ଜଣାଶୁଣା ଲେଖକ ତଥା ସମାଜସେବୀ କମଲା ଭାସିନଙ୍କ ଦେହାନ୍ତ, କର୍କଟ ରୋଗରେ ହେଉଥିଲେ ଚିକିତ୍ସିତ

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫।୦୯: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ୪ ଲକ୍ଷ ଟ୍ରେଣ୍ଡ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଜଣାଶୁଣା ସମାଜସେବୀ ତଥା କବି କମଲା ଭାସିନଙ୍କ ସକାଳେ ଦେହାନ୍ତ ହୋଇଛି । ସେ କିଛି ମାସ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ।

wp:html /wp:html

ସାମାଜିକ କର୍ମୀ କବିତା ଶ୍ରୀବାସ୍ତବ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ସେ ଟ୍ୱିଟରରେ ଲେଖିଛନ୍ତି ଯେ ଆମର ପ୍ରିୟ ବନ୍ଧୁ କମଲା ଭାସିନଙ୍କ ହେହାନ୍ତ ହୋଇଛି । ଭାରତ ଏବଂ ଦକ୍ଷିଣ ଏସୀୟ ଅଞ୍ଚଳରେ ମହିଳା ଆନ୍ଦୋଳନ ପାଇଁ ଏହା ଏକ ବଡ ଦୁଃଖଦ ଖବର । ଏହାସହ ସେ କହିଛନ୍ତି କମଲା ତୁମେ ସବୁବେଳେ ଆମ ହୃଦୟରେ ଜୀବନ୍ତ ରହିବ । ଆମେ ଏମିତି ଏକ ଭଉଣୀକୁ ହରାଇଲୁ ଯିଏ ସମସ୍ତଙ୍କ ସୁଖ ଦୁଃଖରେ ଛିଡା ହେଉଥିଲେ ।

wp:html /wp:html

ଅଭିନେତ୍ରୀ ତଥା ସମାଜସେବୀ ଶବାନା ଆଜମୀ ମଧ୍ୟ କମଲା ଭାସିନଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି, କମଲା ଭାସିନ୍ ତାଙ୍କର ଶେଷ ସଂଗ୍ରାମରେ ହାରିଯାଇଛନ୍ତି । ତାଙ୍କର ସାହସିକ ଉପସ୍ଥିତି ବୁଦ୍ଧି, ହସ ଏବଂ ଗୀତ, ତାଙ୍କର ଚମତ୍କାର ଶକ୍ତି ହେଉଛି ତାଙ୍କର ଉତ୍ତରାଧିକାରୀ । ଆମେ ସମସ୍ତେ ଅରୁଣା ରୟଙ୍କ ପାଇଁ ଯେପରି କରିଥିଲୁ, ଆମେ ସମସ୍ତେ ଏହାକୁ ସମ୍ମାନ କରିବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.