ପ୍ରଥମେ ଜ୍ୱର, ଥଣ୍ଡା, କାଶ ଓ ପରେ ବାନ୍ତି - ପେଟ ଖରାପ ମଧ୍ୟ ସଂକ୍ରମଣର ଲକ୍ଷଣ : ମସ୍ତିସ୍କ ଯାଏଁ ପହଞ୍ଚିଛି କୋଭିଡ୍-୧୯ ଭାଇରସ୍

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ୧୨/୦୪: କରୋନା ଭାଇରସ୍ ଚିନ୍ତା ପୁରା ଦୁନିଆକୁ ଗ୍ରାସ କରିଛି| ବର୍ତ୍ତମାନ କରୋନା ସମ୍ବନ୍ଧୀୟ ନୂଆ ତଥ୍ୟ ସାମ୍ନାକୁ ଆସିଛି|ରୋଗୀଙ୍କ ମଧ୍ୟରେ ରୋଗର ଲକ୍ଷଣରେ ପରିବର୍ତ୍ତନ ଦେଖା ଦିଏ| ଗଳା, ଫୁସଫୁସ୍ ଓ ମସ୍ତିସ୍କ ପରେ ଏହାର ପ୍ରଭାବ ପେଟ ଉପରେ ମଧ୍ୟ ପଡୁଥିବା ଦେଖିବାକୁ ମିଳିଛି | ଚୀନରୁ ମିଳିଥିବା ତଥ୍ୟ ଅନୁଯାୟୀ, ୫୦ ପ୍ରତିଶତ କରୋନା ରୋଗୀଙ୍କ ପେଟ ଦରଜ, ବାନ୍ତି ଓ ଝାଡା ହୋଇଥାଏ |

ଆମେରିକାର କିଛି ମାନସିକ ଚିକିତ୍ସକଙ୍କ କହିବାନୁଯାୟୀ, କରୋନା ବର୍ତ୍ତମାନ ଲୋକଙ୍କ ମସ୍ତିସ୍କ ପର୍ଯ୍ୟନ୍ତ ପହଞ୍ଚି ସାରିଲାଣି| ଏହା ମଣିଷ ମସ୍ତିସ୍କରେ ମଧ୍ୟ ପ୍ରଭାବ ପକାଉଛି| ଜ୍ୱର ପରେ ମସ୍ତିସ୍କରେ ସୁଜନ ଏବଂ ମୁଣ୍ଡବିନ୍ଧା ସମସ୍ୟା ଦେଖିବାକୁ ମିଳିଛି |ଆମେରିକା ଜର୍ଣ୍ଣାଲ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲଜୀରେ ପ୍ରକାଶିତ ଅନୁସନ୍ଧାନ ଅନୁସାରେ ଚୀନର ହୁଵାଈରେ କରୋନାରେ ପୀଡିତ ୨୦୪ ରୋଗୀଙ୍କ ଉପରେ ହୋଇଥିବା ରିସର୍ଚ୍ଚରେ ଏହା ସ୍ପଷ୍ଟ ହୋଇଛି| ସାଧାରଣତଃ କରୋନା ରୋଗୀଙ୍କ ଜ୍ୱର, କାଶ, ଥଣ୍ଡା, ନିଶ୍ୱାସ ନେବାରେ ସମସ୍ୟା ଆଦି ଲକ୍ଷଣ ଦେଖାଦେଇଥାଏ | ସେଥିପାଇଁ ଗନ୍ଧ ନ ଶୁଙ୍ଘିପାରିବ ଏବଂ ଖାଦ୍ୟର ସ୍ୱାଦ ଜାଣିନପାରିବା ମଧ୍ୟ ଏହାର ଏକ ଲକ୍ଷଣ | ଦକ୍ଷିଣ କୋରିଆ, ଚୀନ ଓ ଇଟାଲୀ ସଂକ୍ରମିତଙ୍କ ମଧ୍ୟରେ ଏହି ଲକ୍ଷଣ ଦେଖିବାକୁ ମିଳିଛି |

