Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଘରୋଇ ହସ୍ପିଟାଲରେ ବଡ଼ ଅବହେଳା : ନାମ ଦ୍ୱନ୍ଦ୍ୱରେ ଜ୍ୱର ରୋଗୀଙ୍କର କରିଦେଲେ ଅପରେସନ୍, ହୋଇଗଲା ମୃତ୍ୟୁ

23/10/2021 at 10:51 AM

ଉତ୍ତରପ୍ରଦେଶ ୨୩/୧୦: ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲ୍ଲାର କୋତୱାଲୀ ନଗର ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାରେ ରୋଗୀକୁ ଅବହେଳାର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ନାମର ଦ୍ୱନ୍ଦ୍ୱରେ ଡାକ୍ତରମାନେ ଜ୍ୱର ରୋଗୀଙ୍କର ଅପରେସନ୍ କରିଦେଇଛନ୍ତି। ଏହା ପରେ ସେହି ବ୍ୟକ୍ତିଙ୍କ ଅବସ୍ଥା ଖରାପ ହୋଇ ତାଙ୍କର ମୃତ୍ୟୁ ଘଟିଛି। ତେବେ ସ୍ୱାସ୍ଥ୍ୟ ବିଭାଗ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାକୁ ସିଲ୍ କରିଛି ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ଡାକ୍ତରଖାନାରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦେଖି ଜିଲ୍ଲା ପ୍ରଶାସନ ଡାକ୍ତରଖାନା ନିକଟରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରିଛି। ପୋଲିସ ନର୍ସିଂହୋମ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନାନୁସାରେ, ନରସେନା ପୋଲିସ ଷ୍ଟେସନ ଅଞ୍ଚଳର କିରିୟାରି ନିବାସୀ ୪୪ ବର୍ଷିୟ ୟୁସୁଫଙ୍କୁ ଜ୍ୱର ହୋଇଥିବାରୁ ସୁଧୀର ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ଜ୍ୱରରେ ପୀଡିତ ରୋଗୀଙ୍କୁ ଘରୋଇ ଡାକ୍ତରଖାନା ଭିତରେ ଗାଲ୍ ବ୍ଲାଡର ପାଇଁ ଅପରେସନ୍ କରାଯାଇଥିଲା। କ୍ରୋଧିତ ପରିବାର ସଦସ୍ୟଙ୍କୁ ଦେଖିବା ପରେ ଡାକ୍ତରମାନେ ଭୟରେ ପଳାଇ ଯାଇଥିଲେ ଏବଂ ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଷ୍ଟମର୍ଟମ ଭିଡିଓଗ୍ରାଫ କରାଯାଉ ବୋଲି ପରିବାର ଦାବି କରିଛନ୍ତି ଯାହା ଦ୍ୱାରା ସବୁକିଛି ସ୍ପଷ୍ଟ ହୋଇପାରିବ।

ତେବେ, ସମଗ୍ର ମାମଲାରେ, ସିଏମଓ ବିନୟ କୁମାର ପରିବାର ସଦସ୍ୟଙ୍କୁ ଭିଡିଓଗ୍ରାଫି ମାଧ୍ୟମରେ ପୋଷ୍ଟମର୍ଟମ କରିବାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ଥାନୀୟ ପୋଲିସ ଏହି ଘଟଣାର ଗମ୍ଭୀର ଅନୁସନ୍ଧାନ କରୁଛନ୍ତି। ଡାକ୍ତରଙ୍କ ବିରୋଧରେ ଗୁରୁତର ଅଭିଯୋଗର ମାମଲା ସାମ୍ନାକୁ ଆସିଛି। ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରାଯାଉଛି। ଡାକ୍ତରଖାନାକୁ ସିଲ୍ କରାଯାଇଛି, ଅନୁସନ୍ଧାନ ପରେ ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

   Related Posts