ମୁଜ୍ଜଫରପୁର ପାଇଁ ଲିଚୁ ପାଲଟିଛି କାଳ, ବ୍ୟାପୁଛି ଅଜଣା ଜ୍ୱର

Published By : Prameya-News7 Bureau | June 14, 2019 IST

ମୁଜ୍ଜଫୁର ୧୪।୬:  ରସାଳ ଓ ସ୍ବାଦିଷ୍ଟ ଲିଚୁକୋଳି ପାଇଁ ସାରା ଦେଶରେ ବିହାର ମୁଜ୍ଜଫର ପୁରର ରହିଛି ସ୍ୱତନ୍ତ୍ର ପରିଚୟ । ହେଲେ ଏହି ଲିଚୁ ଏବେ ଜିଲ୍ଲାରେ ଶିଶୁ ମୃତ୍ୟୁର କାରଣ ପାଲଟିଛି। ଭୀଷଣ ଜ୍ୱରରେ ଆକ୍ରାନ୍ତ ୫୪ ଜଣ ଶିଶୁଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ବେଳେ ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା  ଶିଶୁଙ୍କ ସଂଖ୍ୟା ଏବେ ୨୦୩କୁ ଛୁଇଁଛି । ଏହି ଶିଶୁଙ୍କ ୟୁରିନ ନମୁନାରୁ  ଲିଚୁକୋଳିରେ ଥିବା ଏକ ବିଷାକ୍ତ ପଦାର୍ଥର ଉପସ୍ଥିତି ସେମାନଙ୍କ ଠାରେ ଥିବା ଜଣାପଡିବା ପରେ ଲିଚୁକୁ ନେଇ ଜିଲ୍ଲାରେ ଆତଙ୍କ ଖେଳିଯାଇଛି।  

{"id":122987,"width":572,"height":572}

ଗତ ୨୦୧୩ ମସିହା ଗ୍ରୀଷ୍ମ ଋତୁରେ ପଡୋସୀ ଉତ୍ତରପ୍ରଦେଶରେ ଇଂସେଫାଲାଇଟିସ ବ୍ୟାପୀଥିଲା । ଫଳରେ ୩୫୧ ଜଣଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଲିଚୁକୋଳି ହିଁ ଏହାର କାରଣ ବୋଲି ଜଣାପଡିଥିଲା।  ଚଳିତବର୍ଷ ବିହାରରେ ଯେପରି ଗ୍ରୀଷ୍ମ ଅନୁଭୂତ ହେଉଛି ଏଥିରୁ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବି ବଢିପାରେ ବୋଲି ଏବେଠୁ ଆଶଙ୍କା କରାଗଲାଣି। ଲିଚୁ ପାଇଁ ମୁଜ୍ଜଫର ପୁର ବେଶ ପ୍ରସିଦ୍ଧ ଓ ଚଳିତ ବର୍ଷ ସେହି ଠାରୁ ହିଁ ଆରମ୍ଭ ହୋଇଛି ଅଜଣା ଜ୍ୱର। ମୃତ ଶିଶୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏଭଳି ଏକ ରସାୟନିକର ଉପସ୍ଥିତି ଜଣାପଡିଛି ଯାହା ସାଧାରଣତଃ ଲିଚୁରେ ରହିଥାଏ। ଏଣୁ ଅଜଣା ଜ୍ୱର ପାଇଁ ଡାକ୍ତର ଏବେ ଲିଚୁକୁ ଦାୟି କରୁଛନ୍ତି ।

{"id":122988,"width":582,"height":387}

ଯେଉଁ ଶିଶୁମାନେ ଅସୁସ୍ଥ ହୋଇ ହସ୍ପିଟାଲକୁ ଆସୁଛନ୍ତି ସେମାନଙ୍କର ଘର ବାରିରେ ଲିଚୁ ବଗିଚା ରହିଛି। ଗରମ ଯୋଗୁ ପିଲାମାନେ ପରିବାରର ବଡଙ୍କ ସହ ଦିନବେଳା ଲିଚୁ ବଗିଚାରେ କଟାଉଛନ୍ତି । ପ୍ରଚୁର ଲିଚୁକୋଳି ଖାଉଥିବାରୁ ସେମାନେ ଦିନ ଓ ରାତିରେ ଖାଦ୍ୟ ମଧ୍ୟ ଖାଉ ନାହାନ୍ତି । ଜ୍ୱରରେ ଯେଉଁ ଶିଶୁମାନଙ୍କର ମୃତ୍ୟୁ ହୋଇଛି ସେମାନେ ଗତ କିଛି ଦିନ ହେଲା ରାତିରେ ଖାଦ୍ୟ ଖାଉନଥିଲେ। ଏଣୁ ସେମାନଙ୍କ ଶରୀରରେ ହାଇପଗ୍ଲୋସିମିଆ ବଢୁଥିଲା ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।

{"id":122989}

ଅସୁସ୍ଥ ଶିଶୁଙ୍କ ୟୁରିନ ନମୁନାରୁ ଏହା ସ୍ପଷ୍ଟ ହୋଇଛି ଯେ ସେମାନଙ୍କ ଶରୀରରେ ଲିଚୁ ମଞ୍ଜିରେ ରହୁଥିବା ବିଷାକ୍ତ ତତ୍ୱ ରହଛି। ଯେଉଁଥି ଯୋଗୁ ଜ୍ୱର ଆସିଲେ ଶରୀରର ତାପମାତ୍ରା ବଢିବା ସହ ଶିଶୁ କୋମାକୁ ଚାଲିଯାଉଛି।  ଦରକଞ୍ଚା ଓ କଞ୍ଚା ଲିଚୁରେ ଏହି ବିଷାକ୍ତ ରସାୟନ ବହୁତ ପରିମାଣରେ ରହିଥାଏ ଦୁର୍ବଳ ସ୍ୱାସ୍ଥ୍ୟ ସାଙ୍ଗକୁ ଆର୍ଦ୍ର ଜଳବାୟୁ ଶିଶୁକୁ ରୋଗାକ୍ରାନ୍ତ କରୁଥିବା କହିଛନ୍ତି ବିଶେଷଜ୍ଞ। ତେବେ ମୌସୁମୀ ଆଗମନ ସହ ତାପମାତ୍ରା ହ୍ରାସ ହେଲେ ବ୍ୟାପୁଥିବା ଜ୍ୱର ବି ଥମିଯିବ ବୋଲି କହିଛନ୍ତି ବିଶେଷଜ୍ଞ ତେବେ ଶିଶୁଙ୍କ ମୃତ୍ୟୁର କାରଣ ଇଂସେଫାଲାଇଟିସ୍ କି ହାଇପଗ୍ଲୋସିମିଆ ତାହା ମଧ୍ୟ ଡାକ୍ତର ସ୍ପଷ୍ଟ କରିପାରୁନାହାନ୍ତି । ତେବେ କୁପୋଷଣ ଆକ୍ରାନ୍ତ ଅଧିକାଂଶ ଶିଶୁ ଜ୍ୱରରେ ପ୍ରାଣ ହରାଉଥିବା କହିଛନ୍ତି ଡାକ୍ତର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.