ରାସ୍ତାରୁ ଉଠାଇ ନେଇ ଶିକ୍ଷକଙ୍କୁ ୨ ଦିନ ଲଗାତାର ଦୁଷ୍କର୍ମ କଲେ ୩ ମହିଳା, ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | July 18, 2019 IST

ମାକୋନୀ (ଜିମ୍ବାୱେ):  ଦୁଷ୍କର୍ମକାରୀ ମହିଳାଙ୍କ ଗ୍ୟାଙ୍ଗକୁ ନେଇ ଜିମ୍ବାୱେ ଚାଇତୁଂୱିଜାରେ ପୁଣି ଖେଳିଯାଇଛି ଆତଙ୍କ । ଅପହରଣ ପରେ ଦୀର୍ଘ ୨ ଦିନ ଧରି ୩ଜଣ ମହିଳାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଜଣେ ୩୯ ବର୍ଷ ବୟସ୍କ ଶିକ୍ଷକଙ୍କୁ ମକୋନୀ ରାସ୍ତାକଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୌନାଙ୍ଗରେ ଗୁରୁତର କ୍ଷତ ଥିବା ଶିକ୍ଷକଙ୍କୁ ୱେଡଜା ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି। 

{"id":135201,"width":578,"height":342}

ଶିକ୍ଷକ ରାସ୍ତାକଡରେ ବସକୁ ଅପେକ୍ଷା କରିଥିବା ବେଳେ ଏକ ନିଳ ବିଏମଡବ୍ଲୁ କାର ତାଙ୍କ ସମ୍ମୁଖରେ ଆସି ଛିଡା ହୋଇଥିଲା। କାର ଚଳାଉଥିବା ବ୍ୟକ୍ତି ତାଙ୍କୁ କେଉଁଆଡକୁ ଯିବ ବୋଲି ପଚାରିବାରୁ ଶିକ୍ଷକ ତାଙ୍କ ଗନ୍ତବ୍ୟସ୍ଥଳ କହିଥିଲେ। ଏଥିରେ କାର ଚାଳକ ଡୋର ଖୋଲି ତାଙ୍କୁ ଲିଫ୍ଟ ଦେଇଥିଲେ। ତେବେ କାରରେ ପୂର୍ବରୁ ୩ ଜଣ ମହିଳା ବସିଥିଲେ। କିଛି ବାଟ ଯିବା ପରେ ରାସ୍ତାରେ ମହିଳାମାନେ ପେୟ କାଢି ପିଇବା ସହ ତାଙ୍କୁ ମଧ୍ୟ ଦେଇଥିଲେ। ଶିକ୍ଷକ ପାନୀୟ ପିଇବା ପରେ କାରରେ ବୋହୋସ ହୋଇଯାଇଥିଲେ। ତେବେ ତାଙ୍କ ଚେତନା ଫେରିବା ବେଳକୁ ଏକ ଝାପାସ ଆଲୋକ ଥିବା ଛୋଟ ବଖରାରେ ନିଜକୁ ଆବିଷ୍କାର କରିଥିଲେ। ସେତେବେଳେ ତାଙ୍କ ଯୌନାଙ୍ଗରେ ଭିଷଣ ଯନ୍ତ୍ରଣା ଅନୁଭବ ହେଉଥିଲା। ହେଲେ ଏତିକିରେ ସରିନଥିଲା ତାଙ୍କର ଯନ୍ତ୍ରଣା।

{"id":135200}

ଚେତା ଫେରିବା ପରେ ରୁମକୁ ୨ ଜଣ ମହିଳା ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ଧରିଥଲା। ସେମାନେ ତାଙ୍କୁ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଜୋର ଜବରଦସ୍ତ  କରିଥିଲେ। ଏଥିରେ ସେ ରାଜି ନ ହେବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଜଣକ ପରେ ଜଣେ କିଛି କିଛି ସମୟ ଅନ୍ତରରେ ତାଙ୍କ ପ୍ରତି ବାରମ୍ବାର ଦୁଷ୍କର୍ମ କରିଥିଲେ। ଫଳରେ ଶିକ୍ଷକ ଅବସ ହୋଇପଡିଥିଲେ। ତାଙ୍କୁ ପୁଣି ଜୁସ ପିଆଇ ଚେତା କରିବା ସହ ଦୀର୍ଘ ୫୦ ଘଣ୍ଟାକାଳ ଯୌନ ନିର୍ଜାତନା ଦେଇଥିଲେ। ଶିକ୍ଷକଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଏକ କାରର ପଛସିଟ୍ ରେ ପକାଇ ନେଇଯିବା ସହ ରାସ୍ତାକଡରେ ଫିଙ୍ଗିଦେଇ ଚାଲିଯାଇଛନ୍ତି।

{"id":135199,"width":553,"height":440}

ରାସ୍ତାକଡରେ ମୁର୍ମୁଷୁ ଅବସ୍ଥାରେ ପଡିଥିବା ବ୍ୟକ୍ତିଙ୍କୁ ଦେଖି ଲୋକେ ହସ୍ପିଟାଲକୁ ନେଇଯାଇଥିବା ବେଳେ ସେଠାରେ ଚେତାଫେରିବା ପରେ ଶିକ୍ଷକ ତାଙ୍କ ପରିଚୟ ଦେବା ସହ ତାଙ୍କପ୍ରତି ହୋଇଥିବା ଅମାନବୀୟ ଅତ୍ୟାଚାରର କାହାଣୀ ବୟାନ କରିଛନ୍ତି। ଏନେଇ ଚାଇତୁଂୱିଜା ପୋଲିସରେ ଏକ ମୋକଦ୍ଦମା ରୁଜୁ ହୋଇଥିବା ବେଳେ ମାମଲାର ତଦନ୍ତ ଆରମ୍ଭ ହୋଇଛି।

{"id":135198,"width":577,"height":303}

ତେବେ ଚାଇତୁଂୱିଜା ରେ ମହିଳା ଦୁଷ୍କର୍ମକାରୀ ଗ୍ୟାଙ୍ଗ କିଛି ନୂଆ କଥା ନୁହେଁ। ଯେବେଠୁ ଏଠାରେ ସ୍ପର୍ମ କାରବାର ଆରମ୍ଭ ହୋଇଛି ସେବେଠୁ ଏଭଳି ଅନେକ ଦୁଷ୍କର୍ମ ଘଟଣା ଘଟିଲାଣି। ୨୦୧୧ ମସିହାରେ ପ୍ରଥମ ଥର ଗ୍ୱେରୁ-ହରାରେ ରାସ୍ତାରେ ଜଣେ ମୋଟରିଷ୍ଟଙ୍କୁ ରାସ୍ତାରୁ ଧରି ନେଇ ମହିଳାମାନେ ଗଣ ଦୁଷ୍କର୍ମ କରିଥିଲେ।   ପୋଲିସର ଏକ ରୋଡ ବ୍ଲକିଂ ବେଳେ ସିମେନ ଭର୍ତ୍ତି ଥିବା ୩୧ଟି କଣ୍ଡୋମ ସହ ୩ ଜଣ ମହିଳାଙ୍କୁ ଗିରଫ ହୋଇଥିବା ମଧ୍ୟ ରେକର୍ଡ ରହିଛି। ତେବେ ପରେ ଏଭଳି ଅଭିଯୋଗ ମିଳିନଥିଲା। ହେଲେ ଗତ ୩ ବର୍ଷ ପୂର୍ବେ ବୁଲାୱେରେ ଜଣେ ଯୁବକଙ୍କୁ କିଛି ମହିଳା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.