ଚାହୁଁ ଚାହୁଁ ବ୍ରହ୍ମପୁତ୍ର ନଦୀରେ ଧକ୍କା ଲାଗି ବୁଡ଼ିଗଲା ଡଙ୍ଗା, ଥିଲେ ୧୦୦ରୁ ଅଧିକ ଯାତ୍ରୀ, ଭିଡିଓରେ ଭୟଙ୍କର ଦୃଶ୍ୟ

Published By : Prameya-News7 Bureau | September 08, 2021 IST

ଜୋରହଟ ୮।୯:  ଆସାମ ବ୍ରହ୍ମପୁତ୍ର ନଦୀରେ ବୁଧବାର ଦୁଇ ଯାତ୍ରୀବାହୀ ଫେରି ମଧ୍ୟରେ ଧକ୍କା ଲାଗିଛି। ଫଳରେ ଗୋଟିଏ ଫେରି ବୁଡି ଯାଇଥିବା ବେଳେ ଏଥିରେ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରୁ ୧୨ ଜଣ ନିଖୋଜ ଅଛନ୍ତି।  ଅପରାହ୍ନ ପ୍ରାୟ ୪ଟା ବେଳେ ମାଜୁଲୀର କମଲାବାରୀ ଓ ଜୋରହଟର ନେମାଟି ଘାଟ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ପାଇ ରାଜ୍ୟ ବିପର୍ଯ୍ୟୟ ପ୍ରସମନ ବଳ ଓ ଏନଡିଆରଏଫ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ପରିଚାଳନା କରୁଛନ୍ତି।

wp:embed {"url":"https://twitter.com/TOIGuwahati/status/1435580525389881348","type":"rich","providerNameSlug":"twitter","responsive":true}
https://twitter.com/TOIGuwahati/status/1435580525389881348
/wp:embed

ଏହି ଦୁର୍ଘଟଣା ନେମାଟି ଘାଟରୁ ପ୍ରାୟ ୧୦୦ ମିଟର ଦୂରରେ ହୋଇଛି। ବଡ଼ ଯାତ୍ରୀବାହୀ ଫେରିଟି ଘାଟ ଛାଡୁଥିବା ବେଳେ  କମଲାବାରି ପଟକୁ ଯାଉଥିବା ଏକ ଛୋଟ ଫେରି ଆସି ପିଟି ହୋଇଯାଇଥିଲା। ଫଳରେ ଫେରିଟି ଓଲଟି ପଡି ବୁଡି ଯାଇଥିବା ଜଣାପଡିଛି। ଦୁର୍ଘଟଣା ବେଳେ ଉଭୟ ଫେରିରେ ଶତାଧିକ ଯାତ୍ରୀ ଥିଲେ। ତେବେ ଛୋଟ ଫେରିରେ ଯାତ୍ରା କରୁଥିବା ଲୋକେ ନଦୀ ସୁଅରେ ଭାସି ଯାଇଥିବାର ଆଶଙ୍କା କରାଯାଛି। ଜୋରହଟ ଉପାୟୁକ୍ତ ଅଶୋକ କୁମାର ବର୍ମନ ଘଟଣା ପୁଷ୍ଟି କରିଛନ୍ତି। ତେବେ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବର୍ମନ କହିଛନ୍ତି।

ତେବେ ଏହି ଦୁର୍ଘଟଣାରେ ଅନ୍ତରାଜ୍ୟ ଜଳ ପରିବବହନ ବିଭାଗର ଗୋଟିଏ ଫେରି ଫସିଥିବାର ବିଭାଗୀୟ ଅଧିକାରୀ ସୂଚିତ କରିଛନ୍ତି। ଅନ୍ୟ ଫେରିଟି ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ମାଜୁଲି ଓ ଜୋରହଟ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ବ୍ରହ୍ମପୁତ୍ର ନଦୀରେ ଉଦ୍ଧାର ପରିଚାଳନା କରୁଥିବା ବେଳେ ଏସଡିଆରଏଫ ଓ ଏନଡିଆରଏଫ ପହଞ୍ଚି ଏହାକୁ ତ୍ୱରାନ୍ୱିତ କରିଛନ୍ତି। ବିସ୍ତୃତ କବରକୁ ଅପେକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.