ଖରାପ ସମୟ ଚାଲିଛି କି? ଘରକୁ ଆଣନ୍ତୁ ଏହି ଚିହ୍ନଥିବା କଇଁଛ, ବଦଳିଯିବ ଭାଗ୍ୟ
12/03/2019 at 5:03 PM

ବାସ୍ତୁଶାସ୍ତ୍ର ଅନୁସାରେ କଇଁଛକୁ ଘରେ ରଖିବା ଶୁଭ। ପେଙ୍ଗସୁଇ ଚିହ୍ନର କଇଁଛ ଘରେ ଠିକ୍ ଦିଗରେ ରଖିବା ଶୁଭ। ଏହା ଘରକୁ ସୁଖ-ସମୃଦ୍ଧି ଆଣିଥାଏ। ସବୁବେଳେ କଇଁଛକୁ ଉତ୍ତର ଦିଗରେ ରଖିବା ଉଚିତ୍। ଘରେ ସଠିକ୍ ସ୍ଥାନରେ ଉତ୍ତର ଦିଗରେ କଇଁଛ ରଖିବା ଲାଭଦାୟକ ହୋଇଥାଏ।

କେବଳ ସେତିକି ନୁହଁ ସୁସ୍ଥ ଓ ଜିଅନ୍ତା କଇଁଛ ଘରେ ରଖିବା ଶୁଭ। ସୁସ୍ଥ କଇଁଛ ଘରେ ଥିଲେ ପୁରା ପରିବାର ସୁରକ୍ଷିତ ରୁହେ ବୋଲି ବିଶ୍ୱାସ କରାଯାଏ। ଏହା ଦ୍ୱାରା ଘରର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହେ। ଏହି ଚିହ୍ନର କଇଁଛ ଅଧିକାଂଶ ଦେକାନରେ ଦେଖିବାକୁ ମିଳେ। କାରଣ ଏହା ବ୍ୟାପାର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

ଦେହରେ ଏହି ଚିହ୍ନ ଥିବା ସହ ମୁଣ୍ଡଟି ଡ୍ରାଗନ ଭଳି ଦିଶୁଥିବା କଇଁଛ ଅଧିକ ଶୁଭ ହୋଇଥାଏ। ପେଙ୍ଗସୁଇ ଡ୍ରାଗନ କଇଁଛ ଘରର ଭାଗ୍ୟ ମଧ୍ୟ ବଦଳାଏ। ଖରାପ ସମୟ ଚାଲୁଥିଲେ ଘରେ ଭଲ ପରିବେଶ ଆଣିଥାଏ ପେଙ୍ଗସୁଇ କଇଁଛ। ଏହା ପରିବେଶରେ ପରିବର୍ତ୍ତନ ସହ ସୁଖ ଶାନ୍ତି ସମୃଦ୍ଧି ଆଣେ।
Related Posts
ହେୟାର କଲର୍ କରୁଛନ୍ତି କି ? ତେବେ ଧ୍ୟାନ ଦିଅନ୍ତୁ ଏହି ସବୁ ଜିନିଷ ଉପରେ
22 January 2021
ସକାଳ ଜଳଖିଆ ପାଇଁ ଏହି ୧୪ ପ୍ରକାର ଭାରତୀୟ ଖାଦ୍ୟ ଉପଯୁକ୍ତ
21 January 2021