Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ହ୍ୟାଣ୍ଡସମ ଅପରାଧୀଙ୍କ ପ୍ରେମରେ ସୁନ୍ଦରୀ ଜେଲର , ବାଟ ହୁଡିଲେ ଜେଲ ଗଲେ

24/12/2019 at 9:13 PM

ବିଟ୍ରେନ ୨୪।୧୨: କଏଦୀ ପ୍ରେମରେ ଜେଲର । ସୁନ୍ଦରୀ ଜେଲର , ହ୍ୟାଣ୍ଡସମ ଅପରାଧୀ । କିନ୍ତୁ ପ୍ରେମରେ ନାହିଁ ବାଧା ବନ୍ଧନ  । ଏଭଳି ଅଦ୍‌ଭୂତ ସମ୍ପର୍କର ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବ୍ରିଟେନର ଓ୍ବେଲସର ବାର୍ବିନ ଜେଲରେ ।

ସୂଚନାଯୋଗ୍ୟ ଯେ, ଜେଲ ଭିତରେ ଜଣେ ଅପରାଧୀ ସହିତ ମହିଳା ଜେଲରଙ୍କ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି । ୨୭ବର୍ଷୀୟ ମହିଳା ଜେଲର ଜଣଙ୍କ ଜଣ ଅପରାଧୀ ସହିତ ସମ୍ପର୍କ ରଖୁଥିଲେ । ମହିଳା ଜେଲର ଜଣଙ୍କ ଅପରାଧୀ ସହିତ ବାରମ୍ବାର ଫୋନରେ କଥା ହେଉଥିଲେ । ମହିଳା ଜେଲର ଓ ଅପରାଧୀଙ୍କ ମଧ୍ୟରେ ଚାଲିଥିବା ରୋମାନ୍ସ ବେଳର ଫଟୋ ମଧ୍ୟା ଉଠାଯାଇଥିଲା ।

ମହିଳା ଜେଲର ଆଏଶିଆ ଗନ୍ ଓ ଅପରାଧୀ ଖୁରମ ରଜାକ (୨୯) ବୋଲି ଜଣାପିଡିଛି ।  ଆଏଶିଆ ବାର୍ବିନ ଜେଲରେ ଜେଲର ଭାବେ ମୁତୟନ ଥିଲେ। ତଦନ୍ତ ବେଳେ ଜଣାପଡିଥିଲା ଯେ, ୫ ମାସ ଭିତରେ (ଜୁଲାଇରୁ ନଭେମ୍ବର ୨୦୧୮)ରେ କଏଦୀଙ୍କ ସହ ପ୍ରାୟ ୧୨୦୦ ଥର ଫୋନରେ କଥା ହୋଇଥିଲେ।

ସରକାରୀ ଅଫିସରେ ମିସକଣ୍ଡକ୍ଟଙ୍କୁ ଦୋଷୀ ପାଇବା କାରଣରୁ ଆଏଶିୟାଙ୍କୁ ୧୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେ ଜେଲରେ ଥିବା ରଜାକଙ୍କୁ ନିଜର ଇଣ୍ଟିମେଟ୍ ଭିଡିଓ ପଠାଉଥିଲେ। ସେଭଳି ରଜାକକୁ ମଧ୍ୟ ଜେଲରେ ମୋବାଇଲ ଫୋନ୍ ରଖିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମହିଳା ଜେଲରଙ୍କ ଏକ ଫଟୋ କୋର୍ଟରେ ଦେଖାଯାଇଥିଲା, ଯେଉଁଥିରେ ସେ ଜେଲର ସେଲରେ କଏଦୀଙ୍କୁ କିସ୍ କରୁଥିବାର ଦେଖିବାକୁ ମିଳିଥିଲେ।

ଲୁଟ୍ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ରଜାକ୍ ୧୨ ବର୍ଷ ଜେଲ୍ ଦଣ୍ଡ କାଟିସାରିଛନ୍ତି। ବ୍ରିଟେନର ମୋଲ୍ଡ କ୍ରାଉନ୍ କୋର୍ଟରେ ଏହି ମାମଲରା ଶୁଣାଣି କରାଯାଇଥିଲା । ଆଏଶିଆ ନିଜର ବ୍ୟାଙ୍କ ଡିଟେଲ କଏଦୀର ଏକ ସହଯୋଗୀଙ୍କୁ ପଠାଯାଉଥିଲା। ଯେଉଁଥିରେ, ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଆଏଶିୟା କୋର୍ଟରେ ମଧ୍ୟ ନିଜର ଅପରାଧ ସ୍ବୀକାର କରିଛନ୍ତି।

   Related Posts