Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ହୋଲି ଲାଗି ଉତ୍ସବ ମୁଖର ଗାଁରୁ ସହର, ନେତା ଅଭିନେତା ବି ଭିଜିଲେ ରଙ୍ଗରେ, ଭିଡିଓ ଭାଇରାଲ

10/03/2020 at 11:25 AM

ମୁମ୍ବାଇ ୧୦।୩: କରୋନା ସଂକ୍ରମଣର ଆତଙ୍କ ସତ୍ତ୍ୱେ ରଙ୍ଗର ପର୍ବ ହୋଲିକୁ ମଙ୍ଗଳବାର ସାରା ଦେଶ  ଧୁମ ଧାମରେ ପାଳନ କରିଛି।  ଏହି ପର୍ବ  ରଙ୍ଗ ସାଙ୍ଗକୁ   ଖୁସିବି ନେଇ ଆସିଥାଏ। ଏଣୁ ଲୋକେ ପରସ୍ପରକୁ ଅବିର ଓ ଫଗୁ ଲଗାଇ ଅଭିନନ୍ଦନ ଜଣାଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୪୭ କରୋନା ଭାଇରସ ସଂକ୍ରମିତ ହୋଇଥିବା ସରକାର ପୁଷ୍ଟି କରିଛନ୍ତି। ହେଲେ ଭାରତୀୟଙ୍କ ହୋଲିର ଉତ୍ସାହ କିନ୍ତୁ  କମିନି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଦେଶବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇଥିବା ବେଳେ ଅନ୍ୟ ରାଜନେତା ବି ସେମାନଙ୍କ ଶୁଭେଚ୍ଛାବାର୍ତ୍ତା ଦେଇଛନ୍ତି। ଏଥିରୁ ବଲିଉଡ ବି ବାଦ ପଡିନି।  ସବୁ ବର୍ଷ ଭଳି ଚଳିତବର୍ଷ ହୋଲିକୁ ମଧ୍ୟ ବଲିଉଡ ଧୁମ ଧାମରେ ପାଳନ କରିଛି।

ହୋଲିରେ ଶିଳ୍ପା ସେଟ୍ଟିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଅଭିନେତ୍ରୀଙ୍କୁ ବେଶ ଠୁମକା କରୁଥିବାର ଦେଖାଯାଇଛି। ଏହି ଭିଡିଓଟି ଏକ ଟିକ୍ ଟକ୍ ଭିଡିଓ ହେଲେ ବି ଶିଳ୍ପାଙ୍କ ଅନ୍ଦାଜ କିନ୍ତୁ ଦେଖିବା ଭଳି ହୋଇଛି। ଶିଳ୍ପାଙ୍କୁ ଅମିତାଭ ବଚ୍ଚନଙ୍କ ଗୀତ ରଙ୍ଗ ବରସେ..ରେ ଠୁମକା କରୁଥିବାର ଦେଖାଯାଉଛି। ଏହି ଭିଡିଓକୁ ସେୟାର କରି ଶିଳ୍ପା ତାଙ୍କ ଫ୍ୟାନସଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି।

@theshilpashetty

Saal ke harr din, rangon se bhari rahe aapki zindagi.Sabko Happy Holi!🌈✨🥳##HappyHoli ##fantasticholi ##fyp ##tiktokindia ##festival ##colours♬ Rang Barse Bheege Chunarwali – Amitabh Bachchan

@theshilpashetty

Saal ke harr din, rangon se bhari rahe aapki zindagi.Sabko Happy Holi!🌈✨🥳##HappyHoli ##fantasticholi ##fyp ##tiktokindia ##festival ##colours

♬ Rang Barse Bheege Chunarwali – Amitabh Bachchan

କେବଳ ଶିଳ୍ପା ନୁହନ୍ତି ବଲିଉଡ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ଜେନେଲିଆ ଜିସୁଜାଙ୍କୁ ମଧ୍ୟ ହୋଲି ରଙ୍ଗରେ ରଙ୍ଗୀନ ଦେଖାଯାଇଛି। ରିତେଶ ଓ ଜେନେଲିଆ ସେମାନଙ୍କ ହୋଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ସେମାନଙ୍କ ଫ୍ୟାନସ୍‌ଙ୍କୁ ହୋଲିର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

@riteishd

##happyholi2020

♬ BALAM PICHKARI – RANBIR KAPOOR,DEEPIKA PADUKONE,Aditya Roy Kapur,KALKI KOECHLIN,KUNAAL ROY KAPUR

ଏହି କଳାକାରଙ୍କୁ ସେମାନଙ୍କ ୱାର୍କ ଫ୍ରଣ୍ଟରୁ ଦେଖିବାକୁ ଗଲେ ଶିଳ୍ପା ଖୁବ ଶୀଘ୍ର ରୂପେଲି ପରଦାକୁ ଫେରୁଥିବାର ଜଣାପଡିଛି। ତାଙ୍କର ହଙ୍ଗାମା-୨ ଓ ନିକ୍କମା ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଥିବା ଜଣାପଡିଛି। ହଙ୍ଗାମା-୨ରେ ଶିଳ୍ପା ପରେଶ ରାୱଲ ଓ ମିଜାନ ଜାଫ୍ରିଙ୍କ ସହ ଦେଖାଯିବେ। ସେହିପରି ନିକ୍କମାରେ ଶିଳ୍ପା ଅଭିମନ୍ୟୁ ଦସାନୀ ଓ ଶର୍ଲି ସେତିଆଙ୍କ ସହ ଅଭିନୟ କରୁଛନ୍ତି। ଇତିମଧ୍ୟରେ ହଙ୍ଗା-୨ର ଫାଷ୍ଟଲୁକ୍ ପୋଷ୍ଟର ବି ଜାରି ହୋଇଛି। ଫିଲ୍ମ ପରଦା ବାହାରେ ଶିଳ୍ପା ଆଜିକାଲି ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ ରହୁଛନ୍ତି। ପ୍ରାୟତଃ ଫିଟନେସ୍ ସମ୍ପର୍କିତ ବିଷୟରେ ସେ ବେଶ୍ ଟିପ୍ସ ବି ଦେଉଛନ୍ତି ।

   Related Posts