Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||
  • ବାଲେଶ୍ବର : ୧୬ନଂ ଜାତୀୟ ରାଜପଥ କୁରୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ୟେସ୍‌ ବ୍ୟାଙ୍କରୁ ଗୁରୁବାର ଟଙ୍କା ଉଠାଇ ଆଣିବେ ଶ୍ରୀମନ୍ଦିର ପ୍ରଶାସନ

18/03/2020 at 1:45 PM

ଭୁବନେଶ୍ବର ୧୮।୦୩:  ୟେସ୍ ବ୍ୟାଙ୍କରୁ ଉଠିବ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା । ଗୁରୁବାର ଦିନ ବ୍ୟାଙ୍କରୁ ଟଙ୍କା ଉଠାଇଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଯେହେତୁ ବୁଧବାର ସଂଧ୍ୟାରୁ ୟେସ୍ ବ୍ୟାଙ୍କରୁ ଆର୍‌ବିଆଇ କଟକଣା ହଟିବ ଓ ଜମାକରୀଙ୍କ ଟଙ୍କା ଉଠାଣ କ୍ଷମତା ପୁନଃ କାର୍ଯ୍ୟକ୍ଷମ ହେଉଛି ସେଥିପାଇଁ ଗୁରୁବାର ଦିନ ଟଙ୍କା ଉଠାଇବାରେ ଅସୁବିଧା ନାହିଁ । ମାଚ୍ୟୁରିଟି ପୁରିଥିବା ଫିକ୍ସଡ୍ ଡିପୋଜିଟ୍ ଟଙ୍କା ଉଠାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଶ୍ରୀଜଗନ୍ନାଥଙ୍କର ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରହିଛି । ଯେହେତୁ ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଯାଇଥିଲା ସେଥିପାଇଁ ଜଗନ୍ନାଥଙ୍କ ଟଙ୍କା ବୁଡ଼ିଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଥିଲା । ତେବେ ଷ୍ଟେଟ୍ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ସହଯୋଗରେ ୟେସ୍ ବ୍ୟାଙ୍କକୁ ପନଃଉଦ୍ଧାର କରାଯିବା ପରେ ସ୍ଥିତି ସ୍ବାଭାବିକ ହୋଇଛି ।

ଜଗନ୍ନାଥଙ୍କ ଟଙ୍କା ନେଇ ରାଜ୍ୟରେ ହଟମଟ ଦେଖାଦେଇଥିଲା । ଟଙ୍କା ଉଠାଣ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ, ଆର୍‌ବିଆଇ ଓ ରାଜ୍ୟ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା । କିପରି ଜଗନ୍ନାଥଙ୍କ ଟଙ୍କା ଫେରିବା ନେଇ ଏହି ଚିଠି ଲେଖାଯାଇଥିଲା ।

   Related Posts