Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦଶହରା, ଦୀପାବଳି ପାଇଁ ଆପଣ ପ୍ରସ୍ତୁତି କରୁଛନ୍ତି କି, ଏହା ପୂର୍ବରୁ ଜାଣି ନିଅନ୍ତୁ କଣ ରହିଛି ଗାଇଡ୍‌ଲାଇନ୍‌ରେ

6/10/2020 at 10:49 PM

ନୂଆଦିଲ୍ଲୀ ୦୬।୧୦: କରୋନା ମହାମାରୀ ସମୟରେ ଆଗାମୀ ଦିନରେ ସମସ୍ତ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ନୂତନ ଗାଇଡ୍‌ଲାଇନ୍‌ ଜାରି କରିଛି। ଏହି  ପାର୍ବଣ ଋତୁରେ ଉତ୍ସବ, ମେଳା, ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ହୋଇଥାଏ। ଏଥିପାଇଁ ପ୍ରଶାସନସ୍ତରରେ ଜରୁରୀ ନିୟମ ପାଳନ କରିବାକୁ ମାର୍ଗଦର୍ଶିକା ଜାରି କରାଯାଇଛି। ମନ୍ତ୍ରଣାଳୟ ଦେଶବାସୀଙ୍କୁ ନିଜ ଘରେ ରହି ଉତ୍ସବ ପାଳନ କରିବାକୁ ଅପିଲ୍ କରିଛି।

ନୂତନ ମାର୍ଗଦର୍ଶିକା ଆଧାରରେ କେନ୍ଦ୍ର ମନ୍ତ୍ରଣାଳୟ ଏସଓପି ଜାରି କରିଛନ୍ତି। ଏହା ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ କୌଣସି ପ୍ରକାରର କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ। ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଏସଓପି କାର୍ଯ୍ୟକ୍ରମ ମ୍ୟାନେଜର, ସେଲିବ୍ରିଟି ଓ କର୍ମଚାରୀଙ୍କ ଉପରେ ମଧ୍ୟ ଲାଗୁ ହେବ। ନବରାତ୍ରି ସମୟରେ ମୂର୍ତ୍ତି ବିସର୍ଜନ ଜାଗା ପୂର୍ବରୁ ନିର୍ଦ୍ଧାରିତ କରାଯିବ। ବିସର୍ଜନ ସ୍ଵଳ୍ପ ଲୋକଙ୍କୁ ନେଇ କରାଯିବ।

କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ପ୍ରକାରର ଧାର୍ମିକ ପୂଜାପାଠ, କାର୍ଯ୍ୟକ୍ରମ, ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ଓ ଲୋକଙ୍କୁ ଏକତ୍ର ହେବାକୁ ପଡୁଥିବା କାର୍ଯ୍ୟକ୍ରମର ଆୟୋଜନକୁ ଅନୁମତି ମିଳିବ ନାହିଁ। ନବରାତ୍ରି ଓ ଦୁର୍ଗାପୂଜା ପେଣ୍ଡାଲରେ ଦେବୀଙ୍କ ଦର୍ଶନ ମନା।

ଆୟୋଜନ ସ୍ଥଳରେ ଥର୍ମାଲ ସ୍କ୍ରିନିଂ, ସାନିଟାଇେଜସ ବ୍ୟବସ୍ଥା ସହ ସାମାଜିକ ଦୂରତା ନିୟମ ପାଳନ ଜରୁରୀ। ପୂଜା କମିଟି କର୍ମକର୍ତ୍ତାଙ୍କୁ ଥର୍ମାଲ ସ୍କ୍ରିନିଂ ସହିତ ମାସ୍କ ସହିତ ମୁତୟନ କରାଇବେ। ଲୋକଙ୍କୁ ଏତେ ସବୁ କଟକଣା ଏବଂ ଗାଇଡ୍‌ଲାଇନ୍ ମଧ୍ୟରେ ଘରି ରହି ପାର୍ବଣ ମନାଇବାକୁ ଅପିଲ୍ କରାଯାଇଛି।

   Related Posts