ମହିଳା ପୋଲିସ ନିଜ ପ୍ରେମିକ ସହ ମିଶି ରଚିଥିଲା ଷଡ଼ଯନ୍ତ୍ର, ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କୁ ଫଶାଇବା ଲାଗି କରୁଥିଲା ପ୍ଲାନିଂ, ଏବେ ତିନିଜଣ ଗିରଫ, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | September 27, 2019 IST

ଉତ୍ତରପ୍ରଦେଶ୨୭|୯: ଜଣେ ମହିଳା କନେଷ୍ଟେବଳ ପରକୀୟା ପ୍ରେମରେ ପଡି ନିଜ ଶ୍ବଶୁର ଘର ଲୋକଙ୍କୁ ଫଶାଇବା ଲାଗି ଷଡ଼ଯନ୍ତ୍ର ରଚିଥିଲା। ଶ୍ବଶୁର ଘର ଲୋକ ଓ ସ୍ବାମୀଙ୍କୁ ଫଶାଇବା ଲାଗି କନେଷ୍ଟବଳ ରେଣୁ ତାଙ୍କ ପ୍ରେମିକ ମନୀଷ ସହ ମିଶି ଷଡ଼ଯନ୍ତ୍ର ରଚିଥିଲା। ରେଣୁ ଜାଣିଶୁଣି ନିଜେ ଗୁଳିମାଡ଼ ଖାଇ ଶ୍ବଶୁର ଘର ଲୋକଙ୍କ ମୁଣ୍ଡରେ ଦୋଷ ଲଦି ଦେବାଲାଗି ସେ ଚାହୁଁଥିଲେ। ହେଲେ ତାଙ୍କ ଷଡ଼ଯନ୍ତ୍ର ଭଣ୍ଡୁର ହୋଇଯାଇଥିଲା।

ସୂଚନାଯୋଗ୍ୟ ​‌ଯେ , ବରେଲିରେ ନୈଥଳ ଅଞ୍ଚଳରେ ରେଣୁ ନିଜ ଶ୍ବଶୁର ଘର ଲୋକଙ୍କ ସହ ରହୁଥିଲେ। ପରକୀୟ ସଂପର୍କରେ ବାୟା ହୋଇ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ସହ ରେଣୁ ଝଗଡ଼ା କରୁଥିଲା। ଏମିତିକି ସ୍ବାମୀଙ୍କ ସହ ମଧ୍ୟ ତାଙ୍କର ଭଲ ସଂପର୍କ  ନଥିଲା। ତେଣୁ ସ୍ବାମୀ ଅନୁଜ ଓ ଶ୍ବଶୁର ଘର ଲୋକଙ୍କୁ ଫଶାଇବା ଲାଗି ସେ ଏହଭଳି ଷଡ଼ଯନ୍ତ୍ର ରଚିଥିଲା। ସ୍ବାମୀ ଅନୁଜ ଓ ସ୍ତ୍ରୀ ରେଣୁ ଗୋଟିଏ ଥାନାରେ କନେଷ୍ଟବଳ ପଦବୀରେ କାମ କରନ୍ତି।

ଶ୍ବଶୁର ଘର ଲୋକଙ୍କ ସହ ରେଣୁର ଭଲ ପଟୁ ନଥିଲା । ତେଣୁ ଶ୍ବଶୁର ଘର ଲୋକଙ୍କୁ ପାନେ ଦେବାଲାଗି ରେଣୁ ତାଙ୍କ ପ୍ରେମିକ ମନୀଷର ସାହାଯ୍ୟ ନେଇଥିଲା। ରେଣୁ ଗୁଳିମାଡ଼ ଖାଇ ସ୍ବାମି ଓ ଶ୍ବଶୁର ଘର ଲୋକଙ୍କ ମୁଣ୍ଡରେ ଦୋଷ ଲଦିଦେବା ଲାଗି ପ୍ରେମିକ ମନୀଷଙ୍କୁ କହିଥିଲା। ଏଥିଲାଗି ରେଣୁ ଓ ମନୀଷ ମିଶି ପ୍ଲାନଂ କରିଥିଲେ।  ପୂର୍ବ ଯୋଜନା ମୁତାବକ, ରେଣୁ ସ୍କୁଟି ନେଇ ଠିକଣା ସ୍ଥାନରେ ପହଞ୍ଚିଥିଲା। ଅନ୍ୟପଟେ ପ୍ରେମିକ ମନିଷ ଓ ତାଙ୍କ ସାଙ୍ଗ ବିକାଶ ସେହି ସ୍ଥାନରେ ପହଞ୍ଚିଥିଲେ।

ପୂର୍ବ ଯୋଜନା ମୁତାବକ, ରେଣୁଙ୍କ ହାତକୁ ମନୀଷ ଗୁଳି ମାରିଥିଲା। ରେଣୁ ଅଚେତ ହେବା ପରେ ମନିଷ ଓ ବିକାଶ ମିଶି ତାଙ୍କୁ ନୈଥଳା ଅଞ୍ଚଳରେ ଛାଡ଼ି ଦେଇଯାଇଥିଲା। ରେଣୁଙ୍କ ଏହଭଳି ଅବସ୍ଥା ଶ୍ବଶୁର ଘର ଲୋକ କରିଥାଇ ପାରିଥାନ୍ତି ବୋଲି ପୋଲିସ ସନ୍ଦେହ ଆରମ୍ଭ କରିଥିଲା। ରେଣୁ ପୋଲିସ ବିଭାଗରେ କାମ କରୁଥିବା  ଯୋଗୁଁ ପୋଲିସ ଅଧିକ କ୍ରିୟାଶୀଳ ହୋଇ ତଦନ୍ତ ଆରମ୍ଭ କରିଥିଲା।

ସିସିଟିଭି କ୍ୟାମେରା ଫୁଟେଜ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଥିଲା। ଯେଉଁ ସ୍ଥାନରେ ରେଣୁଙ୍କ ଉପ​‌ରେ ଗୁଳିମାଡ଼ ହୋଇଥିଲା ସେହି ସ୍ଥାନରେ ସିସିଟିଭି ଲାଗିଥିଲା। ପୂରା ଘଟଣାର ସିସିଟିଭିରେ କଏଦ ହୋଇଥିଲା । ଏହାପରେ ରେଣୁଙ୍କ ଅସଲ ଚେହେରା ପଦାରେ ପଡିଯାଇଥିଲା। ତୁରନ୍ତ ରେଣୁ ଓ ତାଙ୍କ ପ୍ରେମିକ ସମେତ ତିନିଜଣଙ୍କୁ ପୋଲିସ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.