Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ସାର କଳାବଜାରୀ –ସମବାୟ ସମିତିରେ ମିଳୁନି ହେଲେ ଦଲାଲଙ୍କ ପାଖରେ ଅଭାବ ନାହିଁ

16/09/2019 at 5:10 PM

ସମ୍ବଲପୁର ୧୬।୦୯-ସମ୍ବଲପୁରରେ ସାରର କଳବଜାରୀ ଅଭିଯୋଗ ।  ଜିଲ୍ଲାରେ ଥିବା ସମବାୟ ସମିତି ଗୁଡିକରେ ସାର ନାହିଁ । ହେଲେ ଦଲାଲ୍‌ ମାଧ୍ୟମରେ  ସାର ସବୁ ବେଧଡ଼କ ବିକ୍ରି ହେଉଛି । ବର୍ତ୍ତମାନ ୩୩ଶହ ମେଟ୍ରିକ୍‌ ଟନ୍‌ ସାରର ହିସାବ ମିଳୁନି । ଚାଷୀଙ୍କ ନାମରେ ଉଠାଯାଇଛି କିନ୍ତୁ ଚାଷୀ ପାଇନାହାନ୍ତି ।  ପୁର୍ବରୁ ବିହନ କଳାବଜାରୀ ହେବାପରେ ଏବେ ସାର କଳାବଜାରୀ ସବୁ ସୀମା ଟପି ଯାଇଛି । ବର୍ଷା ବିଳମ୍ବ ହେବାରୁ ଚାଷୀ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରିଛି ।  କିନ୍ତୁ ସାର ନପାଇ ଏବେ କଣ କରିବ ସେଇ ଚିନ୍ତା ଘାରିଛି ।

ସମ୍ବଲପୁରରେ  ୟୁରିଆ ସାର କଳାବଜାରୀ ସବୁ ସୀମା ଟପିଯାଇଛି । ୩୩ଶହ ମେଟ୍ରିକ୍‌ ଟନ୍‌ ୟୁରିଆ ସାରର ହିସାବ ବିଭାଗ ପାଖରେ ନାହିଁ । ଖୋଲା ବଜାରରେ ଧାର୍ଯ୍ୟମୂଲ୍ୟ ଠାରୁ ଢେର ଅଧିକ ଦରରେ ବିକ୍ରି ହେଉଛି ସାର ।  ୟୁରିଆ ସାର ୪୫କେଜି ବସ୍ତା ପ୍ରତି ୨୬୭ଟଙ୍କା ୫୦ପଇସା ରହିଛି । ହେଲେ ବଜାରରେ ୩୫୦ଟଙ୍କାରୁ ୪ଶହ ଟଙ୍କାରେ  ବିକ୍ରି ହେଉଛି  ଏହା ।  ସେହିପରି ଗ୍ରୋମୋର ସାର ବସ୍ତା ପ୍ରତି ୧୪ଶହ ଟଙ୍କା ଥିବା ବେଳେ ବଜାରରେ ଏହା ୧୮ଶହରୁ ୨ହଜାର ଟଙ୍କାରେ ବିକ୍ରି ହେଉଛି । ସମ୍ବଲପୁରରେ ସାର କଳାବଜାରୀ ବିରୋଧରେ ଚାଷୀ ଆନ୍ଦୋଳନ  ତେଜିଲାଣି । ଜିଲ୍ଲା କୃଷିଅଧିକାରୀଙ୍କ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କ ଦ୍ବାରା ସବୁ କାରାବାରା ଚାଲିଛି ।  କୃଷିବିଭାଗ ସବୁ ଜାଣି ଚୁପ୍‌ ।

ସମ୍ବଲପୁର ଜିଲ୍ଲା ଉପ-କୃଷିନିର୍ଦ୍ଦେଶକ କହିବା କଥା  ବିଭିନ୍ନ ସ୍ଥାନରେ କୃଷି ନିରୀକ୍ଷକ ଚଢଉ କରୁଛନ୍ତି। ସାର ବିକ୍ରି ସଂପୂର୍ଣ୍ଣ ଭାବରେ ଅନ୍‌ଲାଇନ୍‌ରେ କରାଯିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ କେତେକ ସ୍ଥାନରେ ଚାଷୀ ଆଧାରକାର୍ଡ ନମ୍ବର ପଞ୍ଜିକୃତ ନକରି, ସାର ନେଇଥିବା ଖବର ରହିଛି।  ୩୩ଶହ ମେଟ୍ରିକ୍‌ ଟନ୍‌ ସାର କୁଆଡେ ଗଲା ତାର ହିସାବ ବିଭାଗ ପାଖରେ ନଥିବା ସ୍ବୀକାର କରିଛନ୍ତି ଉପ-କୃଷି ନିର୍ଦ୍ଦେଶକ ।  ହେଲେ ଏହି ସାର ସମବାୟ ସମିତିରୁ ସିଧା କଳାବଜାରୀଙ୍କ ପାଖରେ ପହଞ୍ଚିଛି ନା,ବାଟମାରଣା ହୋଇଛି ସେ ସଂପର୍କରେ କୌଣସି ତଥ୍ୟ ଜିଲ୍ଲା କୃଷି ବିଭାଗ ପାଖରେ ନାହିଁ । ସେପଟେ ସମବାୟ ସମିତିରୁ ଦଲାଲ୍‌ ମାନେ ସାର ଉଠାଇ ଚାଷୀଙ୍କୁ ଚଢାଦରରେ ସାର ବିକ୍ରି କରୁଛନ୍ତି । ସମବାୟ ସମିତିର ସଂପାଦକ,ସଭାପତି,ସାର ଦଲାଲ୍‌ ଓ କିଛି କୃଷି ଅଧିକାରୀଙ୍କ ମଧ୍ୟରେ ଥିବା ଅସାଧୁମେଣ୍ଟ ହିଁ ସାର କଳାବଜାରୀ ପାଇଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଚାଷୀ ।

 

ଚଳିତବର୍ଷ ବିଳମ୍ବରେ ବର୍ଷା ହେବା କାରଣରୁ ଚାଷୀ ଡେରିରେ ତଳିପକା,ଧାନରୁଆ କାର୍ଯ୍ୟ କରିଛନ୍ତି। ଏବେ ଧାନଗଛ ବଢିବା ସମୟରେ ୟୁରିଆ ସାରର କୃତ୍ରିମ ଅଭାବ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ୟୁରିଆ ସାରର କଳାବଜାରୀ ଉପରେ ଜିଲ୍ଲାପ୍ରଶାସନ କି ପଦକ୍ଷେପ ନେଉଛି ତାକୁ ଏବେ ଅପେକ୍ଷା ।

   Related Posts