Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||

ଜଣାପଡିଲା ଫର୍ଟିଲିଟି ଡାକ୍ତରଙ୍କ କାରନାମା, ହୋଇଛନ୍ତି ୪୯ ଶିଶୁଙ୍କ ଜନକ

20/06/2019 at 9:08 PM

ନେଦରଲ୍ୟାଣ୍ଡରେ ଜଣେ ଡାକ୍ତରଙ୍କ କାରାନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଘଟଣା ଜଣାପଡିବା ବେଳକୁ ଡାକ୍ତର କିନ୍ତୁ ଆଉ ଦୁନିଆରେ ନାହାନ୍ତି। ଗତ ୨୦୧୭ ମସିହାରେ ତାଙ୍କର ପରଲୋକ ହୋଇଯାଇଛି। ତେବେ ତାଙ୍କ ଯୋଗୁ ଅନେକ ମହିଳାଙ୍କୁ ଏବେ ହାସ୍ୟସ୍ପଦ ହେବାକୁ ପଡୁଥିବା ବେଳେ ପ୍ରାୟ ୪୯ ଜଣ ଶିଶୁ ତାଙ୍କ ଭଳି ଦେଖାଯାଉଛନ୍ତି। ଏଣୁ ଡାକ୍ତରଙ୍କୁ ନେଇ ମହିଳାମାନଙ୍କୁ ସରବ୍ୟ ହେବାକୁପଡୁଛି।

ତେବେ ପରଲୋକଗତ ଡାକ୍ତର ହେଉଛନ୍ତି ଜନ କରବାତ। ସେ ନିସନ୍ତାନ ମହିଳାଙ୍କୁ ସନ୍ତାନ ଶୁଖ ପ୍ରଦାନ କରିବା ଯୋଗୁ ବେଶ ପ୍ରସିଦ୍ଧ ଥିଲେ। ତେବେ ଏଥିପାଇଁ ତାଙ୍କ କ୍ଲିନିକରେ ସ୍ପର୍ମ ଡୋନେଟ କରୁଥିବା ଦାତାଙ୍କ ବଦଳେ ନିଜର ଶୁକ୍ରାଣୁରେ ମହିଳାଙ୍କ ସନ୍ତାନ ପ୍ରସବ କରାଇଥିବା ଏବେ ଜଣାପଡିଛି। ପୂର୍ବରୁ ମଧ୍ୟ ଡାକ୍ତର ଜନଙ୍କ ବିରୋଧରେ ଅନେକ ଅନୈତିକତା ଅଭିଯୋଗ ଥିଲା। ଏଣୁ ସ୍ବାସ୍ଥ୍ୟ ବିଭଗ ଗତ ୨୦୦୯ ମସିହାରେ ତାଙ୍କର  ଆଇଭିଏଫ କ୍ଲିନିକ୍ କୁ ବନ୍ଦ କରିଦେଇଥିଲେ। ତେବେ କ୍ଲିନିକ୍ ବନ୍ଦ ହେବା ପୂର୍ବରୁ ସେ କରିଥିବା ଅନିୟମିତତା ଏବେ ସହରର ବିଭିନ୍ନ ସ୍କୁଲ ଓ ଗଳି ମହଲ୍ଲାରେ ଦେଖିବାକୁ ମିଳୁଛନ୍ତି।

ରୋଟର୍ଡମ ବିଜ୍ ଡୋର୍ପରେ ଜନ ତାଙ୍କରକ୍ଲିନିକ୍ କରିଥିଲେ। ତେବେ ନିକଟରେ ହୋଇଥିବା ଏକ ଡିଏନଏ ପରୀକ୍ଷଣରୁ ଡାକ୍ତରଙ୍କ ଧୋକା ଧରାପଡିଛି। ତେବେ ଡାକ୍ତରଙ୍କ କାରନାମାକୁ କିଛି ଶିଶୁ କ୍ଷମା କରିଦେଇଛନ୍ତି । ହେଲେ ଅନେକ ଏଥିପାଇଁ ଶରବ୍ୟ ହେଉଥିବାରୁକ୍ଷୋଭ ପ୍ରକାଶ କରୁଛନ୍ତି।   

   Related Posts