ଲଣ୍ଡନ ବଲହମ ସହରର ଇସ୍ଲା ହସଲମ ନିଜର ଅନୁଭବ ସେୟାର କରିଛନ୍ତି | ସେ କହିଛନ୍ତି, ଯେତେବେଳେ ସେ କରୋନା ସହ ସଂଗ୍ରାମ କରୁଥିଲେ ସେତେବେଳେ ତାଙ୍କ ପେଟରେ ଦରଜ ହେଉଥିଲା | ଏହା ସଂକ୍ରମଣର ପ୍ରଥମ ଲକ୍ଷଣ ଥିଲା | ଦିନ ସକାଳୁ ଉଠିଲା ପରେ ତାଙ୍କ ପେଟରେ ଏତେ ଯନ୍ତ୍ରଣା ହୋଇଥିଲା ଯେ ସେ ଭାବିଥିଲେ ଫୁଡ ପଏଜନିଙ୍ଗ ହୋଇଯାଇଛି | କିନ୍ତୁ କିଛି ଘଣ୍ଟା ପରେ ଗଳା ଫୁଲିଗଲା ଓ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା | ରାତି ପର୍ଯ୍ୟନ୍ତ ତାଙ୍କ ନାକ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା | ସେତେବେଳେ ବହୁତ ଡରି ଯାଇଥିଲେ | ସେତେବେଳେ ତାଙ୍କର ପୁରା ଶରୀରରେ ପୀଡା ଅନୁଭୂତ ହୋଇଥିଲା ଏବଂ ଭୀଷଣ ଜ୍ୱର ମଧ୍ୟ ହୋଇଥିଲା |

ଅନୁସନ୍ଧାନ ଅନୁଯାୟୀ, ଦକ୍ଷିଣ କୋରିଆରେ କରୋନା ପୀଡିତଙ୍କ ମଧ୍ୟରେ ୩୦ ପ୍ରତିଶତ ସଂକ୍ରମିତଙ୍କ ମଧ୍ୟରେ ଗନ୍ଧ ଶୁଙ୍ଘି ନପାରିବା ଲକ୍ଷଣ ଦେଖା ଦେଇଛି | ଜ୍ୱର, କାଶ, ଥଣ୍ଡା, ନିଶ୍ୱାସ ନେବାରେ ସମସ୍ୟା ଛଡା ଏହା ମଧ୍ୟ କରୋନାର ଏକ ଲକ୍ଷଣ | ଆମେରିକୀୟ ଗବେଷକଙ୍କ ମତାନୁସାରେ ଏହିପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ |କରୋନା ଭାଇରସ ବର୍ତ୍ତମାନ ଗଳା ଓ ଫୁସଫୁସ ସହ ମସ୍ତିସ୍କକୁ କାବୁ କଲାଣି | ଦୁନିଆର ଅନେକ ନ୍ୟୁରୋଲୋଜିଷ୍ଟ ଏହା ସ୍ପଷ୍ଟ କରିଛନ୍ତି | କିଛି କରୋନା ପୀଡିତଙ୍କ ମସ୍ତିସ୍କରେ ମଧ୍ୟ ଭାଇରସ ପ୍ରଭାବ ପକାଉଛି | ଏକ୍ସପର୍ଟ ଏହାକୁ ବ୍ରେନ ଡିସ୍‌ଫଙ୍କସନ ନାଁ ଦେଇଛନ୍ତି |

ସଂକ୍ରମଣର ପ୍ରଭାବ ରୋଗୀଙ୍କ କଥା କହିବା କ୍ଷମତା ଉପରେ ମଧ୍ୟ ପଡୁଛି ଏବଂ ମସ୍ତିସ୍କରେ ସୁଜନ ଯୋଗୁଁ ମୁଣ୍ଡବିନ୍ଧା ହେଉଛି | ଏହିଭଳି ଅନେକ ମାମଲା ସାମ୍ନାକୁ ଆସିଛି | ଏହାଛଡା ଗନ୍ଧ ବାରିବା ଏବଂ ଭିନ୍ନ ଭିନ୍ନ ସ୍ୱାଦ ବାରି ନ ପାରିବା ମଧ୍ୟ ଏକ ମୁଖ୍ୟ ଲକ୍ଷଣ |ଆମେରିକାର ମିସିଗନରେ ଜଣେ ୫୦ ବର୍ଷ ବୟସ୍କ ମହିଳା କରୋନାରେ ପୀଡିତ ଥିଲେ | ତାଙ୍କର ମୁଣ୍ଡବିନ୍ଧା ହେଉଥିଲା | ସେ ଡାକ୍ତରଙ୍କୁ ପରାମର୍ଶ କଲେ | କିନ୍ତୁ ସେ ଡାକ୍ତରଙ୍କୁ ବଡ କଷ୍ଟରେ ନିଜ ନାଁ କହିଥିଲେ | କାରଣ ତାଙ୍କର ନାଁ ତାଙ୍କୁ ମନେ ପଡୁନଥିଲା | ବ୍ରେନର ସ୍କ୍ରିନିଙ୍ଗ କଲାପରେ ଜଣାପଡିଲା ତାଙ୍କ ବ୍ରେନରେ ଅନେକ ଜାଗାରେ ସୁଜନ ହୋଇଯାଇଛି | ବ୍ରେନର କିଛି କୋଷ ମଧ୍ୟ ନଷ୍ଟ ହୋଇଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.