ଛାତ୍ରଛାତ୍ରୀଙ୍କ ଭିତରେ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଲାଗି ସିଡିଏ ଡିଏଭିରେ ‘ଫେଷ୍ଟ ୟୁରେକା’

Published By : Prameya-News7 Bureau | November 23, 2019 IST

କଟକ ୨୩।୧୧: ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଭିତରେ ସୃଜନଶୀଳତା ଓ କିଛି ନୂଆ କରି ଦେଖାଇବାର ପ୍ରୟାସକୁ ପ୍ରୋତ୍ସାହନ ଦେବା ପାଇଁ କଟକ ସିଡିଏ ଡିଏଭିରେ ଆୟୋଜିତ ହୋଇଯାଇଛି ‘ଫେଷ୍ଟ ୟୁରେକା’ । ଆଗାମୀପିଢିର ଦେଶ ଉଦ୍ଭାବନକୁ ନେଇ ଆଗକୁ ବଢିବ । ତେଣୁ ଏବେଠୁ ପିଲାଙ୍କ ଭିତରେ ଏହିପରି ପ୍ରତିଯୋଗିତା ମାଧ୍ୟମରେ ଉଦ୍ଭାବନର ଭାବନା ଜାଗ୍ରତ କରିବା ଆବଶ୍ୟକ ବୋଲି ଉତ୍ସବର ମୁଖ୍ୟ ଅତିଥି କହିଛନ୍ତି । ଆଜିର ଏହି ‘ଫେଷ୍ଟ ୟୁରେକା’ରେ ୫ଶହ ୧୨ଟି ପ୍ରକଳ୍ପ ପ୍ରଦର୍ଶିତ ହେବା ସହ ମୋଟ୍ ୧୬ଶହ ୭୩ ଜଣ ପ୍ରତିଯୋଗି ଭାଗ ନେଇଥିଲେ ।

{"id":188676,"sizeSlug":"large"}

କଟକ ସିଡିଏ ଡିଏଭିରେ ଆରମ୍ଭ ହେଲା ‘ଫେଷ୍ଟ ୟୁରେକା-୨୦୧୯’ । ସିଡିଏ ଡିଏଭିର ମ୍ୟାନେଜିଂ କମିଟି ଚେୟାରମ୍ୟାନ ଜେନେରାଲ ବସନ୍ତ କୁମାର ସାହୁ ଏହାର ଉଦ୍‌ଘାଟନ କରିଥିଲେ । କଟକ ଧାନ ଗବେଷଣା କେନ୍ଦ୍ରର ପ୍ରିନସିପାଲ ସାଇଣ୍ଟିଷ୍ଟ ଡକ୍ଟର ପଦ୍ମିନୀ ସ୍ୱାଇଁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

{"id":188678,"sizeSlug":"large"}

ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ହେଲେ ପିଲାମାନଙ୍କ ଭିତରେ ସୃଜନଶୀଳତା ବଢାଇବା ଓ ଉଦ୍‌ଭାବନ ପ୍ରତି ଆକୃଷ୍ଟ କରିବା ଆବଶ୍ୟକ । ତେଣୁ ଏପରି ଫେଷ୍ଟର ଆୟୋଜନ ଏ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ମତ ଦେଇଛନ୍ତି ।

{"id":188677,"sizeSlug":"large"}

ଏହି ‘ଫେଷ୍ଟ ୟୁରେକା’ରେ ୧୬ଶହ ୭୩ ଜଣ ପ୍ରତିଯୋଗୀ ୫୧୨ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ସାହିତ୍ୟଠାରୁ ଆରମ୍ଭ କରି ଧର୍ମ, ଗଣିତ, ସାମାଜିକ ବିଜ୍ଞାନ, ଯୋଗ, ସଙ୍ଗୀତ, ନୃତ୍ୟ ଓ ବିଜ୍ଞାନ ବିଭାଗରେ ଏହିସବୁ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

{"id":188679,"sizeSlug":"large"}

ତେବେ ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ନବମ ଶ୍ରେଣୀ ଛାତ୍ରୀ ଅନ୍ବେଶା ପଣ୍ଡାଙ୍କ ପ୍ରକଳ୍ପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଆକାଶରେ ହଠାତ୍ କୌଣସି ଯାତ୍ରିବାହୀ ବିମାନର କକ୍‌ପିଟ୍ ରେ ଅଗ୍ନିକାଣ୍ଡ ବା ବିସ୍ଫୋରଣ ହେଲା ଯାତ୍ରୀମାନେ କିପରି ସୁରକ୍ଷିତ ରହିପାରିବେ, ତାକୁ ନେଇ ଅନ୍ବେଶା ଏହି ପ୍ରକଳ୍ପଟି କରିଛନ୍ତି ।

{"id":188680,"sizeSlug":"large"}

ଏହି ଅବସରରେ ମହାତ୍ମା ଗାନ୍ଧିଙ୍କ ଜୀବନକୁ ନେଇ ଏକ ସୁନ୍ଦର ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.