Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଚିକିତ୍ସାରେ ଅବହେଳା ଯୋଗୁଁ ଗର୍ଭସ୍ଥ ଶିଶୁ ମୃତ

14/12/2019 at 4:30 PM

ବାରିପଦା ୧୪/୧୨: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଭାବନୀୟ ଘଟଣା ଘଟିଛି । ଡାକ୍ତରଙ୍କର ଅବହେଳା  କାରଣରୁ ଏଚ୍.ଆଇ.ଭି. ସଂକ୍ରମିତ ପ୍ରସୂତୀ ଛୁଆ ଜନ୍ମ କରିବା ପୂର୍ବରୁ ଗର୍ଭରେ ହିଁ ପିଲାଟିର ମୃତ୍ୟୁ ହୋଇଯାଇଛି ।

 ତେବେ ସୂଚନା ଅନୁଯାୟୀ ୧୨ ଡିସେମ୍ବର ରାତି ୮ଟା ସମୟରେ ଜାମଦା ଅଞ୍ଚଳର ଜଣେ ଏଚ.ଆଇ.ଭି. ସଂକ୍ରମିତ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଶାକର୍ମିଙ୍କ ସହାୟତାରେ  ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ ହସ୍ପିଟାଲରେ ରାତି ୧୨ଟା ସମୟରେ ପହଞ୍ଚିଥିଲେ । ହେଲେ ରାତିଯାକ ଗର୍ଭ ଯନ୍ତ୍ରଣା ରହିବା ପରେ ତାଙ୍କୁ ସଠିକ ଚିକିତ୍ସା କରାଯାଇନଥିଲା ।

୧୩ ତାରିଖ ସକାଳୁ ଡାକ୍ତର ମହିଳାଙ୍କ ଗର୍ଭସ୍ଥ ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ । ହେଲେ ଗର୍ଭରେ ଥିବା ମଲା ପିଲାଟିକୁ କାଢିବାପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ତେବେ ଆଜି ସକାଳୁ ଗଣମାଧ୍ୟମ ଡାକ୍ତରଖାନାରେ ପହଞ୍ଚିବାପରେ ମହିଳାଙ୍କୁ ଅପରେସନ କରି ପିଲାଟିକୁ କଢାଯିବାର ବ୍ୟବସ୍ଥା କରାଯାଇଛି । ତେବେ କିଛି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଚ୍ଆଇଭି ସଂକ୍ରମିତ ହେତୁ ମହିଳାଙ୍କ ସେବାରେ ଡାକ୍ତରଖାନା ପକ୍ଷରୁ ବିଳମ୍ବ କରାଯାଇଥିବା କହିଛନ୍ତି । ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ବଦଳରେ ମେଡିକାଲ କଲେଜ ହସପିଟାଲରେ ଡାକ୍ତରଙ୍କର ଅବହେଳାକୁ ନେଇ ସରକାରଙ୍କ ଯୋଜନା ପ୍ରହସନ ପାଲଟିଥିବା ସାଧାରଣରେ ଚର୍ଚ୍ଚା ଯୋର ଧରିଛି ।

   Related Posts