ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ : ପେଟ ପାଇଁ ଖଟିବାକୁ ଯାଇ, ଫେରିଲେ ଶବ ହୋଇ
9/03/2020 at 9:51 AM

ସୋନପୁର ୦୯।୦୩: ପେଟ ପାଇଁ ଖଟିବାକୁ ଯାଇଥିଲେ ଆଉ ଶବ ହୋଇ ଫେରିଲେ । ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଡାଲଡବା ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ । ଗାଁର ଭୁବନ ଭୁକ୍ତାଙ୍କ ୨୮ ବର୍ଷୀୟ ପୁଅ ଦେବେନ୍ଦ୍ର ଭୁକ୍ତା, ତାମିଲନାଡୁର ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ଗତ ୪ ତାରିଖରେ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲେ ସୁଧା ତାଙ୍କ ଶବ ଘରକୁ ଆସିପାରୁ ନଥିଲା । ପରେ ମୃତକଙ୍କ ପରିବାର ପକ୍ଷରୁ ଶ୍ରମ ଭିବାଗକୁ ପୁଅର ମୃତଦେହ ଫେରାଇ ଆଣିବା ପାଇଁ ଲିଖିତ ଅନୁରୋଧ କରିଥିଲେ । ଶ୍ରମ ଭିଭାଗ ଏବଂ ମୋ ପରିବାର ପକ୍ଷରୁ ଦାଦନ ଶ୍ରମିକ ଦେବେନ୍ଦ୍ରଙ୍କ ମୃତଦେହ ତାଙ୍କ ଘରକୁ ଅଣାଯାଇଛି ।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୃତକଙ୍କ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।