର୍ଷ ବୟସରେ ସେ ଜୀବନର ପ୍ରଥମ ଭାଷଣ ଦେଇଥିଲେ। ଭାରତୀୟ ଟେଲିଭିଜନ ଚାନେଲ କୌନ ବନେଗା କରୋଡପତିର ଗ୍ରାଣ୍ଡ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ ସ୍ପର୍ଷ ।

{"id":161135}

ଆମେରିକାର ନ୍ୟୁଜର୍ସିରେ ରହୁଥିବା ସ୍ପର୍ଷ ଏକାଧାରରେ ଜଣେ ରାପର, ଗାୟକ,ଗୀତିକାର ସାଙ୍ଗକୁ ଜଣେ ମୋଟିଭେସନାଲ ସ୍ପିକର ମଧ୍ୟ। ସେ ଏମିନେମ (ଆମେରିକୀୟ ରାପର) ହେବାକୁ ଲକ୍ଷ ରଖିଛନ୍ତି ଓ ଦିନେ ୧ ବିଲିୟନ ଲୋକଙ୍କ ସମ୍ମୁଖରେ ତାଙ୍କର ପରଫର୍ମାନ୍ସ ଦେଖାଇବାର ସ୍ୱପ୍ନକୁ ନେଇ ବଞ୍ଚିଛନ୍ତି। ତେବେ କାର୍ଯ୍ୟକ୍ରମ ଅବସରରେ ମୋଦିଙ୍କୁ ଭେଟିବା ତାଙ୍କର ଜୀବନର ଏକ ସ୍ୱପ୍ନ ଏବେ ପୁରଣ ହେବାକୁ ଯାଉଥିବା କହିଛନ୍ତି ସ୍ପର୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.