ଧରାପଡିଲା ବିଚାରାଧୀନ କଏଦୀ, କୋର୍ଟ ଚାଲାଣ ବେଳେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ନଳ ନାଏକ

Published By : Prameya-News7 Bureau | March 08, 2020 IST

ଟାଙ୍ଗୀ ୦୮।୦୩:  ଧରାପଡିଲା ଫେରାର କଏଦୀ । ଏକାଧିକ ମାମଲାରେ ଅଭିଯୁକ୍ତ ଥିବା ନଳ ନାୟକ ଗତ କିଛି ଦିନ ତଳେ ଫେରାର ହୋଇଯାଇଥିଲେ । କୁହୁଡି ଫାଣ୍ଡି ଓ ଟାଙ୍ଗୀ ପୋଲିସ ଦ୍ବାରା କୋର୍ଟ ଚାଲାଣ ହେବାପରେ ଖୋର୍ଦ୍ଧା ଜେଲ୍‌ରେ କଏଦୀ ହୋଇ ରହିଥିଲେ ।

{"id":235124,"sizeSlug":"large"}

ଆଜି କୋର୍ଟର ତାରିଖରେ ଏକାଧିକ କଏଦୀ ସହ ନଳ ନାଏକ ହାଜିରା ଦେବାପାଇଁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଖୋର୍ଦ୍ଧା ଜେଲ ରୁ ଟାଂଗୀ କୋର୍ଟ କୁ ଅଣାଯାଇଥିଲା  ।  କଏଦୀ ମାନଙ୍କ ଏସ୍କର୍ଟ ରେ ଥିବା ପୋଲିସ କର୍ମଚାରୀ ନିଜ କାର୍ଯ୍ୟରେ ଅବହେଳା କରିବାରୁ କଏଦୀ ନଳ ନାୟକ ଟାଂଗୀ କୋର୍ଟ ରେ ହାଜିରା ଦେବା ପୂର୍ବରୁ କୋର୍ଟ ର ପାଚେରୀ ଡେଇଁ ଚମ୍ପଟ ମାରିଥିଲା । ଶନିବାର  ଟାଙ୍ଗୀ ପୋଲିସ  ଚମ୍ପଟ ମାରିଥିବା କଏଦୀକୁ  ଗିରଫ କରିବାରେ ସକ୍ଷମ ହୋଇଛି । ଗତ ୬ ତାରିଖରେ ଚମ୍ପଟ ମାରିଥିଲା ବିଚାରଧୀନ କଏଦୀ  ନଳ ନାଏକ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ଗ୍ରାମ ଅନ୍ଧାରିସାହିର ନଳ ନାୟକ । ବିଭିନ୍ନ ଚୋରି , ଡକାୟତି , ମାରପିଟ୍ , ଝଗଡା , ମାରଣାନ୍ତକ ଆକ୍ରମଣ ଭଳି ବହୁ ସଂଗୀନ ଦଫାରେ ଗିରଫ ହୋଇ ନଳ ନାୟକ ବିଚାରଧୀନ କଏଦୀ ଥିଲା । ନଳ ନାଏକ ବିରୋଧରେ ଟାଙ୍ଗୀ ଥାନାରେ ୪ଟି ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.