୧୭ବର୍ଷ ବୟସ୍କା ଫିରୋଜା ଅଜିଜ ଟିକଟକ ମାଧ୍ୟମରେ କହିଲେ ଚୀନର ଅସଭ୍ୟତା : ମୁସଲିମ ଯୁବତୀଙ୍କୁ ଦୁଷ୍କର୍ମ କରି ଖୁଆଉଛନ୍ତି ଘୁଷୁରୀ ମାଂସ

Published By : Prameya-News7 Bureau | November 28, 2019 IST

ଆମେ ସମସ୍ତେ ସର୍ଟ ଭିଡିଓ ଆପ୍ ଟିକଟକର ବ୍ୟବହାର ମନୋରଞ୍ଜନ ଏବଂ ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ କରୁଛନ୍ତି। କିନ୍ତୁ,ଆମେରିକାରେ ରହୁଥିବା ୧୭ବର୍ଷ ବୟସ୍କା ଫିରୋଜା ଅଜିଜ ଏହି ଆପକୁ ଚାଇନା ସରକାରଙ୍କ ନିନ୍ଦାର ଅସ୍ତ୍ର ଭାବେ ବ୍ୟବହାର କରିଛନ୍ତି। ଚାଇନାରେ ମୁସଲମାନଙ୍କ ଉପରେ ଡିଟେନସନ୍ କ୍ୟାମ୍ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରୁଥିବାବେଳେ ଫିରୋଜାଙ୍କ ଭିଡିଓ ଖୁବ୍ ଭାଇରାଲ ହୋଇଛି। ଫିରୋଜା ଚୀନର ଶିଜିୟାଙ୍ଗ ସ୍ଥିତ ଡିଟେନସନ୍ କ୍ୟାମ୍ପରେ ମୁସଲମାନଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ବର ଉତ୍ତୋଳନ କରିବାର ଦାବି କରିଛନ୍ତି। ଏହା ପରେ ଟିକଟକ୍ ତାଙ୍କ ଆକାଉଣ୍ଟ ବ୍ଲକ୍ କରିଛି।

wp:core-embed/instagram {"url":"https://www.instagram.com/p/B5Tho5TAXZd/","type":"rich","providerNameSlug":"instagram","className":""}
https://www.instagram.com/p/B5Tho5TAXZd/
/wp:core-embed/instagram

ଖାସ୍ କଥା ହେଉଛି ଏହା ଯେ ୧୭ବର୍ଷ ବୟସ୍କା ଫିରୋଜା ଅଜିଜ ନିଜର ଟିକଟକ୍ ଭିଡିଓର ଆରମ୍ଭ ମେକଅପ୍ ଟ୍ୟୁଟୋରିଆଲରୁ କରିଥିଲେ। କିନ୍ତୁ, ହଠାତ୍ ଲୋକଙ୍କୁ ନିଜ ଆଖି ଖୋଲିବାକୁ ଏବଂ ଶିଜିୟାଙ୍ଗ ପରିସ୍ଥିତି ବିଷୟରେ ଜାଣିବାକୁ ଏବଂ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ ଅପିଲ କରିଥିଲେ। ଏହା ପରେ ଏହି ଟିକଟକ୍ ଭିଡିଓ ଭାଇରାଲ ହେବାକୁ ଲାଗିଥିଲା। କିନ୍ତୁ ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କ ଟିକଟକ୍ ଆକାଉଣ୍ଟକୁ ସସପେଣ୍ଡ କରି ଦିଆଯାଇଥିଲା। ଚାଇନାର କମ୍ପାନୀ ବାଇଟଡାନ୍ସ ଟିକଟକ୍ ଆପର ପ୍ୟାରେଣ୍ଟ କମ୍ପାନୀ।

{"id":190888,"width":588,"height":445,"sizeSlug":"large"}

ଏହି ଭିଡିଓରେ ଫିରୋଜା ଅଜିଜ କହୁଛନ୍ତି ଯେ ‘ ପ୍ରଥମ କାମ ଯାହା ଆପଣଙ୍କୁ କରିବା ଉଚିତ୍ ତାହା ହେଲା ଆଖି ପଲକକୁ ସୁନ୍ଦର କରିବା ପାଇଁ କର୍ଲର ନିଆନ୍ତୁ।‘ ସୌନ୍ଦର୍ଯ୍ୟର କଥା କହିବାବେଳେ ଫିରୋଜା ହଠାତ୍ କହୁଛନ୍ତି,‘ଏହା ପରେ ଆପଣ ଏହାକୁ ତଳେ ରଖୁଛନ୍ତି ଏବଂ ଆପଣ ଚୀନରେ କ’ଣ ହେଉଛି ଜାଣିବା ପାଇଁ ନିଜର ଫୋନ୍ ଉଠାଉଛନ୍ତି। କିପରି ଭାବେ ନିରୀହ ମୁସଲମାନମାନେ ଡିଟେନସନ୍ କ୍ୟାମ୍ପରେ ରହୁଛନ୍ତି। ଏମାନେ ମୁସଲମାନଙ୍କୁ ତାଙ୍କ ପରିବାରଠୁ ଭିନ୍ନ କରି ଦେଉଛନ୍ତି ,ତାଙ୍କୁ ଅପହରଣ କରୁଛନ୍ତି ,ହତ୍ୟା କରୁଛନ୍ତି,ଦୁଷ୍କର୍ମ କରୁଛନ୍ତି,ତାଙ୍କୁ ଘୁଷୁରୀର ମାଂସ ଖାଇବାକୁ ବାଧ୍ୟ କରୁଛନ୍ତି,ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରୁଛନ୍ତି।’

{"id":190889,"width":585,"height":403,"sizeSlug":"large"}

ଫିରୋଜା ଏତିକି କହି ଅଟକୁ ନାହାନ୍ତି। ସେ ଆଗକୁ କହୁଛନ୍ତି ଯେ ‘ ମୁସଲମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି। ଏହା ଏକ ପ୍ରକାର ଜନସଂହାର, କିନ୍ତୁ କେହି ଏହା ଉପରେ ଗୁରୁତ୍ବ ଦେଉନାହାନ୍ତି। ଦୟା କରି ଏ ବିଷୟରେ ଜାଣନ୍ତୁ,ଶିଜିୟାଙ୍ଗ ବିଷୟରେ ସଚେତନ କରାନ୍ତୁ।’ ଭିଡିଓରେ ଏସବୁ କହିବା ପରେ ଫିରୋଜା ପୁଣି ଥରେ ଆଖିର ସୌନ୍ଦର୍ଯ୍ୟ ବିଷୟରେ କହୁଛନ୍ତି।

{"id":190890,"width":588,"height":457,"sizeSlug":"large"}

ଫିରୋଜାଙ୍କ କହିବା ଅନୁସାରେ ‘ ସେ ଭିଡିଓ ଆରମ୍ଭରେ ମେକଅପ୍ ରୁଟିନ୍ କଥା ଏଥିପାଇଁ କହିଥିଲେ କାରଣ ସେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରି ପାରିବେ।

{"id":190891,"width":584,"height":445,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.